ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ‘ଖଜୁରୀ’: ନିୟମିତ ଖାଆନ୍ତୁ ଫିଟ୍‌ ରୁହନ୍ତୁ

ଶୀତ ଦିନେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପାଟି ସୁଆଦ ପାଇଁ ଆମେ ଏହାକୁ ଖାଉଥିଲେ ବି ଏହା ଯେ ଦେହପାଇଁ ଅତ୍ୟନ୍ତ ଲାଭକାରୀ ତାହା ସମ୍ଭବତଃ ପାଠକେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଖଜୁରୀରେ ଏମିତି କ’ଣ ଅଛି ଯାହା ଆମକୁ ସୁସ୍ଥ ରେଖେ। – ଖଜୁରୀରେ ଭିଟାମିନ୍‌, ମିନେରାଲ୍ସ, କ୍ୟାଲ୍‌ସିୟମ୍‌ ଓ ଆଇରନ୍‌ ତତ୍ତ୍ୱ  ଭରପୂର ମାତ୍ରାରେ ରହିଛି ଯାହା ଜଣେ ସୁସ୍ଥ ମଣିଷ ପାଇଁ ନିହାତି ଆବଶ୍ୟକ। – […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 11:35 AM IST

ଶୀତ ଦିନେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପାଟି ସୁଆଦ ପାଇଁ ଆମେ ଏହାକୁ ଖାଉଥିଲେ ବି ଏହା ଯେ ଦେହପାଇଁ ଅତ୍ୟନ୍ତ ଲାଭକାରୀ ତାହା ସମ୍ଭବତଃ ପାଠକେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଖଜୁରୀରେ ଏମିତି କ’ଣ ଅଛି ଯାହା ଆମକୁ ସୁସ୍ଥ ରେଖେ।

- ଖଜୁରୀରେ ଭିଟାମିନ୍‌, ମିନେରାଲ୍ସ, କ୍ୟାଲ୍‌ସିୟମ୍‌ ଓ ଆଇରନ୍‌ ତତ୍ତ୍ୱ  ଭରପୂର ମାତ୍ରାରେ ରହିଛି ଯାହା ଜଣେ ସୁସ୍ଥ ମଣିଷ ପାଇଁ ନିହାତି ଆବଶ୍ୟକ।

- ପୋଷକ ତତ୍ତ୍ୱରେ ଭରପୂର ରହିଛି ଖଜୁରୀ। ଏହାକୁ ଖାଇଲେ ଶରୀରକୁ ଶକ୍ତି ମଳିଥାଏ। କ୍ଲାନ୍ତି ଅନୁଭବ କରୁଥିଲେ ଖଜୁରୀ ଖାଇବା ମଧ୍ୟ ଭାରି ଲାଭଦାୟକ।

- ଏଥିରେ ଥିବା ଭିଟାମିନ୍‌ ‘ସି’ ଏବଂ ‘ଡି’ର ଗୁଣ ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଦୂର କରିଥାଏ। ନିୟମିତ ଖଜୁରୀ ସେବନ ଦ୍ୱାରା ମୁହଁରେ ଭାଙ୍ଗ ପଡ଼ି ନ ଥାଏ ଏବଂ ମୁହଁ ବେଳକୁ ବେଳ ଉଜ୍ୱଳ ଦିସେ ।

- କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭୋଗୁଥିଲେ ଖଜୁରୀ ସେବନ ଲାଭପ୍ରଦ। ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି  ପେଟ ସଫା କରିଥାଏ।

- ଖଜୁରୀ ଖାଇଲେ ଭୋକ କମ୍‌ ଲାଗିଥାଏ ଓ ଓଜନ ନିୟନ୍ତ୍ରଣରେ ରହିଥାଏ। ଆଉ ସବୁବେଳେ ଆପଣ ଏହାକୁ ଖାଇ ନିଜକୁ ଫିଟ୍ ଅନୁଭବ କରିପାରିବେ।

Related story