Advertisment

ଘରେ ପ୍ରସ୍ତୁତ କରନ୍ତୁ ଗୁଡ଼ୁଚି କାଢ଼ା- Guduchi Kadha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ଅନୁସାରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଗିଲୋଇ ବା ଗୁଡ଼ୁଚି ରସ ସାହାଯ୍ୟ କରିଥାଏ। ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗିଲୋଇ କାଢ଼ା ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି। ଗୁଡ଼ୁଚି କାଢ଼ା ପିଇଲେ ଡେଙ୍ଗୁ, ଚିକେନ୍‌ଗୁନିଆ ଓ ଜ୍ୱର ଆଦି ଭଲ ହୋଇଥାଏ। ତେବେ ବଜାରରେ ମିଳୁଥିବା ଗିଲୋଇ ରସ ନକିଣି ଆପଣ ଚାହିଁଲେ ଗିଲୋଇ ଗଛର ପତ୍ର ଓ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଗୁଡ଼ୁଚି କାଢ଼ା- Guduchi Kadha

g2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ଅନୁସାରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଗିଲୋଇ ବା ଗୁଡ଼ୁଚି ରସ ସାହାଯ୍ୟ କରିଥାଏ। ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗିଲୋଇ କାଢ଼ା ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି। ଗୁଡ଼ୁଚି କାଢ଼ା ପିଇଲେ ଡେଙ୍ଗୁ, ଚିକେନ୍‌ଗୁନିଆ ଓ ଜ୍ୱର ଆଦି ଭଲ ହୋଇଥାଏ। ତେବେ ବଜାରରେ ମିଳୁଥିବା ଗିଲୋଇ ରସ ନକିଣି ଆପଣ ଚାହିଁଲେ ଗିଲୋଇ ଗଛର ପତ୍ର ଓ ଡାଳ ମିଶାଇ ଘରେ ମଧ୍ୟ ଗିଲୋଇ କାଢ଼ା ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଗୁଡ଼ୁଚି କାଢ଼ା କିପରି ପ୍ରସ୍ତୁତ ହୋଇଥାଏ।

Advertisment

image of guduchi kadha

ଗୁଡ଼ୁଚି କାଢ଼ା ପାଇଁ ଆବଶ୍ୟକ ସାମଗ୍ରୀ

ଦୁଇ କପ୍‌ ପାଣି, ଗିଲୋଇ ଡାଳ ବା ପତ୍ରରୁ କିଛି, ୧ ଚାମଚ ହଳଦୀ, ଦୁଇ ଇଞ୍ଚର ଅଦା, ୬ରୁ ୭ଟି ତୁଳସୀ ପତ୍ର ଓ ସ୍ୱାଦ ଅନୁସାରେ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଦୁଇ କପ୍‌ ପାଣିକୁ ଅଳ୍ପ ଆଞ୍ଚରେ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଗିଲୋଇ, ଅଦା, ହଳଦୀ, ତୁଳସୀ ପତ୍ର ଓ ଗୁଡ଼ ପକାଇ କିଛି ସମୟ ପାଇଁ ଫୁଟାନ୍ତୁ। ପାଣି ଅଧା ହୋଇଗଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହାପରେ ଏକ ସଫା କପଡ଼ା ବା ଛଣାରେ ଏହି କାଢ଼ାକୁ ଛାଣି ଦିଅନ୍ତୁ।

Advertisment

ଗୁଡ଼ୁଚି କାଢ଼ାରୁ ମିଳୁଥିବା ସ୍ୱାସ୍ଥ୍ୟ ଲାଭ

୧. ଗିଲୋଇ କାଢ଼ା ପିଇଲେ ରୋଗ ପ୍ରତିରୋଧ ଶକ୍ତିର କ୍ଷମତା ବଢ଼ିଥାଏ ଏବଂ ଏଥିରେ ଥିବା ଅଦା ଓ ହଳଦୀ ଶରୀରକୁ ଇନଫେକସନ୍‌ଠାରୁ ରକ୍ଷା କରିଥାଏ।

guduchi leaf

୨. ଡେଙ୍ଗୁ ହେଲେ ଶରୀରରେ ପ୍ଲେଟ୍‌ଲେଟ୍‌ ସଂଖ୍ୟା କମ୍‌ ହୋଇଥାଏ। ଏହି ସମୟରେ ରୋଗୀଙ୍କୁ ଗିଲୋଇ କାଢ଼ା ଦେଲେ ପ୍ଲେଟ୍‌ଲେଟ୍‌ ସଂଖ୍ୟା ବୃଦ୍ଧି ପାଇଥାଏ।

୩. ଆଣ୍ଠୁଗଣ୍ଠି ରୋଗୀଙ୍କୁ ଗିଲୋଇ କାଢ଼ା ପିଇବାକୁ ଦିଅନ୍ତୁ।

୪. ସେହିପରି ଶରୀରରେ ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରିବା ପାଇଁ ଗିଲୋଇ ସାହାଯ୍ୟ କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀଙ୍କୁ ଗିଲୋଇ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ।

ତେବେ ମନେରଖନ୍ତୁ, ପ୍ରତିଦିନ ଗୋଟିଏ କପ୍‌ରୁ ଅଧିକ ଗୁଡ଼ୁଚି କାଢ଼ା ପିଅନ୍ତୁ ନାହିଁ। ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି କାଢ଼ା ପିଅନ୍ତୁ। ସେହିପରି ଗର୍ଭବତୀ, ନବଜାତ ଶିଶୁଙ୍କୁ ଗିଲୋଇ କାଢ଼ା ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Odia Health Tips Lifestyle News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe