ଡ୍ରାଏ ଫ୍ରୁଟସରେ ବିଭିନ୍ନ ପ୍ରକାରର ପୌଷ୍ଟିକ ତତ୍ତ୍ୱ ରହିବା ସହିତ କେମିକାଲ ନ ଥିବାରୁ ଏଗୁଡ଼ିକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଆଲମଣ୍ଡ, ଅଖରୋଟ, ଚିନାବାଦାମ ଓ ଖିସମିସ ପରି ଗୋଟିଏ ଡ୍ରାଏ ଫ୍ରୁଟସ ହେଉଛି ଖଜୁରୀ।
ଖଜୁରୀକୁ କ୍ଷୀର ସହିତ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।
ଆସନ୍ତୁ ଜାଣିବା ସେଗୁଡ଼ିକ କଣ...
- ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢ଼ିଲେ ଡାଇବେଟିସ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ସପ୍ତାହକୁ ଦୁଇରୁ ତିନିଥର ଖଜୁରୀ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ।
- ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ତ୍ୱଚାକୁ ଚମକାଇଥାଏ। ବିଶେଷଜ୍ଞଙ୍କ ମତ ଅନୁସାରେ ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ।
- ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ କ୍ରିୟା ଠିକ ରହିବା ସହିତ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ତେଣୁ ଉପଯୁକ୍ତ ଫାଇବର ପାଇଁ ଖଜୁରୀ ଖାଆନ୍ତୁ।
- ଖଜୁରୀରେ କେରୋଟୋନାଇଡ ଓ ଫିନୋଲିକ ଏସିଡ ରହିଛି।ଏହି ଏସିଡ ଆପଣଙ୍କ ଶରୀରରେ ହାର୍ଟ ସମସ୍ୟାକୁ ଭଲ କରିଥାଏ।
- ଖଜୁରୀ ଖାଇଲେ ମସ୍ତିଷ୍କର ଟିସୁ ଠିକ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଆପଣଙ୍କ ମେମୋରୀ ପାୱାର ବୃଦ୍ଧି ହୋଇଥାଏ।
- ଗର୍ଭବତୀ ମହିଳାଙ୍କୁ ଖଜୁରୀ ଖାଇବାକୁ ଦିଅନ୍ତୁ। ଖଜୁରୀ ଖାଇଲେ ଜନ୍ମ ସମୟରେ ମହିଳାଙ୍କ ଲେବର ପେନ କମ ହୋଇଥାଏ ଏବଂ ତାଙ୍କୁ ଶକ୍ତି ମିଳିଥାଏ।
- ଖଜୁରୀରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ରହିଛି।ଯାହା ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିଥାଏ। ଏଥିପାଇଁ କ୍ଷୀରରେ ଖଜୁରୀ ମିଶାଇ ହାଇ ବ୍ଲଡ ପ୍ରେସର ରୋଗୀଙ୍କୁ ଖାଇବାକୁ ଦିଅନ୍ତୁ।
- ଏଥିରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ କ୍ୟାଲସିୟମ ତତ୍ତ୍ୱ ହାଡ଼କୁ ମଜବୁତ କରିଥାଏ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।