Advertisment

ଅଣ୍ଟା ଦରଜ ପାଇଁ କଷ୍ଟ ପାଉଛନ୍ତି କି? ଜାଣନ୍ତୁ ୧୧ଟି ଦେଶୀ ଚିକିତ୍ସା ପ୍ରଣାଳୀ

କଥା କଥାରେ ଆମେ ବେଳେବେଳେ କହିଦେଉ, ମାଡ଼ ମାରିକି ମୁଁ ତା ଅଣ୍ଟା ଭାଙ୍ଗି ଦେବି, କିମ୍ବା ସରକାରଙ୍କ ଭୁଲ୍ ନୀତି ଦେଶର ଅଣ୍ଟା ଭାଙ୍ଗିଦେଲା। ଏହାର ଅର୍ଥ, ଅଣ୍ଟା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆପଣଙ୍କ ଶକ୍ତିର ଉତ୍ସ ଠୁଳ ହୋଇ ରହିଛି ଅଣ୍ଟାରେ। ଏହାରି ଉପରେ ଭାରା ଦେଇ ଆମେ କୌଣସି ପ୍ରକାର ଶକ୍ତିଶାଳୀ କାମ କରିବାରେ ସଫଳ ହେଉ। ତେଣୁ ଯଦି ଅଣ୍ଟାରେ ଅସୁସ୍ଥତା ଅନୁଭବ କରୁଛନ୍ତି, ତେବେ କଥା ସରିଲା। […]

ଅଣ୍ଟା ଦରଜ ପାଇଁ କଷ୍ଟ ପାଉଛନ୍ତି କି? ଜାଣନ୍ତୁ ୧୧ଟି ଦେଶୀ ଚିକିତ୍ସା ପ୍ରଣାଳୀ
Advertisment

କଥା କଥାରେ ଆମେ ବେଳେବେଳେ କହିଦେଉ, ମାଡ଼ ମାରିକି ମୁଁ ତା ଅଣ୍ଟା ଭାଙ୍ଗି ଦେବି, କିମ୍ବା ସରକାରଙ୍କ ଭୁଲ୍ ନୀତି ଦେଶର ଅଣ୍ଟା ଭାଙ୍ଗିଦେଲା। ଏହାର ଅର୍ଥ, ଅଣ୍ଟା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆପଣଙ୍କ ଶକ୍ତିର ଉତ୍ସ ଠୁଳ ହୋଇ ରହିଛି ଅଣ୍ଟାରେ। ଏହାରି ଉପରେ ଭାରା ଦେଇ ଆମେ କୌଣସି ପ୍ରକାର ଶକ୍ତିଶାଳୀ କାମ କରିବାରେ ସଫଳ ହେଉ। ତେଣୁ ଯଦି ଅଣ୍ଟାରେ ଅସୁସ୍ଥତା ଅନୁଭବ କରୁଛନ୍ତି, ତେବେ କଥା ସରିଲା। ଆଉ କୌଣସି କାମ କରିବାରେ ଆପଣ ସଫଳ ହେବେନାହିଁ। ଶୋଇ ରହିବାକୁ ହିଁ ପଡ଼ିଥାଏ। ଯଦି ନିୟମିତ ଭାବେ ଆପଣଙ୍କ ଅଣ୍ଟା ଦରଜ ହେଉଛି ତେବେ ଏହାର ଚିକିତ୍ସା ତୁରନ୍ତ କରାନ୍ତି। ଆସନ୍ତୁ ଜାଣିବା ଅଣ୍ଟା ଦରଜର ପ୍ରକୃତ କାରଣ ଏବଂ ଏହାକୁ ଦୂର କରିବାକୁ କିଛି ଦେଶୀ ଉପାୟ।

Advertisment

low-back-painକାହିଁକି ହୁଏ ଅଣ୍ଟା ଦରଜ

୧. ନିଜ ଶାରୀରିକ ଶକ୍ତିଠାରୁ ଅଧିକ ବୋଝ ଉଠାଇବା ଦ୍ୱାରା ଅଣ୍ଟା ଦରଜ ହୋଇଥାଏ।

୨. ଭୁଲ‌ ଖାଦ୍ୟ, ପାନୀୟ ଦ୍ୱାରା ଶରୀରରେ ବାୟୁ ପ୍ରକୋପ ହୁଏ। ଏହା ଅଣ୍ଟା ଦରଜର କାରଣ ହୋଇଥାଏ। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ।

୩. ପର୍ଯ୍ୟାପ୍ତ ପୌଷ୍ଟିକ ଖାଦ୍ୟ ଅଭାବରେ ଶାରୀରିକ ଦୁର୍ବଳତା ବୃଦ୍ଧିପାଏ। ଯାହାଦ୍ୱାରା ଅଣ୍ଟା ଦରଜ ହୋଇଥାଏ।

Advertisment

୪. କୌଣସି ରୋଗ ଦୀର୍ଘଦିନ ଧରି ରିହଲେ ଶରୀର ଦୁର୍ବଳ ହୁଏ। ଯାହା ଅଣ୍ଟା ଦରଜର କାରଣ ହୁଏ।

ଦେଶୀ ଉପାୟରେ କେମିତି କରିବେ ଅଣ୍ଟା ଦରଜର ଉପଚାର

୧. ରସୁଣ ଛେଚି ସୋରିଷ ତେଲରେ ପକାଇ ତାକୁ ଫୁଟାନ୍ତୁ। ଥଣ୍ଡା ହେବା ପରେ ଅଣ୍ଟାରେ ମାଲିସ‌ କରନ୍ତୁ। ଏହାଦ୍ୱାରା ପୀଡା ଠିକ୍ ହୋଇଯାଏ।

୨. ସୋରିଷ ତେଲରେ ରସୁଣ ବଦଳରେ ଯଦି ଆମେ ଶୁଣ୍ଠି ପକାଇ ତାକୁ ଅଣ୍ଟାରେ ମାଲିସ କରିବା ତା ଦ୍ୱାରା ମଧ୍ୟ ଲାଭ ମିଳିଥାଏ।

୩. ତାର୍ପିନ୍‌ ତେଲ ମାଲିସ କିରବା ଦ୍ୱାରା ମଧ୍ୟ ଅଣ୍ଟାପୀଡ଼ା ଭଲ ହୋଇଯାଏ।

୪. ଅଖରୋଟ୍ ନିୟମିତ ସପ୍ତାହେ ଧରି ଖାଇଲେ ଅଣ୍ଟାବ୍ୟଥା ଦୂର ହୁଏ। ଏହାକୁ ଏକାବେଳେକେ ଚାରୋଟି ଖାଇବା ଆବଶ୍ୟକ।

୫. ପୋସ୍ତକ ଓ ମିଶ୍ରି ସମାନ ମାତ୍ରାରେ ନେଇ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକ କପ୍ ଦୁଧ ସହ ଏକ ବଡ଼ ଚାମଚ ଚୁର୍ଣ୍ଣ ଖାଆନ୍ତୁ। ଦଶଦିନ ଖାଇବା ପରେ ଅଣ୍ଟା ଦରଜ ଭଲ ହୋଇଥାଏ।

୬. ଗହମ ୫୦ ଗ୍ରାମ୍ ରାତିରେ ପାଣିରେ ବତୁରାଇ ଦିଅନ୍ତୁ। ସକାଳୁ ଏହି ଗହମକୁ ୨୫ ଗ୍ରାମ୍ ପୋସ୍ତ ଓ ୨୫ ଗ୍ରାମ୍ ଧନିଆ ସହ ମିଶାଇ ଚିକ୍କଣ କରି ବାଟି ଦିଅନ୍ତୁ। ଏକ ଗ୍ଲାସ୍ ଦୁଧରେ ଏକ ବଡ଼ ଚାମଚ ବଟା ପକାଇ ଫୁଟାନ୍ତୁ। ଥଣ୍ଡା ହେବା ପରେ ପିଅନ୍ତୁ। ଏହିପରି କଲେ ଶରୀର ପୁଷ୍ଟ ହେବ ଓ ଅଣ୍ଟା ପୀଡ଼ା ଭଲ ହେବ।

୭. ଦୁଇ ଚାମଚ ଅଦା ରସରେ ୨ ଚାମଚ ଦେଶୀ ଘିଅ ମିଶାଇ ଚାଟିବା ଦ୍ୱାରା ଲାଭ ମିଳେ।

୮. ଗହମ ୧୦ ଗ୍ରାମ‌ ପୋଡି ଚୂର୍ଣ୍ଣ କରନ୍ତୁ। ଏହି ଚୂର୍ଣ୍ଣକୁ ୧ ବଡ ଚାମଚ ମହୁରେ ମିଶାଇ ଚାଟନ୍ତୁ। ଏହା ଦ୍ୱାରା ଏହି ରୋଗରୁ ଉପଶମ ମିଳିଥାଏ।

୯. ଗହମ ରୁଟି ଗୋଟିଏ ପାଖ ଭଜା ହେବ, ଅନ୍ୟ ପାଖ କଞ୍ଚା ରହିବ। କଞ୍ଚା ଥିବା ପାର୍ଶ୍ୱରେ ରାଶି ତେଲ ବୋଳି ଅଣ୍ଟାରେ ବାନ୍ଧି ଦିଅନ୍ତୁ। ଯେପରି ତେଲ ଅଂଶ ଅଣ୍ଟାରେ ଲାଗି ରହିବ। ଏହାଦ୍ୱାରା ଅଣ୍ଟାପୀଡାରୁ ଉପଶମ ମିଳିଥାଏ।

୧୦. ନିୟମିତ ତିନୋଟି ଖଜୁର‌ ଖାଇ ୧ ଗ୍ଲାସ‌ ଦୁଧ ପିଅନ୍ତୁ। ଏପରି କିଛିଦିନ ନିୟମିତ କରନ୍ତୁ। ଖଜୁରିକୁ ଦୁଧରେ ସିଝାଇ ମଧ୍ୟ ଖାଇ ପାରିବେ। ଏପରି ଖାଇଲେ ଅଣ୍ଟାପୀଡାରୁ ଉପଶମ ମିଳିଥାଏ।

୧୧. ଜାଇଫଳକୁ ପାଣିରେ ଘଷନ୍ତୁ। ଜାଇଫଳକୁ ପୁଣି ରାଶି ତେଲରେ ଘଷନ୍ତୁ। ଉଭୟକୁ ଏକତ୍ର କରି ଖୁବ୍ ଗରମ କରନ୍ତୁ। ଏହା ଉଷୁମୁ ଥିବା ବେଳେ ଅଣ୍ଟାରେ ମାଲିସ୍ କରନ୍ତୁ। ପୀଡା ଠିକ୍ ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe