Advertisment

ମୁଣ୍ଡବିନ୍ଧାର ଘରୋଇ ଉପଚାର

ମୁଣ୍ଡବିନ୍ଧାର ଅନେକ କାରଣ ରହିଛି। ଖରାପ ଜୀବନଶୈଳୀ ଓ କମ୍ ଶୋଇବା ଯୋଗୁଁ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଯାଇଥାଏ। ଅନେକ ସମୟରେ ପାଣି କମ୍ ପିଇଲେ ଏବଂ ଅଫିସରେ ଅଧିକ ସମୟ ବସି କାମ କଲେ ମଧ୍ୟ ଏହି ସମସ୍ୟା ଉପୁଜିଥାଏ। ତେଣୁ ଏଭଳି କ୍ଷେତ୍ରରେ ସାଧାରଣତଃ ଲୋକେ ଔଷଧ ଖା’ନ୍ତି। ତେବେ ଔଷଧ ନଖାଇ ଘରୋଇ ଉପଚାର ଜରିଆରେ କିପରି ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିପାରିବ ତଥା କେମିତି ମୁଣ୍ଡ ବିନ୍ଧା ଭଳି ସ୍ଥିତି ଆସିବ […]

author-image
Puspanjali Panda
ମୁଣ୍ଡବିନ୍ଧାର ଘରୋଇ ଉପଚାର

head

ମୁଣ୍ଡବିନ୍ଧାର ଅନେକ କାରଣ ରହିଛି। ଖରାପ ଜୀବନଶୈଳୀ ଓ କମ୍ ଶୋଇବା ଯୋଗୁଁ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଯାଇଥାଏ। ଅନେକ ସମୟରେ ପାଣି କମ୍ ପିଇଲେ ଏବଂ ଅଫିସରେ ଅଧିକ ସମୟ ବସି କାମ କଲେ ମଧ୍ୟ ଏହି ସମସ୍ୟା ଉପୁଜିଥାଏ। ତେଣୁ ଏଭଳି କ୍ଷେତ୍ରରେ ସାଧାରଣତଃ ଲୋକେ ଔଷଧ ଖା’ନ୍ତି। ତେବେ ଔଷଧ ନଖାଇ ଘରୋଇ ଉପଚାର ଜରିଆରେ କିପରି ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିପାରିବ ତଥା କେମିତି ମୁଣ୍ଡ ବିନ୍ଧା ଭଳି ସ୍ଥିତି ଆସିବ ନାହିଁ, ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

୧. ଶରୀରରେ ପାଣିର ଅଭାବ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ। ସେଥିପାଇଁ ଖାଦ୍ୟ ଖାଇବା ପରେ ଠିକ୍‌ ସମୟରେ ପାଣି ପିଇବା ପାଇଁ ଭୁଲନ୍ତୁ ନାହିଁ।

୨. ମୁଣ୍ଡ ବିନ୍ଧୁଥିଲେ ଗୋଟିଏ ଗ୍ଲାସ ଗରମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା କମ୍ ହୋଇଯିବ।

Advertisment

୩. ଅନେକ ସମୟରେ ପେଟରେ ଗ୍ୟାସ୍ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ। ଏହି ସମୟରେ ମଧ୍ୟ ଆପଣ ଲେମ୍ବୁ ପାଣି ପିଇପାରିବେ।

୪. ସେହିପରି ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ପୁଦିନା ତେଲକୁ ଶୁଂଘନ୍ତୁ। ରୁମାଲରେ ପୁଦିନା ତେଲର କିଛି ବୁନ୍ଦା ପକାଇ ଶୁଙ୍ଘି ପାରିବେ। ଦେଖିବେ ମୁଣ୍ଡ ବିନ୍ଧା ଦୂର ହେବା ସହିତ ଚିନ୍ତା ମଧ୍ୟ ଦୂର ହୋଇଯିବ।

୫. ଆପଣ ଚାହିଁଲେ ଏହି ସମୟରେ ଅଳ୍ପ ଗରମ କ୍ଷୀର ପିଇପାରିବେ। ସେଥିରେ କିଛି ହଳଦୀ ମିଶାଇ ପିଇଲେ ଭଲ।

୬. ଅନ୍ୟ ଏକ ଉପାୟ ହେଉଛି ଡାଲଚିନି ପାଉଡର। ପ୍ରଥମେ ଡାଲଚିନିକୁ ଗ୍ରାଇଣ୍ଡିଂ କରିନିଅନ୍ତୁ। ଏହାପରେ ଏହି ପେଷ୍ଟକୁ ଏକ କପଡ଼ାରେ ରଖି ମୁଣ୍ଡରେ ବାନ୍ଧନ୍ତୁ। ଦେଖିବେ ଆରାମ ମିଳିବ।

୭. ଯଦି ଚିନ୍ତାରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧୁଛି, ତେବେ ଗୋଲମରିଚକୁ ବ୍ୟବହାର କରନ୍ତୁ। ଏହାକୁ ଚାହାରେ ପକାଇ ପିଇଲେ ଭଲ କାମ କରିଥାଏ।

୮. ସେହିପରି ଚନ୍ଦନକୁ ବାଟି କପାଳରେ ଲଗାଇଲେ ମୁଣ୍ଡ ବିନ୍ଧା କମ୍‌ ହୋଇଥାଏ।

୯. ତୁଳସୀ ପତ୍ରକୁ ପାଣିରେ ପକାଇ ସେହି ପାଣି ପିଇଲେ ମଧ୍ୟ ମୁଣ୍ଡ ବିନ୍ଧା କମ୍‌ ହୋଇଥାଏ।