Advertisment

ପୋକରା ଦାନ୍ତରୁ ମୁକ୍ତି ଚାହୁଁଛନ୍ତି: ଘରେ ବନାନ୍ତୁ ଏହି ପେଷ୍ଟ

ବଜାରରେ ବହୁତ ପ୍ରକାର ଟୁଥପେଷ୍ଟ ମିଳୁଛି। ଏହି ପେଷ୍ଟ ବ୍ୟବହାର କଲେ ଆପଣଙ୍କ ଦାନ୍ତ ମୋତି ପରି ଚମକିବ ବୋଲି କମ୍ପାନୀମାନେ ଦାବି କରିଥାନ୍ତି। ହେଲେ ଏଥିରୁ କିଛି ଫାଇଦା ମିଳି ନଥାଏ। ଏହାବାଦ ଏଥିରେ ଏମିତି କେମିକାଲ ଥାଏ ଯାହା ଆପଣଙ୍କ ଦାନ୍ତକୁ ଖରାପ କରିଦେବାର ଆଶଙ୍କା ରହିଛି। ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ପେଷ୍ଟ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପୋକରା ଦାନ୍ତରୁ ମୁକ୍ତି ଚାହୁଁଛନ୍ତି: ଘରେ ବନାନ୍ତୁ ଏହି ପେଷ୍ଟ

teeth-

ବଜାରରେ ବହୁତ ପ୍ରକାର ଟୁଥପେଷ୍ଟ ମିଳୁଛି। ଏହି ପେଷ୍ଟ ବ୍ୟବହାର କଲେ ଆପଣଙ୍କ ଦାନ୍ତ ମୋତି ପରି ଚମକିବ ବୋଲି କମ୍ପାନୀମାନେ ଦାବି କରିଥାନ୍ତି। ହେଲେ ଏଥିରୁ କିଛି ଫାଇଦା ମିଳି ନଥାଏ। ଏହାବାଦ ଏଥିରେ ଏମିତି କେମିକାଲ ଥାଏ ଯାହା ଆପଣଙ୍କ ଦାନ୍ତକୁ ଖରାପ କରିଦେବାର ଆଶଙ୍କା ରହିଛି। ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ପେଷ୍ଟ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କ ଦାନ୍ତରେ ଚମକ ଆସିବା ସହ ପୋକ ଲାଗୁଥିଲେ ଦୂର ହୋଇଯିବ।

Advertisment

ଆବଶ୍ୟକ ସାମଗ୍ରୀ: ଏକ ବଡ଼ ଚାମଚରେ ୩ ଚାମଚ ନଡ଼ିଆ ତେଲେ। ୩ ଚାମଚ ବେକିଙ୍ଗ ସୋଡ଼ା। ନିମ୍ବ ଡାଳ ଅଥବା ପତ୍ରର ପାଉଡର ଏକ ଚାମଚ। ଏକ କିମ୍ବା ଦୁଇ ବୁନ୍ଦା ସୁଗନ୍ଧିତ ପେପରମେଣ୍ଟ ତେଲ।

ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର: ଏକ ଛୋଟ ପାତ୍ରରେ ସବୁ ସାମଗ୍ରୀକୁ ପକାଇ ଭଲ ଭାବେ ପେଷ୍ଟ ବନାନ୍ତୁ। ଏହାପରେ ଏହି ପେଷ୍ଟକୁ ଚାମଚରେ ନେଇ ଦାନ୍ତରେ ଲଗାନ୍ତୁ। ପରେ ବ୍ରସ୍‌ରେ ଦାନ୍ତ ଘସି ପାଣିରେ ସଫା କରନ୍ତୁ। ମନେ ରଖନ୍ତୁ, ବଜାରରେ ମିଳୁଥିବା ପେଷ୍ଟ ପରି ଏଥିରୁ ଫେଣ ବାହାରିବ ନାହିଁ। ହେଲେ ଏହାର ଗୁଣବତ୍ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ।

Advertisment

ପେଷ୍ଟର ଫାଇଦା

୧: ନଡ଼ିଆ ତେଲ ଦାନ୍ତରେ ଲାଗିଥିବା ପୋକକୁ ମାରି ଦେଇଥାଏ। ଏହାବାଦ ପାଟିରେ ଜୀବାଣୁ ସୃଷ୍ଟି ହେବାକୁ ଦେଇ ନଥାଏ।

୨: ବେକିଙ୍ଗ ସୋଡ଼ା ଦାନ୍ତକୁ ପ୍ରାକୃତିକ ଉପାୟରେ ସଫା କରିଥାଏ।

୩: ନିମ୍ବକୁ ରୋଗ ନାଶକ ବୋଲି ଜଣାଯାଏ। ଏହା ଦୁର୍ଗନ୍ଧରୁ ପାଟିକୁ ରକ୍ଷା କରିଥାଏ ଓ ମାଢିରୁ ଦରଜ ଦୂର କରିବା ସହ ଏହାକୁ ଶକ୍ତ କରିଥାଏ।