ଶୀତ ଦିନେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପାଟି ସୁଆଦ ପାଇଁ ଆମେ ଏହାକୁ ଖାଉଥିଲେ ବି ଏହା ଯେ ଦେହପାଇଁ ଅତ୍ୟନ୍ତ ଲାଭକାରୀ ତାହା ସମ୍ଭବତଃ ପାଠକେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଖଜୁରୀରେ ଏମିତି କ’ଣ ଅଛି ଯାହା ଆମକୁ ସୁସ୍ଥ ରେଖେ।
- ଖଜୁରୀରେ ଭିଟାମିନ୍, ମିନେରାଲ୍ସ, କ୍ୟାଲ୍ସିୟମ୍ ଓ ଆଇରନ୍ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ଜଣେ ସୁସ୍ଥ ମଣିଷ ପାଇଁ ନିହାତି ଆବଶ୍ୟକ।
- ପୋଷକ ତତ୍ତ୍ୱରେ ଭରପୂର ରହିଛି ଖଜୁରୀ। ଏହାକୁ ଖାଇଲେ ଶରୀରକୁ ଶକ୍ତି ମଳିଥାଏ। କ୍ଲାନ୍ତି ଅନୁଭବ କରୁଥିଲେ ଖଜୁରୀ ଖାଇବା ମଧ୍ୟ ଭାରି ଲାଭଦାୟକ।
- ଏଥିରେ ଥିବା ଭିଟାମିନ୍ ‘ସି’ ଏବଂ ‘ଡି’ର ଗୁଣ ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଦୂର କରିଥାଏ। ନିୟମିତ ଖଜୁରୀ ସେବନ ଦ୍ୱାରା ମୁହଁରେ ଭାଙ୍ଗ ପଡ଼ି ନ ଥାଏ ଏବଂ ମୁହଁ ବେଳକୁ ବେଳ ଉଜ୍ୱଳ ଦିସେ ।
- କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭୋଗୁଥିଲେ ଖଜୁରୀ ସେବନ ଲାଭପ୍ରଦ। ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପେଟ ସଫା କରିଥାଏ।
- ଖଜୁରୀ ଖାଇଲେ ଭୋକ କମ୍ ଲାଗିଥାଏ ଓ ଓଜନ ନିୟନ୍ତ୍ରଣରେ ରହିଥାଏ। ଆଉ ସବୁବେଳେ ଆପଣ ଏହାକୁ ଖାଇ ନିଜକୁ ଫିଟ୍ ଅନୁଭବ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।