ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ ଗରମ ହେବା ଏକ ସାଧାରଣ ସମସ୍ୟା। ହେଲେ ଏହି ସମସ୍ୟା ବେଳେ ବେଳେ ଅଧିକ ବଢ଼ି ଭୟାନକ ରୂପ ମଧ୍ୟ ନେଇଥାଏ। ବେଳେ ବେଳେ ପେଟ ଗରମ ସମସ୍ୟା କିଡ୍ନୀ ଓ ପାକସ୍ଥଳୀ ଯାଏ ପହଞ୍ଚିଥାଏ। ଫଳରେ ପାକସ୍ଥଳୀ ଓ କୀଡନି ଜନିତ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼େ।
ପେଟ ଗରମ ସମସ୍ୟା ବିଶେଷ କରି ଶୀତ ଦିନରେ ଅଧିକ ଦେଖାଦେଇଥାଏ। କାରଣ ଏହି ଦିନରେ ପାଣିପାଗ ଅତ୍ୟନ୍ତ ଶୀତଳ ଥିବା ଯୋଗୁ ଆମେ ପାଣି ପିଇବାରେ କୁଣ୍ଠାବୋଧ କରିଥାଉ। ଏହା ବ୍ୟତୀତ ଆମେ ଶୀତ ଦିନରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ସମୟ କମ୍ବଳ କିମ୍ବା ରେଜେଇ ଘୋଡ଼େଇ ହୋଇ ବସୁ ବା ଶୋଇଥାଉ। ଏହା ଆମ ଶରୀରକୁ ଗରମ କରିବା ସହ ପେଟକୁ ମଧ୍ୟ ଗରମ କରିଦେଇଥାଏ।
ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡ଼େ।
ପେଟ ଗରମ ହେଲେ ହଳଦିଆ ପରିସ୍ରା ହୁଏ ଓ ପରିସ୍ରା କରିବା ସମୟରେ ଜଳାପୋଡା, ଶୁଖିଲା କାଶ ଭଳି ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ତେବେ ଆଜି ଆମେ ଜାଣିବା କିପରି ଘରୋଇ ଉପାୟରେ ପେଟ ଗରମ୍କୁ ଭଲ କରି ହେବ।
୨- ଯଦି ଆପଣ ସମ୍ପୂର୍ଣ୍ଣ ଦିନରେ ୫ ରୁ ୬ ଲିଟର ପାଣି ପିଇ ପାରୁ ନାହାନ୍ତି, ତେବେ ଆପଣ ଲେମ୍ବୁ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ମଧ୍ୟ ପେଟ ଗରମ୍ ସମସ୍ୟା ଭଲ ହୋଇଥାଏ।
୪- ଗ୍ଲୁକୋଜ୍ ପିଇଲେ ମଧ୍ୟ ପେଟ ଗରମ ସମସ୍ୟାରୁ ଉପଶମ ମିଳେ। ଏଥିସହ ଗ୍ଲୁକୋଜ ପିଇଲେ ଆମ ଶରୀରକୁ ଶକ୍ତି ମଧ୍ୟ ମିଳେ। ଶୀଘ୍ର ଥକାପଣ ଲାଗେ ନାହିଁ। କାମ କରିବାରେ ଫୁର୍ତ୍ତି ଲାଗେ।
୬- ପଖାଳ ମଧ୍ୟ ପେଟ ଗରମକୁ ଭଲ କରିଥାଏ। ତେଣୁ ଆପଣ ଯଦି ପଖାଳ ଖାଉଛନ୍ତି ତେବେ ପଖାଳ ତୋରାଣି ପିଇବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଉସୁନା ଭାତର ପଖାଳ ପେଟ ଜନିତ ସମସ୍ୟା ଭଲ କରିଥାଏ।