ଚିନାବାଦାମକୁ ଆମେ ସାଧାରଣତଃ ଟାଇମ୍ପାସ୍ ଖାଦ୍ୟ ମନେ କରୁ। କାରଣ ଅଧିକାଂଶ ଲୋକ ସମୟ କାଟିବା ପାଇଁ ଚିନାବାଦାମ ଖାଆନ୍ତି। କିନ୍ତୁ ଜାଣିଛନ୍ତି, ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ। ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍ ରହିଛି। ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ।
୧: ଏକ ଲିଟର କ୍ଷୀର ପିଇଲେ ଯେଉଁ ଲାଭ ମିଳିବି ତାହା ୧୦ ଗ୍ରାମ ଚିନାବାଦାମ ଖାଇଲେ ମିଳିବ।
୨: ଚିନାବାଦାମ ଖାଇଲେ ହଜମ ଶକ୍ତି ବଢ଼େ।
୩: ଏହା ଖରାପ କୋଲେଷ୍ଟ୍ରୋଲକୁ ଭଲ କୋଲେଷ୍ଟ୍ରୋଲରେ ପରିଣତ କରି ଦିଏ।
୪: ଶରୀର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହିତ ଫୁସ୍ଫୁସ୍କୁ ସୁସ୍ଥ ରଖେ।
୫: ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ମୋଟା ଲୋକେ ପତଳା ହୋଇଯିବେ।
୬: ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି
ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ।
୭: ଚିନାବାଦାମ ନିୟମିତ ଖାଇଲେ କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ।
୮: ଗର୍ଭବତୀ ମହିଳା ଓ ପେଟ୍ରେ ଥିବା ଶିଶୁ ପାଇଁ ଚିନାବାଦାମ ଭାରି ଭଲ। ଏଣୁ ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନେ ବାଦାମ ଖାଇପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/nuts.jpg)