କରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ ଏହି ମେଡିସିନ୍‌!

ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିସାରିଲାଣି। ଏହି ମହାମାରୀ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇଛି। କରୋନାରୁ କିପରି ସୁସ୍ଥ ହେବେ, ସେ ନେଇ ବିଭିନ୍ନ ଦେଶ ଟିକା ବାହାର କରିଛନ୍ତି। ଏହି ଟିକା ମଧ୍ୟ ଶତପ୍ରତିଶତ ପ୍ରଭାବଶାଳୀ ନୁହେଁ। ଏଭଳି ସମୟରେ କରୋନାରେ ସଂକ୍ରମିତ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଅଷ୍ଟ୍ରେଲିଆର ରିସର୍ଚ୍ଚ ଏଭଳି ଏକ ଆଣ୍ଟି ଭାଇରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି, […]

covid19

Ranjit Kumar Jena
  • Published: Tuesday, 18 May 2021
  • , Updated: 18 May 2021, 10:02 PM IST

ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିସାରିଲାଣି। ଏହି ମହାମାରୀ ଏବେ ସାରା ଦୁନିଆରେ ଆତଙ୍କ ଖେଳାଇଛି। କରୋନାରୁ କିପରି ସୁସ୍ଥ ହେବେ, ସେ ନେଇ ବିଭିନ୍ନ ଦେଶ ଟିକା ବାହାର କରିଛନ୍ତି। ଏହି ଟିକା ମଧ୍ୟ ଶତପ୍ରତିଶତ ପ୍ରଭାବଶାଳୀ ନୁହେଁ। ଏଭଳି ସମୟରେ କରୋନାରେ ସଂକ୍ରମିତ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି କଲା ଭଳି ଖବର ଆସିଛି। ଅଷ୍ଟ୍ରେଲିଆର ରିସର୍ଚ୍ଚ ଏଭଳି ଏକ ଆଣ୍ଟି ଭାଇରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି, ଯାହା ମୂଷାର ଫୁସଫୁସରେ ୯୯.୯ ପ୍ରତିଶତ କରୋନା ପାର୍ଟିକିଲ୍ସକୁ ଶେଷ କରିବାରେ ସଫଳ ହୋଇଛି। ତେବେ ଏହି ମେଡିସିନକୁ ମାର୍କେଟ୍ ଆସିବାରେ ବିଳମ୍ବ ହୋଇପାରେ।

ଏହି ଟ୍ରିଟମେଣ୍ଟକୁ ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ୟୁନିଭର୍ସିଟି ମେଜିନ୍ସ ହେଲଥ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ନେକ୍ସଟ୍ ଜେନେରେସନ୍ ଟ୍ରିଟମେଣ୍ଟ କୁହାଯାଉଛି। ଏହି ଟ୍ରିଟମେଣ୍ଟ ଏକ ମେଡିକାଲ୍ ଟେନକିନ୍ ସାହାଯ୍ୟରେ କାମ କରୁଛି, ଯାହାର ନାଁ ଜିନ୍ ସାଇଲେନ୍ସିଂ। ୧୯୯୦ରେ ଅଷ୍ଟ୍ରେଲିଆରେ ଏହି ଟେକନିକର ଆବିଷ୍କାର ହୋଇଥିଲା। ଏହି ଟ୍ରିଟମେଣ୍ଟକୁ ଇଞ୍ଜେକ୍ସନ୍ ଆକାରରେ ଦିଆଯିବ। ଜିନ୍ ସାଇଲେନ୍ସିଂ ସହାୟତାରେ ଆରଏନଏର ଉପଯୋଗ କରାଯାଇ ଭୂତାଣକୁ ରୋକିବା ପାଇଁ କରାଯିବ। ଏହା ପୂର୍ବରୁ ଫାଇଜର୍ ଓ ମଡର୍ଣ୍ଣା କୋଭିଡ୍ ଭ୍ୟାକସିନରେ ମଧ୍ୟ ଆରଏନଏକୁ ମୋଡିଫାଇ କରାଯାଇଥିଲା ଏବଂ ଏହି ଭ୍ୟାକସିନରେ ୯୫ ପ୍ରତିଶତ ରୋଗକୁ ରୋକିବାର କ୍ଷମତା ଥିବା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଯେଉଁମାନେ କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ଅଛନ୍ତି ଓ ଯେଉଁମାନଙ୍କ ଉପରେ ଭ୍ୟାକସିନ୍ ପ୍ରଭାବ ପକାଇ ନାହିଁ, ସେହିମାନଙ୍କ ପାଇଁ ଏହି ନୂଆ ଥେରାପି ପ୍ରସ୍ତୁତ କରାଯାଇଛି। ଏହି ୟୁନିଭର୍ସିଟର ଅଗ୍ରଣୀ ରିସର୍ଚ୍ଚର ପ୍ରଫେସର୍ ନିଗେଲ୍ ମ୍ୟାକମିଲାନ୍ କହିଛନ୍ତି, ଏହି ଟ୍ରିଟମେଣ୍ଟ ଜରିଆରେ ଭାଇରସକୁ ନୂଆ ଷ୍ଟ୍ରେନରେ ପରିବର୍ତ୍ତିତ ହେବାରୁ ରୋକାଯାଇ ପାରିବ। ଏହି ଟ୍ରିଟମେଣ୍ଟ ସହ ସାରା ଦୁନିଆରେ କରୋନା ଭାଇରସରେ ହେଉଥିବା ମୃତ୍ୟୁର ହ୍ରାସ ମଧ୍ୟ ଘଟିବ। ଏହି ଟ୍ରିଟମେଣ୍ଟ କୌଣସି କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କର ଫୁସଫୁସକୁ ଯାଇ ସିଧା ଭାଇରସକୁ ଶେଷ କରିବାର କ୍ଷମତା ରଖିଛି।

ତେବେ ଏହି ଟ୍ରିଟମେଣ୍ଟ ଏବେ ମୂଷାମାନଙ୍କ ଉପରେ ଟ୍ରାଏଲ୍ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ଟ୍ରିଟମେଣ୍ଟ ମଣିଷଙ୍କ ପାଇଁ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ହୋଇନାହିଁ। ଏହି ଥେରାପି ସହ ଜଡ଼ିତ ଅନୁସନ୍ଧାନକାରୀ କହିଛନ୍ତି ଯେ ଏହି ଟ୍ରିଟମେଣ୍ଟ ଜରିଆରେ ଶରୀରର ସାମାନ୍ୟ ଶିରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଏହା ପୂର୍ବରୁ ରେମଡେସିଭିର ଭଳି ଆଣ୍ଟି ଭାଇରାଲ୍ ଟ୍ରିଟମେଣ୍ଟ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବେଶ୍ ସହାୟକ ହୋଇଛି। କିନ୍ତୁ ଏହା ପ୍ରଥମ ଟ୍ରିଟମେଣ୍ଟ ହେବ, ଯାହା ଭାଇରସକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବାକୁ ପ୍ରୟାସ କରାଯିବ।

ସୂଚନାଯୋଗ୍ୟ, ଏହି ୟୁନିଭର୍ସିଟିର ରିସର୍ଚ୍ଚର ଓ ବୈଜ୍ଞାନିକମାନେ ଗତ ବର୍ଷରୁ ହିଁ ଏହି ଟ୍ରିଟମେଣ୍ଟ ଉପରେ କାମ କରୁଥିଲେ । ଗତବର୍ଷ ଏପ୍ରିଲ୍ ମାସରେ ଅଷ୍ଟ୍ରେଲିଆରେ ୬ ସପ୍ତାହ ପାଇଁ ଲକଡାଉନ୍ ଲାଗୁ କରାଯାଇଥିଲା । ଏପ୍ରିଲ୍ ମାସରେ ହିଁ ଏହି ୟୁନିଭର୍ସିଟିର ରିସର୍ଚ୍ଚର ଏହି ଟ୍ରିଟମେଣ୍ଟ ଉପରେ କାମ ଆରମ୍ଭ କରିଦେଇଥିଲା । ତେବେ ଏହି ମେଡିସିନ୍ ମାର୍କେଟକୁ ଆସିବା ପାଇଁ ସମୟ ଲାଗିବ । ରିପୋର୍ଟ ଅନୁଯାୟୀ, ଏହି ଟ୍ରିଟମେଣ୍ଟ ୨୦୨୩ରେ ସାଧାରଣ ଲୋକ ପାଇଁ ଉପଲବ୍ଧ ହେବ ।

Related story