Advertisment

ଲେମ୍ବୁ ପାଣି ପିଉଥିଲେ ସାବଧାନ, ଅକାମୀ ହୋଇପାରେ ଅନେକ ଅଙ୍ଗ

ସାଧାରଣତଃ ଲେମ୍ବୁ ପାଣି ପିଇବା ଅଧିକାଂଶଙ୍କୁ ଭଲ ଲାଗେ। ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ। ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ଏହା ଆମକୁ ଫିଟ୍‌ ରଖିବାରେ ସହାୟତା କରେ। ଏଥିସହ ଲେମ୍ବୁ ଖାଦ୍ୟ ହଜମ କରିବାରେ ସହାୟତା କରେ। ଯଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଇଥାଏ। ଏତେ ସବୁ ଲାଭ ଥିବା ସତ୍ତ୍ୱେ ବି ଲେମ୍ବୁପାଣି […]

ଅଦ୍ୟତନ ହୋଇଛି
ଲେମ୍ବୁ ପାଣି ପିଉଥିଲେ ସାବଧାନ, ଅକାମୀ ହୋଇପାରେ ଅନେକ ଅଙ୍ଗ

lemon water

Advertisment

ସାଧାରଣତଃ ଲେମ୍ବୁ ପାଣି ପିଇବା ଅଧିକାଂଶଙ୍କୁ ଭଲ ଲାଗେ। ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ। ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ଏହା ଆମକୁ ଫିଟ୍‌ ରଖିବାରେ ସହାୟତା କରେ। ଏଥିସହ ଲେମ୍ବୁ ଖାଦ୍ୟ ହଜମ କରିବାରେ ସହାୟତା କରେ। ଯଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଇଥାଏ। ଏତେ ସବୁ ଲାଭ ଥିବା ସତ୍ତ୍ୱେ ବି ଲେମ୍ବୁପାଣି ଆମ ପାଇଁ ବିପଦ ହୋଇପାରେ। ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇଥାଏ। ଲେମ୍ବୁ ପାଣିକୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଏହା ଆମ ଶରୀରକୁ ଲାଭ ପହଞ୍ଚାଇବା ବଦଳରେ କ୍ଷତି ପହଞ୍ଚାଇଥାଏ।

Advertisment

- ଲେମ୍ବୁ ହେଉଛି ଭିଟାମିନ୍‌-ସି'ର ଗନ୍ତାଘର। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି' ରହିଛି। ତେବେ ଲେମ୍ବୁର ଅତ୍ୟଧିକ ପ୍ରୟୋଗ ଦ୍ୱାରା ଆମ ଶରୀରରେ ନ୍ୟୁଟ୍ରିଏଣ୍ଟ ସ୍ତର ବଢ଼ିଯାଏ। ଏହା ଆମକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଅନେକ ଅଙ୍ଗ ଅକାମୀ ହୋଇଯିବା ବିପଦ ରହିଛି। ଏଥିପାଇଁ ଡାକ୍ତରମାନେ ଲେମ୍ବୁକୁ ସୀମିତ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦେଇଥା'ନ୍ତି।

-ଭିଟାମିନ୍‌-ସି'ର ମାତ୍ରା ଅତ୍ୟଧିକ ବଢ଼ିବା ଦ୍ୱାରା ଆସିଡି୍‌କ୍‌ ସିକ୍ରେସନ୍‌ ବଢ଼ିବା ଭୟ ରହିଥାଏ। ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାନ୍ତି, ଝାଡ଼ା ଭଳି ସମସ୍ୟା ହୋଇଥାଏ। ଏପରିକି ପେଟରେ ଯନ୍ତ୍ରଣା ମଧ୍ୟ ହୁଏ। ଯେଉଁମାନେ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସରେ ପୀଡିତ, ସେମାନେ କମ୍ ଲେମ୍ବୁ ପାଣି ପିଇବା ଉଚିତ୍।

Advertisment

-ଅନେକ ଥର ଲେମ୍ବୁ ଜରିଆରେ ପାଟିରୁ ଦୁର୍ଗନ୍ଧ ଏବଂ ଦାନ୍ତ ସଫା କରାଯାଏ। କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଅନ୍ତି, ତା’ହେଲେ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ପାଟିରେ ଘା' ସୃଷ୍ଟି କରିପାରେ। ପାଟି ଭିତରେ ଜଳାପୋଡା ମଧ୍ୟ ହୁଏ।

-ଅତ୍ୟଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତ କ୍ଷୟ ହୋଇପାରେ। ତେଣୁ ଯେବେବି ଆପଣ ଲେମ୍ବୁ ପାଣି ପିଉଛନ୍ତି ଷ୍ଟ୍ର ବ୍ୟବହାର କରନ୍ତୁ। କାରଣ ଏହାଦ୍ୱାରା ଦାନ୍ତ ସହିତ ଲେମ୍ବୁ ରସର ସମ୍ପର୍କ କମ୍ ରହିବ ଓ ଦାନ୍ତ ଦୁର୍ବଳ ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe