Advertisment

ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ସାବଧାନ ! ହରାଇପାରନ୍ତି ଦୃଷ୍ଟି ଶକ୍ତି

ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି। ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। କେତେକ ବାପା ମାଆ ପିଲାମାନଙ୍କୁ ଗେମ୍ ଖେଳିବା ପାଇଁ ସ୍ମାର୍ଟ ଫୋନ୍ ଧରାଇ ଦିଅନ୍ତି ଯଦି ଏପରି କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣତି ସବୁଦିନ ପାଇଁ ହରାଇବାକୁ ପଡ଼ିବ ଦୃଷ୍ଟି ଶକ୍ତି ଚୀନର ଶାଂକ୍ସି ଅଞ୍ଚଳରେ ଏଭଳି ଏକ  ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ଅନେକ […]

ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ସାବଧାନ ! ହରାଇପାରନ୍ତି ଦୃଷ୍ଟି ଶକ୍ତି
Advertisment

ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି। ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। କେତେକ ବାପା ମାଆ ପିଲାମାନଙ୍କୁ ଗେମ୍ ଖେଳିବା ପାଇଁ ସ୍ମାର୍ଟ ଫୋନ୍ ଧରାଇ ଦିଅନ୍ତି ଯଦି ଏପରି କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣତି ସବୁଦିନ ପାଇଁ ହରାଇବାକୁ ପଡ଼ିବ ଦୃଷ୍ଟି ଶକ୍ତି

Advertisment

publive-imageଚୀନର ଶାଂକ୍ସି ଅଞ୍ଚଳରେ ଏଭଳି ଏକ  ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ଅନେକ ସମୟରେ ସ୍ମାର୍ଟ ଫୋନରେ ଗେମ୍ ଖେଳନ୍ତି। ଦିନେ ହଠାତ୍ ତାଙ୍କ  ଡାହାଣ ପାଖ ଆଖିକୁ ଅନ୍ଧାର ଦେଖାଗଲା। ସେ କିଛି ଦେଖିପାରିଲେ ନାହଁ। ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଗଲା। ସେଠାରେ ପରୀକ୍ଷା କରିବା ପରେ ଜଣା ପଡ଼ିଲା ଯେ ତାଙ୍କ ଆଖିରେ ରେଟିନାଲ ଆର୍ଟେରୀ ଅକୁଲେଶନ(ଆର.ଏ.ଓ) ରୋଗ ହୋଇଛି। ଏହି ରୋଗ ହେଲେ ଆଖିରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ଏହା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଇଥାଏ। ଅନେକ ସମୟ ଆଖି ଉପରେ ଚାପ ରହୁଥିବାରୁ  ଯୁବତୀଙ୍କ ଆଖିରେ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ। ବହୁତ ସମୟଧରି ସ୍ମାର୍ଟ ଫୋନ୍ ବ୍ୟବହାର କରିବା ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଆମ ଦେଶରେ ପାଖା ପାଖି ୩୦ କୋଟି ଲୋକ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି। ସମସ୍ତେ ଯଦି ଏ ବିଷୟରେ ସଚେତନ ହୁଅନ୍ତି ତାହେଲେ ଏଭଳି ବିପଦରୁ ରକ୍ଷା ମିଳିପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe