Advertisment

ପିଜ୍ଜା-ବର୍ଗର ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର୍‌

ଆଜିକାଲିର ଅନେକ ଯୁବପିଢ଼ି ଫାଷ୍ଟାଫୁଡ୍ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଘରର ଖାଦ୍ୟ ସେମାନଙ୍କୁ ରୁଚେନି। ପିଜ୍ଜା, ବର୍ଗୀ, ଫ୍ରେଞ୍ଚ ଫ୍ରାଏ, ବିସ୍କୁଟ୍‌, କୋଲ୍ଡ ଡ୍ରିଙ୍କ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସେହିପରି କିଛି ବୟସ୍କ ଲୋକ ମଧ୍ୟ ଏହି ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏଭଳି ଫାଷ୍ଟ ଫୁଡ୍ ଖାଉଛନ୍ତି ତେବେ ସାବାଧନ। ଏହି ଖାଦ୍ୟ ଆପଣଙ୍କ ଜୀବନ ନେଇପାରେ। ଏହି ଖାଦ୍ୟ ଖାଇବା ଦ୍ୱାରା […]

ପିଜ୍ଜା-ବର୍ଗର ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍‌ସର୍‌

eating-pizza

Advertisment

ଆଜିକାଲିର ଅନେକ ଯୁବପିଢ଼ି ଫାଷ୍ଟାଫୁଡ୍ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଘରର ଖାଦ୍ୟ ସେମାନଙ୍କୁ ରୁଚେନି। ପିଜ୍ଜା, ବର୍ଗୀ, ଫ୍ରେଞ୍ଚ ଫ୍ରାଏ, ବିସ୍କୁଟ୍‌, କୋଲ୍ଡ ଡ୍ରିଙ୍କ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସେହିପରି କିଛି ବୟସ୍କ ଲୋକ ମଧ୍ୟ ଏହି ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏଭଳି ଫାଷ୍ଟ ଫୁଡ୍ ଖାଉଛନ୍ତି ତେବେ ସାବାଧନ। ଏହି ଖାଦ୍ୟ ଆପଣଙ୍କ ଜୀବନ ନେଇପାରେ। ଏହି ଖାଦ୍ୟ ଖାଇବା ଦ୍ୱାରା ମହାରାତ୍ମ କ୍ୟାନସର୍ ରୋଗ ହୋଇପାରେ।

Advertisment

Study finds new links between high-fat diets and colon cancer | Health -  Hindustan Times

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଫାଷ୍ଟଫୁଡ୍ ତଥା ବିଭିନ୍ନ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟର ଦୀର୍ଘକାଳୀନ ବ୍ୟବହାର କଲୋନ୍ କ୍ୟାନସର୍ ତଥା ଅନ୍ତନଳୀ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ। ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତିର ନିଜ ଜୀବନଶୈଳୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ଖାଦ୍ୟ ବ୍ୟବହାର କରନ୍ତି, ତେବେ ସେ ଏହି ରୋଗର ଶିକାର ହୋଇପାରନ୍ତି।

Spermienqualität: Warum dein Kinderwunsch an Pommes, Burger und Co.  scheitern kann | BUNTE.de

ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ୨୯ ପ୍ରତିଶତ ପୁରୁଷଙ୍କ ଠାରେ ଏହି ରୋଗ ହେବା ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। କେବଳ ସେତିକି ନୁହେଁ ଯେଉଁ ମହିଳାମାନେ ଅଧିକ ମାତ୍ରାରେ ରେଡି-ଟୁ-ଇଟ୍ ଖାଦ୍ୟ ଖାଉଛନ୍ତି ସେମାନଙ୍କ ଠାରେ ୧୭ ପ୍ରତିଶତ କଲୋନ କ୍ୟାନ୍‌ସନ ହେବା ଆଶଙ୍କା ରହିଥିବା ରିସର୍ଚ୍ଚରୁ ଜଣାପଡିଛି।

Advertisment

ଇନ୍‌ଷ୍ଟାଣ୍ଟ ନୁଡୁଲ୍ସ ଓ ସୁପ୍‌, ରେଡି-ଟୁ-ଇଟ୍ ମିଲ୍ସ, ପ୍ୟାକ୍ ସ୍ନାକ୍ସ, ଫ୍ରିଜି କୋଲ୍ଡ ଡ୍ରିଙ୍କସ୍‌, କେକ, ବିସ୍କୁଟ୍‌, ମିଠେଇ, ପିଜ୍ଜା, ପାସ୍ତା ଓ ବର୍ଗର। ଏ ସବୁ ଖାଦ୍ୟ ବେଶ୍ ଶସ୍ତା ଓ ସହଜରେ ହାତ ପାଆନ୍ତରେ ମିଳିଯାଏ। କିନ୍ତୁ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ଥାଏ। ଏହି କାରଣରୁ ଓଜନ ବଢ଼ିବାକୁ ଲାଗେ।

ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ପାଶ୍ଚାତ୍ୟ ଜୀବନଶୈଳୀର ଏକ ସାଧାରଣ ଅଂଶ ପାଲଟିଯାଇଛି । ପ୍ରାୟ ୨୩,୦୦୦ ଲୋକଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅନୁସନ୍ଧାନରେ ବୈଜ୍ଞାନିକମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟ ଖାଉଥିବା ଲୋକଙ୍କ ମଧ୍ୟରେ ଅଧିକ ମୃତ୍ୟୁ ହାର ହେଉଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଅଲ୍ଟ୍ରା-ପ୍ରୋସେସଡ୍ ଖାଦ୍ୟଠାରୁ ଦୂରେଇ ରହିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe