Advertisment

ଏହି ସବୁ ମସଲାରେ ଅଛି ଔଷଧୀୟ ଗୁଣ, ହୃଦରୋଗକୁ ବି କରିପାରନ୍ତି ଦୂର

ମସଲା ଖାଦ୍ୟର ସ୍ୱାଦ ବଢ଼ାଏ। ତେବେ ଖାଦ୍ୟର ସ୍ୱାଦ ବଢାଇବା ସହ ଏହା ଶରୀରକୁ ମଧ୍ୟ ସୁସ୍ଥ ରଖେ। ରସୁଣ ଓ ହଳଦୀ ଆଦିକୁ ଆମେ ମସଲା ପ୍ରସ୍ତୁତିରେ ବ୍ୟବହାର କରୁ। ଏଗୁଡିକ ଆମକୁ ଅନେକ ରୋଗ,ବେମାରରୁ ରକ୍ଷା କରନ୍ତି। ତା’ସହିତ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ଏଗୁଡ଼ିକର ବଡ଼ ଭୂମିକା ରହିଛି। ଆସନ୍ତୁ ଜାଣିବା ଘରେ ବ୍ୟବହୃତ ହେଉଥିବା ୫ଟି ମସଲା ଜାତୀୟ ଜିନିଷ ଯେଉଁଗୁଡ଼ିକ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଆନ୍ତି। ରସୁଣ କୋଲେଷ୍ଟେରୋଲ ବଢିବା ଦ୍ୱାରା ହୃଦ୍‌ରୋଗ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଏହି ସବୁ ମସଲାରେ ଅଛି ଔଷଧୀୟ ଗୁଣ, ହୃଦରୋଗକୁ ବି କରିପାରନ୍ତି ଦୂର

spices

ମସଲା ଖାଦ୍ୟର ସ୍ୱାଦ ବଢ଼ାଏ। ତେବେ ଖାଦ୍ୟର ସ୍ୱାଦ ବଢାଇବା ସହ ଏହା ଶରୀରକୁ ମଧ୍ୟ ସୁସ୍ଥ ରଖେ। ରସୁଣ ଓ ହଳଦୀ ଆଦିକୁ ଆମେ ମସଲା ପ୍ରସ୍ତୁତିରେ ବ୍ୟବହାର କରୁ। ଏଗୁଡିକ ଆମକୁ ଅନେକ ରୋଗ,ବେମାରରୁ ରକ୍ଷା କରନ୍ତି। ତା’ସହିତ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ଏଗୁଡ଼ିକର ବଡ଼ ଭୂମିକା ରହିଛି। ଆସନ୍ତୁ ଜାଣିବା ଘରେ ବ୍ୟବହୃତ ହେଉଥିବା ୫ଟି ମସଲା ଜାତୀୟ ଜିନିଷ ଯେଉଁଗୁଡ଼ିକ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଆନ୍ତି।

Advertisment

ରସୁଣ

କୋଲେଷ୍ଟେରୋଲ ବଢିବା ଦ୍ୱାରା ହୃଦ୍‌ରୋଗ ସହିତ ଜଡ଼ିତ ବିଭିନ୍ନ ସମସ୍ୟା ଦେଖାଯାଏ। ପ୍ରତିଦିନ ରସୁଣ ଖାଇଲେ  କୋଲେଷ୍ଟେରୋଲ ନିୟନ୍ତ୍ରଣ ରହେ। ରସୁଣରେ ଏଲିସିନ ନାମକ  ଆଣ୍ଟି ଅକ୍ସାଇଡ ରହିଛି ଯାହା କୋଲେଷ୍ଟେରୋଲକୁ ନିୟନ୍ତ୍ରଣ କରେ।

ହଳଦୀ

ଆଣ୍ଟି ଅକ୍ସାଇଡ ଏବଂ ଆଣ୍ଟି ଇମ୍ଫେଲେମେଟରୀ ଗୁଣରେ ଭରପୂର ଥିବା ହଳଦୀ ରକ୍ତରେ କୋଲେଷ୍ଟେରୋଲ ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। ମଧୁମେହ ରୋଗରେ ନପଡ଼ିବାକୁ ଚାହୁଁଥିଲେ ହଳଦୀ ଖାଆନ୍ତୁ।

Advertisment

ଗୋଲମରିଚ

ଗୋଲମରିଚ ହୃତ୍‌ପିଣ୍ଡକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ।

ଡାଲଚିନି

ଖାଇବାରେ ଡାଲଚିନି ବ୍ୟବହାର କଲେ ରକ୍ତ ପ୍ରବାହ ଭଲ ରହେ ଏବଂ ଏହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ତେଣୁ ହୃଦରୋଗରୁ ବର୍ତ୍ତିବା ପାଇଁ ଖାଦ୍ୟରେ ଡାଲଚିନିର ବ୍ୟବହାର କରନ୍ତୁ।

ଧନିଆ

ଧନିଆରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଅଧିକ ମାତ୍ରାରେ ରହିଛି। ଏଥିରେ ଥିବା କିଛି ତତ୍ତ୍ୱ ହୃତପିଣ୍ଡକୁ ସୁରକ୍ଷିତ ରଖେ। ଶରୀରରୁ ଚର୍ବି କମାଇବା ଏବଂ ରକ୍ତପ୍ରବାହ ସଠିକ କରିବାରେ ଧନିଆ ସାହାଯ୍ୟ କରେ।