Advertisment

ଗର୍ଭାବସ୍ଥାରେ ଶୋଇବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌

ମା’ ହେବା ଦୁନିଆର ସବୁଠାରୁ ବଡ଼ ଅନୁଭୁତି। ଏହି ସୁଖ ପାଇଁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗର୍ଭାବସ୍ଥା ସମୟରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏଥିପାଇଁ ମହିଳା ମାନଙ୍କୁ ନିଜ ପ୍ରତି ଧ୍ୟାନ ଦେବା ଜରୁରୀ। ପେଟର ଆକାର ବଢ଼ିବା ଯୋଗୁ ଚଲାବୁଲା କରିବା ତଥା ବସିବାରେ ଅସୁବିଧା ହୋଇଥାଏ। ଖାସ୍‌ କରି ଶୋଇବା ସମୟର ଗର୍ଭବତୀଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼େ।  ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଶୋଇବା ସମୟରେ କେଉଁ ସବୁ […]

ଅଦ୍ୟତନ ହୋଇଛି
ଗର୍ଭାବସ୍ଥାରେ ଶୋଇବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌
Advertisment

ମା’ ହେବା ଦୁନିଆର ସବୁଠାରୁ ବଡ଼ ଅନୁଭୁତି। ଏହି ସୁଖ ପାଇଁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗର୍ଭାବସ୍ଥା ସମୟରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏଥିପାଇଁ ମହିଳା ମାନଙ୍କୁ ନିଜ ପ୍ରତି ଧ୍ୟାନ ଦେବା ଜରୁରୀ। ପେଟର ଆକାର ବଢ଼ିବା ଯୋଗୁ ଚଲାବୁଲା କରିବା ତଥା ବସିବାରେ ଅସୁବିଧା ହୋଇଥାଏ। ଖାସ୍‌ କରି ଶୋଇବା ସମୟର ଗର୍ଭବତୀଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼େ।  ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଶୋଇବା ସମୟରେ କେଉଁ ସବୁ ଭୁଲ କରିବେ ନାହିଁ।

Advertisment

୧- ପେଟ ଉପରେ ଅଧିକ ଭାର ଦିଅନ୍ତୁ ନାହିଁ

ଗର୍ଭାବସ୍ଥାରେ ମା’ ଶରୀର ଛୁଆର ଆଶ୍ରୟ ସ୍ଥଳୀ ହୋଇଥାଏ। ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ  ଶୋଇବାର ଢଙ୍ଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।  ଖାସ୍‌କରି ଶୋଇବା ସମୟରେ ଶରୀର ଅଧିକ ସମୟ ଯାଏଁ ଗୋଟିଏ ପୋଜିସନ୍‌ରେ ରହେ। ତେଣୁ ଗର୍ଭବତୀମାନେ ଶୋଇବା ସମୟରେ ଧ୍ୟାନ ଦେବେ ଯେପରି ପେଟ ଉପରେ ଅଧିକ ଭାର ପଡିବ ନାହିଁ। କାରଣ ଏହା ଦ୍ୱାରା ପେଟରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

୨- ଶୋଇବା ପୋଜିସନ୍‌ ପ୍ରତି ଧ୍ୟାନ ଦିଅନ୍ତୁ

ଗର୍ଭାବସ୍ଥାରେ ବାମ କଡ଼କୁ ମୁହଁ କରି ଶୋଇବା ଭଲ।  ବାମ ପଟକୁ ମୁହଁ କରି ଶୋଇବା ଦ୍ୱାରା ଉଭୟ ମା’ ଓ ଶିଶୁର ଶରୀରରେ ଠିକ୍‌ ଭାବେ ରକ୍ତପ୍ରବାହ ହୋଇଥାଏ। ଛୁଆକୁ ମଧ୍ୟ ଠିକ୍‌ ପରିମାଣରେ ଅମ୍ଲଜାନ ମିଳିଥାଏ। ଏହା ଦ୍ୱାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିନଥାଏ।

Advertisment

୩- ଶୋଇବାର ଠିକ୍‌ ପୂର୍ବରୁ ପାଣି ପିଅନ୍ତୁ ନାହିଁ

ଶୋଇବାର ଠିକ୍ ପୂର୍ବରୁ ପାଣି ପିଅନ୍ତୁ ନାହିଁ। । ଶୋଇବା ପୂର୍ବରୁ ପାଣି ପିଇଲେ ରାତିରେ ଉଠି ବାଥରୁମ୍‌ ଯିବାର ଆବଶ୍ୟକତା ପଡ଼ିପାରେ  ଏଥିପାଇଁ ଶୋଇବାର ଏକଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ

pp୪- ଅଧିକ ଷ୍ଟ୍ରେସ୍ ନିଅନ୍ତୁ ନାହିଁ

ଗର୍ଭାବସ୍ଥାରେ ଚିନ୍ତା ଆପଣଙ୍କ ନିଦର ବଡ଼ ଶତ୍ରୁ ହୋଇଥାଏ।  କିନ୍ତୁ ଏହା ଆପଣଙ୍କର ହେବାକୁ  ଥିବା ଶିଶୁ  ପାଇଁ ଭଲ ନୁହେଁ । ଭଲ ନିଦ ପାଇଁ ମନ ପସନ୍ଦର ଗୀତ ଶୁଣନ୍ତୁ। ଭଲ ବହି ପଢ଼ିପାରିବେ ଏବଂ କମେଡି ସିନେମା ମଧ୍ୟ ଦେଖିପାରିବେ ।

୫- ଆରାମ ଦାୟକ ପୋଷାକ ପିନ୍ଧନ୍ତୁ

ଗର୍ଭାବସ୍ଥାରେ  ଢିଲା ସୁତାବସ୍ତ୍ର ପିନ୍ଧନ୍ତୁ। ଅଧିକ ଟାଇଟ୍‌ ପୋଷାକ ପିନ୍ଧିଲେ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥାଏ।

୬- ଶୋଇବା କକ୍ଷର ତାପମାତ୍ରା ଠିକ୍‌ ରହିବା ଆବଶ୍ୟକ

ଗର୍ଭବତୀଙ୍କ ଶୋଇବା କକ୍ଷ ଅଧିକ ଥଣ୍ଡା  କିମ୍ୱା  ଅଧିକ ଗରମ ହୋଇନଥିବା ଆବଶ୍ୟକ । ରୁମ୍‌ଟି ସର୍ବଦା  ସଠିକ ତାପମାତ୍ରାରେ ରହିଲେ ଭଲ ନିଦ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe