Advertisment

ହ୍ୟାଣ୍ଡୱାଶ ଓ ସାନିଟାଇଜର ଯୋଗୁଁ ହାତ ଶୁଖିଯାଉଛି କି ? ଆପଣାନ୍ତୁ ଏସବୁ ଘରୋଇ ଟିପ୍ସ

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଆପଣ ବାରମ୍ୱାର ହ୍ୟାଣ୍ଡୱାଶ, ସାନିଟାଇଜର ଓ ସାବୁନରେ ହାତ ଧୋଉଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ବାରମ୍ୱାର ହାତ ଧୋଇଲେ ହାତର କୋମଳପଣ ନଷ୍ଟ ହୋଇଯାଇଥାଏ। ଏଥିଯୋଗୁଁ ହାତ ଅଧିକ ଡ୍ରାଏ ବା ଶୁଖିଲା ହୋଇ ଚୋପା ଛାଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ହାତକୁ କୋମଳ ରଖିବା ପାଇଁ କିଛି ଘରୋଇ ଟିପ୍ସ। ଏହି ଟିପ୍ସ ଆପଣଙ୍କ ହାତକୁ ସୁନ୍ଦର ଓ କୋମଳ ରଖିବା ପାଇଁ ସାହାଯ୍ୟ କରିବ। […]

author-image
Puspanjali Panda
ଅଦ୍ୟତନ ହୋଇଛି
ହ୍ୟାଣ୍ଡୱାଶ ଓ ସାନିଟାଇଜର ଯୋଗୁଁ ହାତ ଶୁଖିଯାଉଛି କି ? ଆପଣାନ୍ତୁ ଏସବୁ ଘରୋଇ ଟିପ୍ସ

hand

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଆପଣ ବାରମ୍ୱାର ହ୍ୟାଣ୍ଡୱାଶ, ସାନିଟାଇଜର ଓ ସାବୁନରେ ହାତ ଧୋଉଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ବାରମ୍ୱାର ହାତ ଧୋଇଲେ ହାତର କୋମଳପଣ ନଷ୍ଟ ହୋଇଯାଇଥାଏ। ଏଥିଯୋଗୁଁ ହାତ ଅଧିକ ଡ୍ରାଏ ବା ଶୁଖିଲା ହୋଇ ଚୋପା ଛାଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ହାତକୁ କୋମଳ ରଖିବା ପାଇଁ କିଛି ଘରୋଇ ଟିପ୍ସ। ଏହି ଟିପ୍ସ ଆପଣଙ୍କ ହାତକୁ ସୁନ୍ଦର ଓ କୋମଳ ରଖିବା ପାଇଁ ସାହାଯ୍ୟ କରିବ।

Advertisment

୧. ଆଲୋବେରାରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି, ଯାହା ତ୍ୱଚାକୁ ଶୁଖିବାକୁ ଦେଇ ନଥାଏ। ତେଣୁ ତ୍ୱଚାକୁ କୋମଳ କରିବା ପାଇଁ ହାତରେ ଆଲୋବେରା ଲଗାନ୍ତୁ। ବଜାରରେ ମିଳୁଥିବା ଆଲୋବେରା ଜେଲ୍ କିମ୍ୱା ଘରେ ଲଗାଇଥିବା ଆଲୋବେରାକୁ ମଧ୍ୟ ଆପଣ ହାତରେ ବ୍ୟବହାର କରିପାରିବେ। ଏହା ନାଚୁରାଲ୍‌ ମଶ୍ଚୁରାଇଜର ଭାବରେ କାର୍ଯ୍ୟ କରିଥାଏ।

୨. ହାତକୁ କୋମଳ କରିବା ପାଇଁ ମହୁ ଲଗାନ୍ତୁ। ମହୁରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆପଣଙ୍କ ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଡ୍ରାଏ ସ୍କିନ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ।

Advertisment

୩. ନଡ଼ିଆ ତେଲ ଆପଣଙ୍କ ଡ୍ରାଏ ହାତକୁ କୋମଳ କରିବା ସହ ତ୍ୱଚାରେ ହେଉଥିବା ଅନେକ ସମସ୍ୟାକୁ ଭଲ କରିଥାଏ। ଏଥିପାଇଁ ଦିନ ଓ ରାତିରେ ନଡ଼ିଆ ତେଲକୁ ହାତରେ ମାଲିସ କରନ୍ତୁ।

୪. ସେହିପରି ହାତରେ ଲେମ୍ୱୁ ଘଷନ୍ତୁ। ଏଥିରେ ଭିଟାମିନ୍‌ ସି, ପୋଟାସିୟମ୍ ପ୍ରଚୁର ମାତ୍ରାରେ ରହିଛି। ଯାହା ଆପଣଙ୍କ ଶୁଷ୍କ ତ୍ୱଚାକୁ ନରମ କରିଥାଏ।

୫. ପେଟ୍ରୋଲିୟମ୍‌ ଜେଲି ଆପଣଙ୍କ ଡ୍ରାଏ ସ୍କିନକୁ ମଶ୍ଚୁରାଇଜ୍‌ କରିଥାଏ। ସେଥିପାଇଁ ପେଟ୍ରୋଲିୟମ୍‌ ଜେଲି ସହିତ ଏସେନ୍‌ସିଆଲ୍‌ ଅଏଲ୍‌ ମିଶାଇ ହାତରେ ଲଗାନ୍ତୁ। ଆପଣଙ୍କ ତ୍ୱଚା ଉପରେ ଏହା ଭଲ ପ୍ରଭାବ ପକାଇଥାଏ।