କରୋନା ହେଲେ କ’ଣ ଖାଇବେ, କେନ୍ଦ୍ର ଦେଲା ଡାଏଟ୍ ପ୍ଲାନ୍ 

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ । ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ଏହି ଘାତକ ସଂକ୍ରମଣ ସହ ଲଢ଼ିବା ପାଇଁ ଭାଇରସର ଚେନ୍‌କୁ ଭାଙ୍ଗିବା ନିହାତି ଆବଶ୍ୟକ । ଏଥିସହ କରୋନାରେ ଆକ୍ରାନ୍ତ ଥିବା ରୋଗୀ ଶୀଘ୍ର ଭଲ ହେବା ମଧ୍ୟ ଜରୁରୀ । ଏଥିଲାଗି କେନ୍ଦ୍ର […]

woman-eating-soup

Madhupriya Mistry
  • Published: Monday, 10 May 2021
  • , Updated: 12 May 2021, 03:39 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ । ପ୍ରତିଦିନ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ଏହି ଘାତକ ସଂକ୍ରମଣ ସହ ଲଢ଼ିବା ପାଇଁ ଭାଇରସର ଚେନ୍‌କୁ ଭାଙ୍ଗିବା ନିହାତି ଆବଶ୍ୟକ । ଏଥିସହ କରୋନାରେ ଆକ୍ରାନ୍ତ ଥିବା ରୋଗୀ ଶୀଘ୍ର ଭଲ ହେବା ମଧ୍ୟ ଜରୁରୀ । ଏଥିଲାଗି କେନ୍ଦ୍ର ସରକାର ପକ୍ଷରୁ କରୋନାରୁ ଶୀଘ୍ର ସୁସ୍ଥ ହେବା ପାଇଁ ଏକ ଡାଏଟ୍ ପ୍ଲାନ୍ ଜାରି କରାଯାଇଛି । ତେବେ କ’ଣ ସେହି ଡାଏଟ୍ ପ୍ଲାନ୍ ଆସନ୍ତୁ ଜାଣିବା...

-କେନ୍ଦ୍ରର ଡାଏଟ୍ ପ୍ଲାନ ମୁତାବକ କରୋନା ରୋଗି ଭିଜା ଆଲମଣ୍ଡ ଓ କିସମିସ୍ ସହ ନିଜ ଦିନ ଆରମ୍ଭ କରିବା ଉଚିତ । ଆଲମଣ୍ଡରେ ପ୍ରୋଟିନ ଓ ଆଇରନ୍ ଭରପୁର ମାତ୍ରାରେ ରହିଛି । ତେଣୁ ନିୟମିତ ରୂପେ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

-କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ସକାଳ ଜଳଖିଆରେ ମାଣ୍ଡିଆ କିମ୍ବା ଦଲିଆ ଖାଇପାରିବେ । ଏହା ଆମ ହଜମ ଶକ୍ତି ବଢ଼ାଇବା ସହ ଇମ୍ୟୁନିଟି ବଢ଼ାଇବାରେ ମଧ୍ୟ ସହାୟକ ହେବ । ଫାଇବାର ଯୁକ୍ତ ଖାଦ୍ୟ ଖାଇବା କରୋନା ରୋଗିଙ୍କ ପାଇଁ ବେଶ ଲାଭଦାୟୀ ।

- ଖାଇବା ବେଳେ ବା ପରେ ଗୁଡ ଓ ଘିଅ ଖାଇବା ପାଇଁ କେନ୍ଦ୍ରର ଡାଏଟ୍ ପ୍ଲାନରେ କୁହାଯାଇଛିି । ଏ ଦୁଇଟି ଜିନିଷ ଆମ ଶରୀରକୁ ଗରମ ରଖିଥାଏ । ଏଥିସହ ଏହା ଆମର ଇମ୍ୟୁନିଟି ବଢ଼ଇଥାଏ ।

-ରାତ୍ରୀ ଭୋଜନରେ ଆପଣ ସାଧାରଣ ଖେଚୁଡି ଖାଇପାରିବେ । ଏଥିରେ ସେହି ସବୁ ପୋଷକ ତତ୍ତ୍ୱ ମହଜୁଦ ଥାଏ ଯାହା ଆମ ଶରୀର ପାଇଁ ଆବଶ୍ୟକ । ଏହା ରୋଗିଙ୍କୁ ଡାଇରିଆ ଭଳି ସମସ୍ୟାରୁ ଦୂରେଇ ରଖିବାରେ ସହାୟକ ହୁଏ ।

- ନିଜ ଡାଏଟ୍‌ରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଚିକେନ, ମାଛ, ଅଣ୍ଡା, ପନିର, ସୋଆବିନ ଏବଂ ବାଦାମ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଏସବୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି ।

-ପ୍ରତିଦିନ ୫ଟି ରଙ୍ଗ ଫଳ ମଧ୍ୟ ଖାଇବା ଉଚିତ । ଏହା ଶରୀର ଭିଟାମିନ ଓ ମିନେରାଲସ ଅଭାବକୁ ଦୂର କରିଥାଏ । ଏଥିସହ ହୋମ ଆଇସୋଲେସନରେ ଥିବା ବ୍ୟକ୍ତି କମ୍ ପରିମାଣରେ ଡାର୍କ ଚକୋଲେଟ ମଧ୍ୟ ଖାଇପାରିବେ ।

-କ୍ଷୀରେ ହଳଦୀ ମିଶାଇ ପ୍ରତିଦିନ ପିିଇବା ଉଚିତ । ଏହାର ଶରୀର ଇମ୍ୟୁନିଟି ବଢ଼ାଇଥାଏ । ଏଥିସହ ଆଲିଭ ଅଏଲ୍‌, ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପରାମର୍ଶ ଦିଆଯାଇଛି ।

- କରୋନା ସଂକ୍ରମିତ ହେଲେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ସାଧା ପାଣି ବ୍ୟତୀତ ଆପଣ ନିୟମିତ ଭାବରେ ଘରେ ଲେମ୍ବୁ ପାଣି ଏବଂ ବଟରମିଲକ୍ ମଧ୍ୟ ବ୍ୟବହାର କରିପାରିବେ । ଶରୀରକୁ ହାଇଡ୍ରେଟ୍ ରଖିବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ।

Related story