Advertisment

ଖାଆନ୍ତୁ ୭ ସୁପରଫୁଡ୍, ଆଉ ଶୀତ ଦିନେ ରୁହନ୍ତୁ ଫିଟ୍

ଶୀତ ଋତୁ ଆସିଗଲାଣି। ଏବେ ନିଜର ଅଧିକ ଯତ୍ନ ନେବାକୁ ହେବ। କାରଣ କରୋନା ମହାମାରୀ ଆତଙ୍କ ଏବେ ବି ଲାଗି ରହିଛି ଏଣୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ତେବେ ଶୀତ ଦିନେ ଖାଦ୍ୟପେୟର ପରିମାଣ ସାମାନ୍ୟ ବଢ଼ିଯାଇଥାଏ। ଅଧିକ ଖାଇବା ଏବଂ ଶାରୀରିକ କାର୍ଯ୍ୟକଳାପ ହେବା ଫଳରେ ଶୀତ ଦିନେ ଅନେକ ବ୍ୟକ୍ତିଙ୍କ ଓଜନ ବଢ଼ିବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ବ୍ୟତୀତ ଫ୍ଲୁ ଏବଂ ଭୂତାଣୂ ସଂକ୍ରମଣଠାରୁ ରକ୍ଷା ପାଇବାକୁ ରୋଗ […]

ଖାଆନ୍ତୁ ୭ ସୁପରଫୁଡ୍, ଆଉ ଶୀତ ଦିନେ ରୁହନ୍ତୁ ଫିଟ୍

winter-food

Advertisment

ଶୀତ ଋତୁ ଆସିଗଲାଣି। ଏବେ ନିଜର ଅଧିକ ଯତ୍ନ ନେବାକୁ ହେବ। କାରଣ କରୋନା ମହାମାରୀ ଆତଙ୍କ ଏବେ ବି ଲାଗି ରହିଛି ଏଣୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ତେବେ ଶୀତ ଦିନେ ଖାଦ୍ୟପେୟର ପରିମାଣ ସାମାନ୍ୟ ବଢ଼ିଯାଇଥାଏ। ଅଧିକ ଖାଇବା ଏବଂ ଶାରୀରିକ କାର୍ଯ୍ୟକଳାପ ହେବା ଫଳରେ ଶୀତ ଦିନେ ଅନେକ ବ୍ୟକ୍ତିଙ୍କ ଓଜନ ବଢ଼ିବା ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ବ୍ୟତୀତ ଫ୍ଲୁ ଏବଂ ଭୂତାଣୂ ସଂକ୍ରମଣଠାରୁ ରକ୍ଷା ପାଇବାକୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବା ଆବଶ୍ୟକ। ତେବେ ଆଜି ଜାଣନ୍ତୁ ୭ଟି ସୁପରଫୁଡ୍ ବିଷୟରେ, ଯାହାକୁ ଶୀତଦିନେ ଖାଇ ଆପଣ ନିଜର ଇମ୍ୟୁନିଟି ବୁଷ୍ଟ କରିପାରିବେ ଆଉ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢ଼ାଇବ ନାହିଁ।

Advertisment

जड़ वाली सब्जियां

ମୂଳ ଜାତୀୟ ପରିବା- ଶୀତ ଦିନେ ଋତୁକାଳୀନ ପରିବା ଖାଆନ୍ତୁ। ଗାଜର, ବିଲାତି, ମୂଳା, ପିଆଜ ଭଳି ମୂଳ ଜାତୀୟ ପରିବା ଅଧିକ ମିଳିଥାଏ। ଶୀତ ଦିନେ ଏହାକୁ ନିଜ ଖାଦ୍ୟ ସୂଚୀରେ ସାମିଲ କରନ୍ତୁ। ଏହାକୁ ଖାଇଲେ ଶରୀରକୁ ପ୍ରିବାୟୋଟିକ ମିଳିଥାଏ, ଯଦ୍ଦ୍ୱାରା ଶରୀରର ଓଜନ କମିବାରେ ସହାୟକୁ ହୁଏ। ଏହି ପରିବାଗୁଡ଼ିକ ପୋଷକ ତତ୍ୱରେ ଭରପୂର ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବା ସହ ହଜମ କ୍ରିୟାକୁ ସୁଧାରିଥାଏ।

बाजरा

ବାଜରା- ଓଜନ କମାଇବାରେ ବାଜରା ଖୁବ୍ ଉପକାରୀ। ବାଜରା ଅଟାରୁ ତିଆରି ରୁଟି ବା ଲଡୁ ତିଆରି କରି ଖିଆଯାଏ। ଏହାଛଡ଼ା ବାଜରା ଖେଚୁ଼ଡ଼ି ଖାଇବାକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରିଥାନ୍ତି। ବାଜରାରେ ଭିଟାମିନ୍-ବି ପ୍ରଚୁର ମାତ୍ରାରେ ରହିଛି। ଏହା କେଶ ପାଇଁ ମଧ୍ୟ ବହୁତ ଉପକାରୀ। ବାଜରା ଖାଇବା ଦ୍ୱାରା ମାଂସପେଶୀ ମଜବୁତ୍ ହେବା ସହ ଶରୀରକୁ ଶକ୍ତି ଦିଏ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ।

Advertisment

देसी घी

ଘିଅ- ଶୀତ ଦିନେ ଘିଅ ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ। ଘିଅ ଶରୀରକୁ ଭିତରୁ ଗରମ ରଖିଥାଏ। ଡାଲି, ତରକାରୀ ଆଦିକୁ ପ୍ରସ୍ତୁତ କଲାବେଳେ ଘିଅରେ ବନାନ୍ତୁ ଏବଂ ରୁଟିରେ ସାମାନ୍ୟ ଘିଅ ଲଗାଇ ମଧ୍ୟ ଖାଇପାରିବେ। ଘିଅରେ ଭିଟାମିନ୍ ଏ, ଡି, ଇ ଏବଂ କେ ରହିଛି। ଏହା ଖାଦ୍ୟକୁ ସୁଆଦିଆ କରିବା ସହ ଓଜନକୁ ନିୟନ୍ତ୍ରିତ କରେ। ଦେଶୀ ଘିଅରେ ଥିବା ସିଏଏଲଏ ଶରୀରର ମେଟେବୋଲିଜମକୁ ସୁଧାରିଥାଏ, ଯାହା ମୋଟାପଣ ଆସିବାକୁ ଦିଏ ନାହିଁ।

मूंगफली

ଚିନାବାଦାମ- ଚିନାବାଦମରେ ପ୍ରଚୂର ପରିମାଣରେ ପ୍ରୋଟିନ୍ ରହିଛି। ଶୀତ ଋତୁରେ ଏହା ସବୁଠାରୁ ସ୍ୱାସ୍ଥ୍ୟକର ଜଳଖିଆ ବୋଲି ଆମେ କହିପାରିବା। ଚିନାବାଦାମ ସିଝା ବା ଭଜା ବା କଞ୍ଚା ଯେମିତି ଖାଇଲେ ବି ପାଟିକୁ ସୁଆଦିଆ ଲାଗେ। କେତେଜଣ ସାଲାଡ୍ ଏବଂ ତରକାରୀରେ ପକାଇ ମଧ୍ୟ ଖାଇବାକୁ ଭଲପାଆନ୍ତି। ଚିନାବାଦାମ ଖାଇଲେ ଅନେକ ସମୟ ଯାଏ ଭୋକ ହୋଇନଥାଏ। ଏଣୁ ଅତିରିକ୍ତ କ୍ୟାଲୋରୀରୁ ଆପଣ ରକ୍ଷା ପାଆନ୍ତି। ଏଥିରେ ଭିଟାମିନ୍-ବି, ଆମିନୋ ଏସିଡ୍ ଏବଂ ପଲିଫିନୋଲ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ। ଚିନାବାଦାମ ଖାଇଲେ ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

हरी सब्जियां

ସବୁଜ ପନିପରିବା- ଶୀତଦିନରେ ତାଜା ସବୁଜ ପନିପରିବା ପ୍ରଚୁର ମାତ୍ରାରେ ମିଳିଥାଏ। ପାଳକ, ମେଥୀ, ସୋରିଷ, ପୋଦିନା ଆଦି ଶାଗକୁ ଖାଦ୍ୟରେ ସାମିଲ କରନ୍ତୁ। ସବୁଜ ପନିପରିବାରେ ଅନେକ ପୋଷକ ତତ୍ୱ ରହିଥାଏ, ଯାହା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାକୁ ତାଜା ଏବଂ ଭଲ ଭାବରେ ଧୋଇ ଖାଇବା ଉଚିତ୍। ସବୁଜ ପନିପରିବା ଖାଇଲେ ଶୀତ ଦିନେ ଶରୀର ଦରଜ ହେବା ସମସ୍ୟାର ମଧ୍ୟ ସମାଧାନ ମିଳିଥାଏ।

घर का बना मक्खन

ଲହୁଣୀ-ଶୀତ ଋତୁରେ ଲହୁଣୀ ଶରୀର ପାଇଁ ବେଶ୍ ଉପଯୋଗୀ। ଚେଷ୍ଟା କରନ୍ତୁ ଘରେ ଯେପରି ଲହୁଣୀ ପ୍ରସ୍ତୁତ କରିପାରିବ। କାରଣ ଏଥିରେ ଫ୍ୟାଟ୍ ନ ଥାଏ। ରୁଟି, ପରଟା କିମ୍ବା ପାଉଁରୁଟିରେ ଲହୁଣୀ ଲଗାଇ ଖାଇପାରିବେ। ଡାଲି, ଶାଗରେ ଲହୁଣୀ ପକାଇ ଖାଇଲେ ମଧ୍ୟ ସୁସ୍ୱାଦୁ ଲାଗେ। ଶୀତ ଦିନରେ ତ୍ୱଚାକୁ ଶୁଖିଲା ହେବାକୁ ଦିଏ ନାହିଁ ଏବଂ ହାଇଡ୍ରେଟ୍ ରଖିଥାଏ। ଏହାଛଡ଼ା ହାଡ଼କୁ ମଜବୁତ କରିବା ସହ ଇମ୍ୟୁନିଟି ବଢ଼ାଇଥାଏ ଲହୁଣୀ।

तिल

ରାଶି-ଶୀତ ଦିନେ ହାଡ଼ ଏବଂ ଗଣ୍ଠି ଦରଜ ଏକ ସାଧାରଣ ସମସ୍ୟା ହେଲେ ବି ଯନ୍ତ୍ରଣାଦାୟକ। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜ ଖାଦ୍ୟ ସୂଚୀରେ ରାଶିକୁ ସାମିଲ କରନ୍ତୁ। ଏହା ହାଇପରଟେନସନକୁ ମଧ୍ୟ ଦୂର କରିଥାଏ, ଯାହା ଫଳରେ ଭଲ ନିଦ ହୁଏ। ରାଶିରେ ଭିଟାମିନ୍ ଇ ଭରପୂର ରହିଛି। ଏହାକୁ ଚିକ୍କି ବା ଲଡୁ ଭାବେ ଖାଇପାରିବେ। କେତେଜଣ ଏହାର ଚଟଣୀ ପ୍ରସ୍ତୁତ କରି ଖାଇବାକୁ ମଧ୍ୟ ଭଲ ପାଆନ୍ତି।

Health Winter Care
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe