Advertisment

ଏସିଡିଟି ଦୂର କରିବାକୁ ୨ଟି ଯୋଗାସନ

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଲୋକ ଏସିଡିଟିର ଶିକାର ହେଉଛନ୍ତି। ଏସିଡିଟି ହେଲେ ପେଟ ଓ ଛାତି ଜଳାପୋଡ଼ା ହୋଇଥାଏ। ଏଥିରୁ ତୁରନ୍ତ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମେଡିସିନ୍‌ ଓ ଘରୋଇ ଉପଚାରର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଯୋଗାସନ ମାଧ୍ୟମରେ ଏସିଡିଟିକୁ ଭଲ କରାଯାଇପାରିବ। ଏମିତି କିଛି ଯୋଗାସନ ରହିଛି ଯାହାର ପ୍ରଭାବ ପାଚନତନ୍ତ୍ର ଉପରେ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ସେଥି ମଧ୍ୟରୁ ଦୁଇଟି ଯୋଗାସନ ବିଷୟରେ। ୧. ନୌକାସନ ଏସିଡିଟିକୁ […]

ଏସିଡିଟି ଦୂର କରିବାକୁ ୨ଟି ଯୋଗାସନ

acidity1

Advertisment

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଲୋକ ଏସିଡିଟିର ଶିକାର ହେଉଛନ୍ତି। ଏସିଡିଟି ହେଲେ ପେଟ ଓ ଛାତି ଜଳାପୋଡ଼ା ହୋଇଥାଏ। ଏଥିରୁ ତୁରନ୍ତ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମେଡିସିନ୍‌ ଓ ଘରୋଇ ଉପଚାରର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଯୋଗାସନ ମାଧ୍ୟମରେ ଏସିଡିଟିକୁ ଭଲ କରାଯାଇପାରିବ। ଏମିତି କିଛି ଯୋଗାସନ ରହିଛି ଯାହାର ପ୍ରଭାବ ପାଚନତନ୍ତ୍ର ଉପରେ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ସେଥି ମଧ୍ୟରୁ ଦୁଇଟି ଯୋଗାସନ ବିଷୟରେ।

Advertisment

୧. ନୌକାସନ

publive-image

ଏସିଡିଟିକୁ ଭଲ କରିବା ପାଇଁ ଏହା ସବୁଠାରୁ ସହଜ ଯୋଗାସନ। ଏହି ଯୋଗାସନ କରିବା ପାଇଁ ପ୍ରଥମେ ପିଠି ମାଡ଼ି ତଳେ ଆରାମରେ ଶୁଅନ୍ତୁ। ଏହାପରେ ନିଃଶ୍ୱାସ ନେଇ ପାଦକୁ ଭୂମି ଉପରୁ ଅଳ୍ପ ଉଠାନ୍ତୁ। ଏହା ସହିତ ପିଠିକୁ ସମାନ୍ତରାଳ ଭାବରେ ଉଠାଇବେ ଯେମିତି ପାଦ ସିଧାରେ କାନ୍ଧ ରହିବ। ନିଜର ଧ୍ୟାନ ପାଦର ଆଙ୍ଗୁଳିରେ ଉପରେ ରଖନ୍ତୁ। ନିଃଶ୍ୱାସ ବନ୍ଦ କରି ଏହିପରି ଅବସ୍ଥାରେ ଯେତିକି ସମୟ ରହିପାରୁଛନ୍ତି ରୁହନ୍ତୁ। ଏହାପରେ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରନ୍ତୁ। ଏହି ଯୋଗାସନକୁ ପ୍ରତ୍ୟେକ ଦିନ ୩ରୁ ୫ ଥର କରନ୍ତୁ। ଦେଖିବେ ଏସିଡିଟି କମ୍‌ ହୋଇଯିବ।

୨. ପଶ୍ଚିମୋତ୍ତାନାସନ

publive-image

ପଶ୍ଚିମୋତାନାସନ ଏସିଡିଟି ପାଇଁ ଖୁବ୍‌ ଲାଭଦାୟକ। ଏଥିପାଇଁ ପ୍ରଥମେ ଆଗକୁ ଗୋଡ଼ ଲମ୍ୱାଇ ବସନ୍ତୁ। ଉଭୟ ଗୋଡ଼ର ଜଙ୍ଘ, ଆଣ୍ଠୁ ଓ ଗୋଇଠି ପରସ୍ପର ସହିତ ଓ ଭୂମି ସହିତ ଲାଗି ରହିବ। ଏହାପରେ ଦୁଇ ହାତରେ ଦୁଇ ଗୋଡ଼ର ବୁଢ଼ା ଆଙ୍ଗୁଳିକୁ ଧରନ୍ତୁ ଏବଂ ଶ୍ୱାସ ଛାଡ଼ିବା ସହିତ ତଳକୁ  ନଇଁ ମୁଣ୍ଡକୁ  ଉଭୟ ଆଣ୍ଠୁରେ ଲଗାନ୍ତୁ। ଏହି ସମୟରେ ଉଭୟ ପାଦ ଯେମିତି ଭୂମିରେ ଲାଗି ରହିଥିବ ସେଥିପ୍ରତି ଧ୍ୟାନ ଦେବେ। ହାତର କହୁଣୀ ଆଣ୍ଠୁ ଦ୍ୱୟର  ଦୁଇ ପାର୍ଶ୍ୱରେ ଭୂଇଁରେ ଲାଗି ରହିବ। ପ୍ରତ୍ୟେହ ଏହି ଆସନକୁ ୩ ମିନିଟ୍‌ ଲେଖାଏଁ କରନ୍ତୁ।  ସଠିକ୍ ଭାବେ ଏହାକୁ କଲେ ଏସିଡିଟି ସହିତ ଆହୁରି ଅନେକ ସ୍ଷାସ୍ଥ୍ୟ ଜନିତ ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe