Advertisment

ଟିକା ନେବା ପୂର୍ବରୁ ଓ ପରେ ଖାଆନ୍ତୁ ଏହି ଖାଦ୍ୟ, ହେବନି କୌଣସି ସାଇଡ୍ ଇଫେକ୍ଟ

ସାରା ଦେଶରେ କରୋନା ଭାଇରସର କହର ଜାରି ରହିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଟିକାକରଣରେ ସାମିଲ୍‌ ହେବାକୁ ପ୍ରୋତ୍ସାହନ କରାଯାଉଛି। କରୋନା ଟିକା ନେବା ପରେ କିଛି ଲୋକଙ୍କୁ ଶରୀରରେ ଯନ୍ତ୍ରଣା ଓ ଜ୍ୱର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ବିଶେଷ କରି ଟିକା ନେବା ପୂର୍ବରୁ ଡାଏଟ୍ […]

ଟିକା ନେବା ପୂର୍ବରୁ ଓ ପରେ ଖାଆନ୍ତୁ ଏହି ଖାଦ୍ୟ, ହେବନି କୌଣସି ସାଇଡ୍ ଇଫେକ୍ଟ

vaccination

Advertisment

ସାରା ଦେଶରେ କରୋନା ଭାଇରସର କହର ଜାରି ରହିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଟିକାକରଣରେ ସାମିଲ୍‌ ହେବାକୁ ପ୍ରୋତ୍ସାହନ କରାଯାଉଛି। କରୋନା ଟିକା ନେବା ପରେ କିଛି ଲୋକଙ୍କୁ ଶରୀରରେ ଯନ୍ତ୍ରଣା ଓ ଜ୍ୱର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ବିଶେଷ କରି ଟିକା ନେବା ପୂର୍ବରୁ ଡାଏଟ୍ ଖାଦ୍ୟ ଖାଆନ୍ତୁ ଏବଂ ଟିକା ନେବା ପରେ ଅିତ୍ୟଧିକ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାବ୍ୟତୀତ ପ୍ରଚୁର ପାଣି ମଧ୍ୟ ପିଇବା ଦରକାର। ଟିକାକରଣ ପୂର୍ବରୁ ଓ ପରେ କିଛି ଜରୁରୀ କଥା ନଜରରେ ରଖବା ଜରୁରୀ, ଯେଉଁଥିରେ ଡାଏଟ୍ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ଟିକାକରଣ ପୂର୍ବରୁ ଏବଂ ପରେ କଣ ଖାଇବା ଆସନ୍ତୁ ଜାଣିବା।

Advertisment

ହଳଦୀ: ହଳଦୀରେ କର୍କୁମିନ୍ ନାମକ ଏକ କେମିକାଲ୍ ପଦାର୍ଥ ଥାଏ ଯାହା ଖାଦ୍ୟରେ ସ୍ୱାଦ ଆଣିବାରେ କାମ କରେ। ହଳନୀ ବ୍ୟବହାର ଦ୍ୱାରା ଯନ୍ତ୍ରଣାକୁ କମ୍ କରାଯାଇ ପାରିବ। ଏହା ଏକ ଆଣ୍ଟି-ଷ୍ଟ୍ରେସ୍ ଖାଦ୍ୟ, ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଟିକାକରଣ ପୂର୍ବରୁ କଦଳୀ ଖାଇବା ଜରୁରୀ। ଆପଣ ହଳଦୀ ମିଶା କ୍ଷୀର କିମ୍ବା ଖାଦ୍ୟରେ ହଳଦୀ ମିଶାଇ ଖାଇପାରିବେ।

ରସୁଣ : ରସୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବ୍ୟବହୃତ ହୋଇଥାଏ , ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରୋବାୟୋଟିକ୍ସରେ ପରିପୂର୍ଣ୍ଣ ଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Advertisment

ଅଦା: ଅଦା ହାଇପର୍ ଟେନସନ୍, ଜୀବନ ପ୍ରତି ବିପଦ ଏବଂ ଫୁସଫୁସ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଅଦା ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଟିକା ନେବା ପୂର୍ବରୁ ଅଦା ଖାଇବା ଉଚିତ୍। ଆପଣ ସକାଳେ ମଧ୍ୟ ଅଦା ଚା’ ପିଇପାରିବେ।

ସବୁଜ ପନିପରିବା ଏବଂ ଫଳ:ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପୋଷକ ତତ୍ତ୍ୱ, ମିନେରାଲ୍ସ ଏବଂ ଫେନୋଲିକ୍ କମ୍ପାଉଣ୍ଡ ଥାଏ। ସବୁଜ ପନିପରିବାରେ ଆଇରନ୍ ଏବଂ କ୍ୟାଲସିୟମ୍ ମାତ୍ରା ଭରପୂର ରହିଥାଏୟ। ଆପଣ ଖାଦ୍ୟରେ ପାଳଙ୍ଗ ଶାଗ, ବ୍ରୋକୋଲି ଆଦି ପନିପରିବା ଖାଇବା ଉଚିତ୍। ଏହା ବ୍ୟତୀତ, ଖାଦ୍ୟରେ ତାଜା ଫଳ ମଧ୍ୟ ଖାଇପାରିବେ। ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଟିକାକରଣ ପରେ ଏହି ଜିନିଷଗୁଡ଼ିକୁ ନିଜ ଡାଏଟରେ ସାମିଲ୍‌ କରନ୍ତୁ
ବ୍ଲୁ ବ୍ୟାରେଜ୍: ବ୍ଲୁ ବ୍ୟାରେଜରେ ଫାଇଟୋ ଫ୍ଲାଭୋନାଏଡ୍ ରହିଥାଏ। ଏହା ବ୍ୟତୀତ ସେଥିରେ ବହୁତ ପୋଟାସିୟମ୍ ଏବଂ ଭିଟାମିନ୍ ସି ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ ସେରୋଟେନିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ଟିକାକରଣ ପରେ, ନିଶ୍ଚିତ ଭାବେ ଏହାକୁ ଆପଣଙ୍କର ଖାଦ୍ୟରେ ସାମିଲ୍ କରନ୍ତୁ।

ଡାର୍କ ଚକୋଲେଟ୍: ଡାର୍କ ଚକୋଲେଟ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଥିବା କୋକୋ କର୍କଟ ଭଳି ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ। ଅନେକ ଅଧ୍ୟୟନରେ ଜଣାପଡିଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଗୁରୁତର ରୋଗ ହେବାର ଆଶଙ୍କା କମିଥାଏ ଏବଂ ଟୀକାକରଣ ପରେ ଏହା ଅତ୍ୟନ୍ତ ଜରୁରୀ।

ଭର୍ଜିନ୍ ଅଲିଭ୍ ଅଏଲ୍:ଭର୍ଜିନ୍ ଅଲିଭ୍ ଅଏଲ ମଧୁମେହ ଏବଂ ନ୍ୟୁରୋଲୋଜି ରୋଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅଲିଭ୍ ଅଏଲରେ ଅସନ୍ତୁଳିତ ଚର୍ବି ରହିଥାଏ ଯାହା ସି ପ୍ରୋଟିନକୁ କମ୍ କରିବାରେ ସାହାଯ୍ୟ କରିଥାଏ। କରୋନା ଟିକା ନେବା ପରେ ଖାଦ୍ୟରେ ଭର୍ଜିନ୍ ଅଲିଭ୍ ଅଏଲ୍ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe