Advertisment

ବୟସ ବଢ଼ିଲେ ଏସବୁ ପ୍ରତି ଧ୍ୟାନ ରଖନ୍ତୁ...

ଶରୀରକୁ ସୁସ୍ଥ ରଖିବା ଦିଗରେ ଭିଟାମିନ୍ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଭିଟାମିନର ଅଭାବରେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବିଶେଷକରି ବୟସ ବଢ଼ିବା ସହ ନିର୍ଦ୍ଦିଷ୍ଟ କେତେକ ଭିଟାମିନ୍ ଶରୀରକୁ ନିତାନ୍ତ ଆବଶ୍ୟକ। ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା… କ୍ୟାଲସିୟମ୍: ବୟସ ବଢ଼ିବା ସହ ଶରୀର ପାଇଁ କ୍ୟାଲସିୟମ ଅଧିକ ଜରୁରୀ ହୋଇପଡ଼େ। କ୍ୟାଲସିୟମର ଅଭାବରୁ ହାଡ଼ ଦୁର୍ବଳ ହୋଇପଡ଼େ। ଫଳରେ ଅଷ୍ଚିୟୋପୋରୋସିସ୍ ହେବାର ସମ୍ଭାବନା ବଢ଼ିଯାଏ। ମହିଳାଙ୍କ ମେନୋପୋଜ ସମୟରେ […]

ଅଦ୍ୟତନ ହୋଇଛି
ବୟସ ବଢ଼ିଲେ ଏସବୁ ପ୍ରତି ଧ୍ୟାନ ରଖନ୍ତୁ...

health

Advertisment

ଶରୀରକୁ ସୁସ୍ଥ ରଖିବା ଦିଗରେ ଭିଟାମିନ୍ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଭିଟାମିନର ଅଭାବରେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବିଶେଷକରି ବୟସ ବଢ଼ିବା ସହ ନିର୍ଦ୍ଦିଷ୍ଟ କେତେକ ଭିଟାମିନ୍ ଶରୀରକୁ ନିତାନ୍ତ ଆବଶ୍ୟକ। ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା...

Advertisment

कैल्शियम

କ୍ୟାଲସିୟମ୍: ବୟସ ବଢ଼ିବା ସହ ଶରୀର ପାଇଁ କ୍ୟାଲସିୟମ ଅଧିକ ଜରୁରୀ ହୋଇପଡ଼େ। କ୍ୟାଲସିୟମର ଅଭାବରୁ ହାଡ଼ ଦୁର୍ବଳ ହୋଇପଡ଼େ। ଫଳରେ ଅଷ୍ଚିୟୋପୋରୋସିସ୍ ହେବାର ସମ୍ଭାବନା ବଢ଼ିଯାଏ। ମହିଳାଙ୍କ ମେନୋପୋଜ ସମୟରେ ସାଧାରଣତଃ ଏହି ସମସ୍ୟା ଆରମ୍ଭ ହୋଇଯାଏ। କ୍ୟାଲସିୟମ ମାଂସପେଶୀ, କୋଷ ଏବଂ ସ୍ନାୟୁକୁ ତଥା ଧମନୀକୁ କାର‌୍ୟ୍ୟ କରିବାରେ ସାହାଯ୍ୟ କରିଥାଏ। ୫୦ରୁ ଅଧିକ ବୟସ୍କା ମହିଳା ଏବଂ ୭୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ତୁଳନା କଲେ ପ୍ରାୟ ୨୦ ପ୍ରତିଶତରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ କ୍ୟାଲସିୟମର ଅଭାବ ଦେଖିବାକୁ ମିଳିଥାଏ। ଏଣୁ ଖାଦ୍ୟରେ କ୍ଷୀର, ଦହି, ପନିର ଆଦି ସାମିଲ କରନ୍ତୁ।

विटामिन B12

ଭିଟାମିନ୍ ବି-୧୨: ଶରୀରରେ ରକ୍ତ ଏବଂ ସ୍ନାୟୁ କୋଷ ତିଆରି କରିବାରେ ଭିଟାମିନ୍ ବି-୧୨ ସାହାଯ୍ୟ କରେ। ମାଂସ, ମାଛ, ଅଣ୍ଡା ତଥା ଦୁଗ୍ଧ ଜାତୀୟ ଖାଦ୍ୟପଦାର୍ଥରେ ଏହି ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ଭିଟାମିନ୍ ବି-୧୨ ଟ୍ୟାବଲେଟ୍ କିମ୍ବା ଫୋର୍ଟିଫାଇଡ୍ ଖାଦ୍ୟ ଭାବରେ ମଧ୍ୟ ଆପଣ ଖାଇପାରିବେ। ୫୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ଲୋକଙ୍କଠାରେ ଏଣ୍ଟ୍ରୋଫିକ୍ ଗ୍ୟାଷ୍ଟ୍ରିଟିସ୍ ଦେଖାଦେଇଥାଏ, ଯେଉଁ କାରଣରୁ ଶରୀରକୁ ଖାଦ୍ୟ ପଦାର୍ଥ ମାଧ୍ୟମରେ ଆବଶ୍ୟକ ଭିଟାମିନ୍ ବି-୧୨ ମିଳିପାରେ ନାହିଁ।

Advertisment

विटामिन डी

ଭିଟାମିନ୍ ଡି: ମାଂସପେଶୀ, ସ୍ନାୟୁ ଏବଂ ଇମ୍ୟୁନ୍ ସିଷ୍ଟମକୁ ଠିକ୍ ଭାବରେ କାର‌୍ୟ୍ୟ କରିବାରେ ସାହାଯ୍ୟ କରେ ମାଭିଟାମିନ୍ ଡି। ସୂର‌୍ୟ୍ୟକିରଣରୁ ପ୍ରଚୁର ପରିମାଣର ଭିଟାମିନ୍ ଡି ମିଳିଥାଏ। ହେଲେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ସୂର୍ଯ୍ୟ ରଶ୍ମୀରୁ ଶରୀର ଭିଟାମିନ୍ ଡି ଗ୍ରହଣ କରିପାରେ ନାହିଁ। ତେବେ ଖାଦ୍ୟ ପଦାର୍ଥରୁ ଭିଟାମିନ୍ ଡି ଯଥେଷ୍ଟ ମିଳିପାରିବ। ହେଲେ ସେଲମନ, ମ୍ୟାକରଲ ତଥା ସାର୍ଡିନ ଭଳି ମାଛରେ ଭରପୂର ଭିଟାମିନ୍ ଡି ରହିଛି।

प्रोबायोटिक्स

ଭିଟାମିନ୍ ବି-୬: ଏହା ଶରୀରକୁ ଜୀବାଣୁ ସହ ଲଢ଼ିବାକୁ ଶକ୍ତି ଯୋଗାଇଥାଏ। ବୟସ ବଢ଼ିବା ସହ ଭିଟାମିନ୍ ବି-୬ ଶରୀର ପାଇଁ ଯଥେଷ୍ଟ ଜରୁରୀ ହୋଇପଡ଼େ। କିଛି ସର୍ଭେରୁ ଜଣାପଡ଼ିଛି ଯେ, ବୟସ୍କ ବ୍ୟକ୍ତିଙ୍କ ହଜିଯାଉଥିବା ସ୍ମରଣ ଶକ୍ତିକୁ ଠିକ୍ କରିବାରେ ଭିଟାମିନ୍ ବି-୬ ସାହାଯ୍ୟ କରିଥାଏ। ତେବେ କାବୁଲି ଚଣା, ଫ୍ୟାଟି ଫିଶ୍ ଏବଂ ପୋର୍ଟିଫାଇଡ୍ ଫିଡ୍ସରେ ଏହି ଭିଟାମିନ୍ ପ୍ରଚୁର ମାତ୍ରାରେ ରହିଛି।

मैग्नीशियम

ମ୍ୟାଗ୍ନେସିୟମ: ଶରୀରରେ ପ୍ରୋଟିନ୍ ତଥା ହାଡ଼କୁ ମଜବୁତ କରିବାରେ ଏହା ସାହାଯ୍ୟ କରିଥାଏ। ଏହା ବ୍ୟତୀତ ବ୍ଲଡ୍ ସୁଗାରକୁ ମଧ୍ୟ ଏହା ସ୍ଥିର ରଖିଥାଏ। ନଟସ୍, ମଞ୍ଜି ତଥା ପତ୍ରଜାତୀୟ ପନିପରିବାରେ ପ୍ରଚୁର ମ୍ୟାଗ୍ନେସିୟମ ଥାଏ। ବୟସ ବଢ଼ିବା ସହ ଲୋକମାନେ ନିଜ ଖାଦ୍ୟ ସୂଚୀକୁ ଅଧିକ ଧ୍ୟାନ ଦେବା ସହ ଆଉ ଖାଦ୍ୟରେ ମ୍ୟାଗ୍ନେସିୟମ ଉତ୍ସଗୁଡ଼ିକୁ ସାମିଲ କରିବା ଉଚିତ।

ओमेगा-3

ଓମେଗା-୩:ଏହି ପ୍ୟାଟି ଏସିଡ୍ ଶରୀର ପାଇଁ ନିହାତି ଆବଶ୍ୟକ। କାରଣ ଏହାକୁ ଶରୀର ପ୍ରାକୃତିକ ଉପାୟରେ ତିଆରି କରିପାରେ ନାହିଁ। ଓମେଗା-୩ ଆଖି, ମସ୍ତିସ୍କ ତଥା ବୀର୍ଜ କୋଷଗୁଡ଼ିକ ପାଇଁ ଖୁବ୍ ଆବଶ୍ୟକ। ବୟସ ବଢ଼ିବା ସହ ସୃଷ୍ଟି ହୋଇଥିବା ରୋଗ ବ୍ୟାଧି ଯଥା ଅଲଜାଇମର, ଆର୍ଥ୍ରାଇଟିସ ଆଦିରୁ ଏହା ରକ୍ଷା କରିଥାଏ। ଏଣୁ ନିଜ ଖାଦ୍ୟରେ ଓମେଗା-୩ ଫାଟି ଫିଶ୍, ଅଖରୋଟ, ଫ୍ଲେକ୍ସ ସିଡସ୍ ଆଦି ନିଶ୍ଚୟ ସାମିଲ କରନ୍ତୁ।

Health Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe