Advertisment

ଖଜୁରୀ ଖାଇଲେ ଏହି ୮ଟି ଫାଇଦା ମିଳିଥାଏ

ଡ୍ରାଏ ଫ୍ରୁଟସରେ ବିଭିନ୍ନ ପ୍ରକାରର ପୌଷ୍ଟିକ ତତ୍ତ୍ୱ ରହିବା ସହିତ କେମିକାଲ ନ ଥିବାରୁ ଏଗୁଡ଼ିକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଆଲମଣ୍ଡ, ଅଖରୋଟ, ଚିନାବାଦାମ ଓ ଖିସମିସ ପରି ଗୋଟିଏ ଡ୍ରାଏ ଫ୍ରୁଟସ ହେଉଛି ଖଜୁରୀ। ଖଜୁରୀକୁ କ୍ଷୀର ସହିତ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ କଣ… ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢ଼ିଲେ ଡାଇବେଟିସ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ସପ୍ତାହକୁ […]

ଖଜୁରୀ ଖାଇଲେ ଏହି ୮ଟି ଫାଇଦା ମିଳିଥାଏ
Advertisment

ଡ୍ରାଏ ଫ୍ରୁଟସରେ ବିଭିନ୍ନ ପ୍ରକାରର ପୌଷ୍ଟିକ ତତ୍ତ୍ୱ ରହିବା ସହିତ କେମିକାଲ ନ ଥିବାରୁ ଏଗୁଡ଼ିକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଆଲମଣ୍ଡ, ଅଖରୋଟ, ଚିନାବାଦାମ ଓ ଖିସମିସ ପରି ଗୋଟିଏ ଡ୍ରାଏ ଫ୍ରୁଟସ ହେଉଛି ଖଜୁରୀ।

Advertisment

ଖଜୁରୀକୁ କ୍ଷୀର ସହିତ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିଥାଏ।

ଆସନ୍ତୁ ଜାଣିବା ସେଗୁଡ଼ିକ କଣ...

  • ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢ଼ିଲେ ଡାଇବେଟିସ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ସପ୍ତାହକୁ ଦୁଇରୁ ତିନିଥର ଖଜୁରୀ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ।
  • ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ତ୍ୱଚାକୁ ଚମକାଇଥାଏ। ବିଶେଷଜ୍ଞଙ୍କ ମତ ଅନୁସାରେ ଖଜୁରୀରେ ଥିବା ଆଣ୍ଟି-ଆକ୍ସିଡାଣ୍ଟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ।
  • ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ କ୍ରିୟା ଠିକ ରହିବା ସହିତ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ତେଣୁ ଉପଯୁକ୍ତ ଫାଇବର ପାଇଁ ଖଜୁରୀ ଖାଆନ୍ତୁ।
  • ଖଜୁରୀରେ କେରୋଟୋନାଇଡ ଓ ଫିନୋଲିକ ଏସିଡ ରହିଛି।ଏହି ଏସିଡ ଆପଣଙ୍କ ଶରୀରରେ ହାର୍ଟ ସମସ୍ୟାକୁ ଭଲ କରିଥାଏ।
  • ଖଜୁରୀ ଖାଇଲେ ମସ୍ତିଷ୍କର ଟିସୁ ଠିକ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଆପଣଙ୍କ ମେମୋରୀ ପାୱାର ବୃଦ୍ଧି ହୋଇଥାଏ।
  • ଗର୍ଭବତୀ ମହିଳାଙ୍କୁ ଖଜୁରୀ ଖାଇବାକୁ ଦିଅନ୍ତୁ। ଖଜୁରୀ ଖାଇଲେ ଜନ୍ମ ସମୟରେ ମହିଳାଙ୍କ ଲେବର ପେନ କମ ହୋଇଥାଏ ଏବଂ ତାଙ୍କୁ ଶକ୍ତି ମିଳିଥାଏ।
  • ଖଜୁରୀରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ରହିଛି।ଯାହା ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିଥାଏ। ଏଥିପାଇଁ କ୍ଷୀରରେ ଖଜୁରୀ ମିଶାଇ ହାଇ ବ୍ଲଡ ପ୍ରେସର ରୋଗୀଙ୍କୁ ଖାଇବାକୁ ଦିଅନ୍ତୁ।
  • ଏଥିରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ କ୍ୟାଲସିୟମ ତତ୍ତ୍ୱ ହାଡ଼କୁ ମଜବୁତ କରିଥାଏ।
Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe