ଆଜିର ଜୀବନଶୈଳୀ ମଣିଷକୁ ଧୀରେ ଧୀରେ ରୋଗାକ୍ରାନ୍ତ କରିବାରେ ଲାଗିଛି। ଫଳରେ ପିଲାଠୁ ବୁଢ଼ା ବିଭିନ୍ନ ରୋଗରେ ଶିକାର ହେଛନ୍ତି। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତି ଅଖ୍ରୋଟ ଖାଆନ୍ତି ସେମାନଙ୍କୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ। ଲସ୍ ଏଞ୍ଜେଲସ୍ର କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ, ପ୍ରତିଦିନ ତିନୋଟି ଅଖ୍ରୋଟ୍ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୪୭ ପ୍ରତିଶତ କମ୍ ହୋଇଥାଏ।
ଏକ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି। ଯେଉଁଥିରେ ଆମେରିକା ଲୋକଙ୍କ ମତାମତ ନିଆଯାଇଥିଲା। ଏହି ଗବେଷଣା ୧୮ରୁ ୮୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ କରାଯାଇଥିଲା। ତେବେ ଏହି ଗବେଷଣାରେ ଜଡ଼ିତ ଥିବା ଜଣେ ଗବେଷକ ଲେନେରେ ଅରାବ କହିଛନ୍ତି,“ମଧୁମେହ ଆଶଙ୍କାକୁ କମ୍ କରିବା ପାଇଁ ଏହି ଗବେଷଣାରେ ଖାଦ୍ୟ ଓ ପାନୀୟ ଉପରେ ଅଧକ ଫୋକସ୍ ଦିଆଯାଇଛି। ଅଖ୍ରୋଟ୍ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା କମି ଯାଏ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Health
ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
Health
ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ; ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ
କେବଳ ଡାକ୍ତର ନୁହନ୍ତି, ଏହି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଜ୍ଞ ଡାକ୍ତରଙ୍କର ମଧ୍ୟ ଘୋର ଅଭାବ ରହିଛି। ମାଲକାନଗିରିରେ ୬ଟି ସିଏଚ୍ସିରେ ୨୪ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ମାତ୍ର ଅଛନ୍ତି ଜଣେ। ବାକି ୨୩ଟି ଖାଲି ପଡ଼ିଛି।