tyyy
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥାଇରଏଡ୍ ଏକ ସାଧାରଣ ରୋଗ ହୋଇଗଲାଣି। ଏକ ରିପୋର୍ଟ ଅନୁସାରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ଥାଇରଏଡ୍ରେ ପୀଡ଼ିତ।
ଥାଇରଏଡ୍ରେ ପୀଡ଼ିତ ହେଲେ ଆସ୍ଥମା, କୋଲେଷ୍ଟ୍ରଲ୍, ଡାଇବେଟିସ୍, ଡିପ୍ରେସନ୍ ଓ ହାର୍ଟ ଆଟାକ୍ର ଆଶଙ୍କା ବଢ଼ିଥାଏ। କିନ୍ତୁ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିପାରିଲେ, ଏହି ରୋଗକୁ ଆପଣ ନିୟନ୍ତ୍ରଣରେ ରଖିପାରିବେ। ତେବେ ଆସନ୍ତୁ ଜାଣିବା ଥାଇରଏଡ୍ରେ ପୀଡ଼ିତ ଥିବା ବ୍ୟକ୍ତି କେଉଁସବୁ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ୍।
୧. ଆପଣଙ୍କର ଯଦି ହାଇପୋଥାଇରଏଡ୍ ସମସ୍ୟା ରହିଛି, ତେବେ ଅଧିକ ଆୟୋଡିନ୍ ଖାଇବାଠାରୁ ଦୂରେଇ ରୁହନ୍ତୁ। ସି-ଫୁଡ୍ ଓ ଆୟୋଡିନ୍ ଲୁଣକୁ ବିଲକୁଲ୍ ବ୍ୟବହାର କରନ୍ତୁ ନାହିଁ।
୨. ସେହିପରି ଅନ୍ୟ ଏକ ଖାଦ୍ୟ ହେଉଛି କଫିନ୍। ବିଶେଷ କରି କଫିରେ କଫିନ୍ ଅଧିକ ମାତ୍ରାରେ ରହିଥାଏ। ତେବେ କଫି ପିଇଲେ ଥାଇରଏଡ୍ ନବଢ଼ିଲେ ମଧ୍ୟ ଶରୀରରେ ଅନ୍ୟସବୁ ସମସ୍ୟା ଦେଖାଦେଇଥାଏ। ଯେପରିକି ନିଦ ନହେବା ଏକ ସମସ୍ୟା।
୩. ଥାଇରଏଡ୍ ରୋଗୀ ରେଡ୍ ମିଟ୍ ଖାଇବା ଉଚିତ ନୁହେଁ। କାରଣ ଏଥିରେ କୋଲେଷ୍ଟ୍ରଲ୍ ଓ ଫ୍ୟାଟ୍ ଅଧିକ ରହିଥାଏ। ତେଣୁ ଏହାକୁ ଖାଇଲେ ଓଜନ ଶୀଘ୍ର ବଢ଼ିଥାଏ।
୪. କେବଳ ଏତିକି ନୁହେଁ, ଥାଇରଏଡ୍ ରୋଗୀ ନିଶାଦ୍ରବ୍ୟ ସେବନ କଲେ ଶରୀରରେ ଆଲର୍ଜି ହେବାର ଆଶଙ୍କା ରହିଥାଏ। ଏଣୁ ସେମାନଙ୍କ ନିଦ୍ରା ପ୍ରଭାବିତ ହୋଇଥାଏ ଏବଂ ଏହାଦ୍ୱାରା ଅଷ୍ଟିଓପୋରୋସିସ୍ ରୋଗର ବିପଦ ବଢ଼ିଥାଏ।
୫. ଅନ୍ୟ ଏକ ଖାଦ୍ୟ ହେଉଛି ବନସ୍ପତି ଘିଅ। ଏହି ଘିଅ ଖାଇଲେ ଶରୀରରେ ଥିବାଭଲ କୋଲେଷ୍ଟ୍ରଲ ନଷ୍ଟ ହୋଇ ଖରାପ କୋଲେଷ୍ଟ୍ରଲର ବୃଦ୍ଧି ହୋଇଥାଏ। ଏଥିପାଇଁ ବାହାର ଜିନିଷ ଖାଇବା ପୂର୍ବରୁ ଧ୍ୟାନରେ ରଖନ୍ତୁ, ଯେପରି ଏହି ଖାଦ୍ୟ ବନସ୍ପତି ଘିଅରେ ପ୍ରସ୍ତୁତ ହୋଇ ନଥିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/tyyy.jpg)