/odisha-reporter/media/post_attachments/uploads/2017/10/ginger.jpg)
ginger
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଡିଟି ବା ଗ୍ୟାସ୍ ଏବେ ଏକ ସାଧାରଣ ରୋଗ ହୋଇଗଲାଣି। ସାଧାରଣତଃ ଖାଇବା-ପିଇବାରେ ଅନିୟମିତତା ବା ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ହୋଇଥାଏ। ଥରେ ଆରମ୍ଭ ହୋଇଗଲେ ଏହି ରୋଗ ଭଲ ହେବା କଷ୍ଟକର। ଏହି ରୋଗ ହେବାଦ୍ୱାରା ପେଟ ବିନ୍ଧା, ମୁଣ୍ଡ ବିନ୍ଧା ସହ ପେଟ ଫୁଲିବା ଦେଖାଯାଏ। ତେଣୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ଖାଇବା ଆରମ୍ଭ କରିଦେଉ। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହି ରୋଗର ନିବାରଣ କରି ହେବ। ପ୍ରତ୍ୟେକ ଦିନ ସକାଳେ, ମଧ୍ୟାହ୍ନରେ ଓ ରାତିରେ ଖାଇବା ପୂର୍ବରୁ ଖଣ୍ଡେ ଅଦାକୁ ସୈନ୍ଧବ ଲୁଣ ସହ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ଗ୍ୟାସଟିକ୍ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ।
Advertisment
ଆହୁରି ମଧ୍ୟ ପଢନ୍ତୁ: ଜାଣନ୍ତୁ ଶୀତଦିନେ ଶିଶୁଙ୍କ ମାଲିସ୍ ବେଳେ କ’ଣ କରିବେ, କ’ଣ କରିବେ ନାହିଁ
ଦେଖନ୍ତୁ ଭିଡ଼ିଓ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
