milk
କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଅଧିକାଂଶ ଲୋକ ପ୍ରତିଦିନ କ୍ଷୀର ପିଇଥାନ୍ତି। କ୍ଷୀରରେ କ୍ୟାଲସିୟମ୍ ଓ ଭିଟାମିନ୍ ଡି ରହିଛି ଯାହା ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ। ଅନେକଙ୍କୁ କ୍ଷୀର ପିଇବାକୁ ପସନ୍ଦ କରୁ ନଥିବା ବେଳେ ଅନେକ ଥଣ୍ଡା ଅବା ଉଷୁମ କ୍ଷୀର ପିଇବାକୁ ଭଲ ପାଆନ୍ତି। ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଥଣ୍ଡା କ୍ଷୀର ପିଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳେ। ଆସନ୍ତୁ ଜାଣିବା ସେ ବିଷୟରେ
- ଥଣ୍ଡା କ୍ଷୀର ପିଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।
- ଅଫିସ, ଜିମ୍ରୁ ଆସି ସମ୍ପୂର୍ଣ୍ଣ ଥକିଗଲେ ଓଟ୍ସ୍ କୁ ଥଣ୍ଡା କ୍ଷୀରରେ ମିଶାଇ ଖାଆନ୍ତୁ । ଏହା ଦେହକୁ ତୁରନ୍ତ ଶକ୍ତି ଯୋଗାଏ। ଥଣ୍ଡା କ୍ଷୀରରେ ଥିବା ପ୍ରୋଟିନ ମାଂସପେଶୀକୁ ସୁଦୃଢ ରଖିବାରେ ସାହାଯ୍ୟ କରେ।
- ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟି, ମେଦବହୁଳତା ଓ ବାରମ୍ୱାର ବାରମ୍ୱାର ଭୋକ ଲାଗିବା ପରି ସମସ୍ୟା ଦୂର ହୋଇଥାଏ।
- ତ୍ୱଚାରେ ଥଣ୍ଡା କ୍ଷୀର ଲଗାଇଲେ ଚେହରା ସଫା ଓ ସତେଜ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/11/milk.jpg)