ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ୧୦ଟି ଟିପ୍‌ସ- Tips for taking care of your Eyes

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମାଂସପେଶୀ ଠିକ୍‌ ଭାବରେ କାର୍ଯ୍ୟ ନକଲେ ଆପଣ ଦୁର୍ବଳ ହେବାକୁ ଲାଗିଥା’ନ୍ତି। ଶରୀରର ଅନ୍ୟ ସମସ୍ତ ମାଂସପେଶୀ ପରି ଆଖିର ମାଂସପେଶୀକୁ ମଧ୍ୟ ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ। ଏହି ବ୍ୟାୟାମ ଦ୍ୱାରା ଆଖି ଠିକ୍ ଭାବରେ କାର୍ଯ୍ୟ କରିଥାଏ। ତେବେର ଆଖିର ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟ ଆପଣଇଥା’ନ୍ତି। ଆଜି ଆମେ ଆପଣଙ୍କୁ ଆଖି ସମ୍ପର୍କିତ କିଛି ଟିପସ୍‌ କହିବୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା ସେହି ଟିପସ୍‌ ଗୁଡ଼ିକ ବିଷୟରେ…

  • ୧. ଆଖିକୁ ଆବଶ୍ୟକତାଠାରୁ ଅଧିକ ଚାପ ଦିଅନ୍ତୁ ନାହିଁ। ଯଦି ଅଧିକ ସମୟ ଧରି ମୋବାଇଲ୍‌, ଲ୍ୟାପଟପ୍‌ କିମ୍ୱା କମ୍ପ୍ୟୁଟର ସାମ୍ନାରେ କାର୍ଯ୍ୟ କରୁଛନ୍ତି, ତେବେ ପ୍ରତି ଘଣ୍ଟାଏ କିମ୍ୱା ଦୁଇ ଘଣ୍ଟାରେ ଆଖିକୁ ଦୁଇରୁ ତିନି ମିନିଟ୍‌ ବିଶ୍ରାମ ଦିଅନ୍ତୁ।

Don't put pressure on your eyes

  • ୨. ଆଖିକୁ ସୁସ୍ଥ ରଖିବା ପାଇଁ କିଛି ଏକ୍ସସରସାଇଜ୍‌ କରନ୍ତୁ। ଯେପରିକି ସବୁଜ ଗଛଲତାକୁ ଦିନକୁ ୧୦ରୁ ୧୫ ମିନିଟ୍‌ ଦେଖନ୍ତୁ।
  • ୩. ଯଦି ଆପଣ ଚଷମା ଲଗାଉଛନ୍ତି, ତେବେ ଚଷମା କମ୍‌ ଲଗାଇବା ପାଇଁ ଚେଷ୍ଟା କରନ୍ତୁ। କେବଳ କାମ କରିବା ସମୟରେ ହିଁ ଚଷମା ବ୍ୟବହାର କରିବା ଭଲ।
  • ୪. ଆଖିକୁ ଆସ୍ତେ ଆସ୍ତେ ଆଙ୍ଗୁଳିରେ ହାଲ୍‌କା ମସାଜ୍‌ କରନ୍ତୁ। ମନେରଖନ୍ତୁ ମସାଜ୍‌ କରିବା ସମୟରେ ଯେପରି ଆଖିକୁ ଯନ୍ତ୍ରଣା ନହୁଏ।
  • ୫. ବାହାରକୁ ବୁଲିବାକୁ ଯିବା ସମୟରେ ଅଧିକ ଦୂର ପର୍ଯ୍ୟନ୍ତ କୌଣସି ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ ଅର୍ଥାତ୍‌ ଆପଣଙ୍କର ଦୃଷ୍ଟିଶକ୍ତି କେଉଁ ପର୍ଯ୍ୟନ୍ତ ଯାଇପାରୁଛି, ଜାଣିବାକୁ ଚେଷ୍ଟା କରନ୍ତୁ।

picture of eyes

  • ୬. ପ୍ରତିଦିନ ଗାଜର ଖାଆନ୍ତୁ କିମ୍ୱା ଏହାର ରସ ପିଅନ୍ତୁ। ଗାଜରରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ ରହିଛି, ଯାହା ଆଖିକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ।
  • ୭. ଯଦି ଆପଣଙ୍କ ଆଖି ଜଳାପୋଡ଼ା ହେଉଛି, ତେବେ ନିୟମିତ ଭାବରେ ଆଇଡ୍ରପ୍‌ ବ୍ୟବହାର କରିବା ପରିବର୍ତ୍ତେ ଏଲୋବେରା ଜୁସ୍‌ର ବ୍ୟବହାର ମଧ୍ୟ କରିପାରିବେ। ତେବେ ଏହାକୁ ବ୍ୟବହାର କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ।
  • ୮. ଆଖିକୁ ଥକା ଲାଗିବା ପରି ଅନୁଭୂତ ହେଲେ, ହାଲ୍‌କା ଉଷୁମ ପାଣିରେ ଆଖିକୁ ଧୁଅନ୍ତୁ। ଏପରି କଲେ ଆଖିର ଥକାପଣ ଦୂର ହୋଇଥାଏ।
  • ୯. ଶୋଇବାକୁ ଯିବାର ଦୁଇଘଣ୍ଟା ପୂର୍ବରୁ କମ୍ପ୍ୟୁଟର, ମୋବାଇଲ୍‌ ଓ ଟିଭି ଦେଖନ୍ତୁ ନାହିଁ।

picture of eye straining

  • ୧୦. ଶେଷରେ ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣ ଏକ ଏକ୍ସସରସାଇଜ୍‌ ମଧ୍ୟ କରିପାରିବେ। ଏହି ଏକ୍ସସରସାଇଜ୍‌ କରିବା ପାଇଁ ପ୍ରଥମେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସନ୍ତୁ। ଏହାପରେ କୌଣସି ଛୋଟ ସ୍ତିର ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ ଏହି ସମୟରେ ଯେପରି ଆପଣଙ୍କର ଆଖି ପତା ନପଡ଼େ। ଏପରି ପାଖାପାଖି ୧୦ ମିନିଟ୍‌ କରିବା ପାଇଁ ଚେଷ୍ଟାକରନ୍ତୁ। ଏହାପରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରିଦିଅନ୍ତୁ।

ଆହୁରି ପଢ଼ନ୍ତୁ

୨୪ ବର୍ଷ ପରେ ରାଜ୍ୟସଭାର ସାଂସଦ ଭାବରେ ଶପଥ ନେଲେ ଦେବଗୌଡ଼ା

ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ

ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରାକୁ ଭଲ ଭାବରେ ସଂରକ୍ଷିତ କରାଯାଇନି !

ବାଘ ମୁଣ୍ଡ ଓ ଛାଲ ଜବତ

‘ଯଦି ଚୀନ୍ ସହିତ କଥା ହେବା, ପାକିସ୍ତାନ ସହିତ କାହିଁକି ନୁହେଁ’?

କରୋନା ପାଇଁ ବଢ଼ି ଚାଲିଛି ଋଣ ହାର, ଚିନ୍ତାରେ ମୋଦି ସରକାର

ଆଗୁଆ ଶେଷ ହୋଇଯିବ ମୌସୁମୀ ଅଧିବେଶନ!

ଦେଶର ୬୦ ପ୍ରତିଶତ ଛାତ୍ରୀଛାତ୍ରୀ ଚାଲିଚାଲି ସ୍କୁଲ ଯାଉଛନ୍ତି: ଏନଏସଓ

ଡିଜିଟାଲ ପେମେଣ୍ଟ ସାଇବର ଅପରାଧକୁ ବଢ଼ାଇଛି: ଡୋଭାଲ୍

ଜମ୍ମୁ କଶ୍ମୀରକୁ ୧୩୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଚୀନ୍ ଗୁପ୍ତଚରଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଦେଉଥିଲେ ସାମ୍ୱାଦିକ ରାଜୀବ

ଭଲ ଖବର: ଆରୋଗ୍ୟ ହାରରେ ଆମେରିକାକୁ ପଛରେ ପକାଇଲା ଭାରତ