ବୟସ ବଢ଼ିଲେ ଶରୀରରେ କ୍ୟାଲସିୟମ୍ର ଅଭାବ ଦେଖିବାକୁ ମିଳିଥାଏ। ଏପରି ହେଲେ ହାଡ଼ରେ ଦରଜ ହୋଇଥାଏ। ଅଧିକାଂଶ ମହିଳା ଏ ସମସ୍ୟାର ସମ୍ମୁଖୀନ କରିଥା’ନ୍ତି। ମା’ ହେବା ପରେ ଶରୀରରେ କ୍ୟାଲସିୟମ୍ କମ୍ ହୋଇଯାଏ। ଏହି ଅଭାବକୁ ପୂରଣ କରୁଥିବା ଖାଦ୍ୟ ଜିନିଷଗୁଡ଼ିକ ମଧ୍ୟରୁ ପଣସ ଅନ୍ୟତମ। ପଣସ କେବଳ ସୁସ୍ୱାଦ ଫଳ ନୁହେଁ ଏକ ଭଲ ଔଷଧ ମଧ୍ୟ। ଏଥିରେ କ୍ୟାଲସିୟମ୍, ଭିଟାମିନ ଏ, ଭିଟାମିନ ସି, ପୋଟାସିୟମ୍, ଆଇରନ୍ ଓ ଜିଙ୍କ୍ ଭଳି ଭିଟାମିନ୍ ଭରପୂର ମାତ୍ରାରେ ଅଛି। ଖରାଦିନେ ନିୟମିତ ପଣସ ଖାଇଲେ ହାଡ଼ ମଜଭୁତ ହୁଏ। ଆସନ୍ତୁ ଜାଣିବା ନିୟମିତ ପଣସ ଖାଇଲେ ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳେ।
- ପଣସରେ ଥିବା ଆଇରନ୍ ଏନିମିଆ ରୋଗରୁ ରକ୍ଷା କରିଥାଏ। ଏହା ଶରୀରରେ ରକ୍ତ ପ୍ରବାହକୁ ଭଲ ରଖେ।
- ପଣସ ଅଲସର ଓ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ।
- କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିଲେ ପଣସ ଖାଆନ୍ତୁ।
- ପଣସ ମଞ୍ଜି ମୋଟାପଣ ଦୂର କରିଥାଏ ।
- ତ୍ୱଚାରେ ଦେଖାଯାଉଥିବା ଭାଙ୍ଗ ଦୂର କରିବାରେ ପଣସ ଅତ୍ୟନ୍ତ ଲାଭକାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Health
ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
Health
ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ; ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ
କେବଳ ଡାକ୍ତର ନୁହନ୍ତି, ଏହି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଜ୍ଞ ଡାକ୍ତରଙ୍କର ମଧ୍ୟ ଘୋର ଅଭାବ ରହିଛି। ମାଲକାନଗିରିରେ ୬ଟି ସିଏଚ୍ସିରେ ୨୪ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା। ମାତ୍ର ଅଛନ୍ତି ଜଣେ। ବାକି ୨୩ଟି ଖାଲି ପଡ଼ିଛି।