ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଡ଼ିଆ ଓ ନଡ଼ିଆ ତେଲର ଅନେକ ଚମତ୍କାରୀ ଗୁଣ ବିଷୟରେ ଆପଣ ଶୁଣିଥିବେ। ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ସ୍ମୃତିଶକ୍ତିକୁ ପ୍ରଖର କରିଥାଏ। ଏହା ବ୍ୟତୀତ ନଡ଼ିଆରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଆସନ୍ତୁ ସେ ବିଷୟରେ ଜାଣିବା… […]

n3

n3

Puspanjali Panda
  • Published: Wednesday, 01 July 2020
  • Updated: 01 July 2020, 05:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଡ଼ିଆ ଓ ନଡ଼ିଆ ତେଲର ଅନେକ ଚମତ୍କାରୀ ଗୁଣ ବିଷୟରେ ଆପଣ ଶୁଣିଥିବେ। ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ସ୍ମୃତିଶକ୍ତିକୁ ପ୍ରଖର କରିଥାଏ। ଏହା ବ୍ୟତୀତ ନଡ଼ିଆରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଆସନ୍ତୁ ସେ ବିଷୟରେ ଜାଣିବା...

୧. ନଡ଼ିଆରେ ବାଦାମ, ଅଖରୋଟ ଓ ମିଶିରି ମିଶାଇ ପ୍ରତିଦିନ ଖାଆନ୍ତୁ। ଏଥିରେ ଥିବା ଭଲ କୋଲେଷ୍ଟ୍ରଲ୍‌ ହାର୍ଟକୁ ସୁସ୍ଥ ରଖିଥାଏ।

୨. ଅଧିକ ଗରମ ହେଲେ ଯେଉଁ ଲୋକଙ୍କର ନାକରୁ ରକ୍ତ ପଡୁଛି, ସେମାନଙ୍କ ପାଇଁ ନଡ଼ିଆ ଔଷଧ ଭାବରେ କାର୍ଯ୍ୟ କରିଥାଏ। ଏଥିରେ ମିଶିରି ମିଶାଇ ଖାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ।

୩. ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ନଡ଼ିଆ ଚୋବାଇ ଖାଆନ୍ତୁ, ଦେଖିବେ ବାନ୍ତି ହେବା ବନ୍ଦ ହୋଇଯିବ।

୪. ମୁହଁରେ ବ୍ରଣ ସମସ୍ୟା ଦେଖା ଦେଉଥିଲେ କାକୁଡ଼ି ରସରେ ନଡ଼ିଆ ପାଣି ମିଶାଇ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଯିବ।

୫. ପେଟରେ କୃମି ହେଉଥିଲେ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଗ୍ରାଇଣ୍ଡିଂ କରି ଗୋଟିଏ ଚାମଚ ଖାଆନ୍ତୁ। ଏପରି କଲେ ପେଟରେ ଥିବା କୃମି ଖୁବ୍‌ ଶୀଘ୍ର ମରିଯିବେ।

୬. ନଡ଼ିଆ ଇମ୍ୟୁନୋ ସିଷ୍ଟମ୍‌କୁ ମଜବୁତ୍‌ କରିଥାଏ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଫଙ୍ଗଲ୍‌ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରୋଗ ସହିତ ଲଢ଼େଇ କରିବା ପାଇଁ ଶକ୍ତି ଯୋଗାଇଥାଏ। ବିଶେଷ କରି ଗର୍ଭବତୀ ମହିଳାମାନେ ନଡ଼ିଆ ଖାଇଲେ ଭଲ।

୭. ନଡ଼ିଆ ଏକ ଭଲ ଆଣ୍ଟି-ବାୟୋଟିକ୍‌ ହୋଇଥିବାରୁ ଏହାକୁ ଖାଇଲେ ଆଲର୍ଜି ଦୂର ହୋଇଥାଏ।

୮. ଆହୁରି ମଧ୍ୟ ନଡ଼ିଆ ତେଲ ସନ୍‌ସ୍କ୍ରିନ୍‌ ଲୋସନ୍‌ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଖରାକୁ ଯିବା ପୂର୍ବରୁ ନଡ଼ିଆ ତେଲ ଲଗାନ୍ତୁ।

୯. କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ନଡ଼ିଆ ଖାଆନ୍ତୁ। ଏଥିରେ ଥିବା ଫାଇବର୍ ତତ୍ତ୍ୱ କୋଷ୍ଠକାଠିନ୍ୟକୁ ଭଲ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos