Advertisment

ଆମିଷ ଖାଉ ନାହାନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିନ୍ନ ଭିନ୍ନ କାରଣରୁ ଲୋକମାନେ ଶାକାହାରୀ ହୋଇଥାନ୍ତି। କେତେଜଣ ଧାର୍ମିକ ମନୋଭାବକୁ ଆପଣାଇ ଶାକାହାରୀ ହୋଇଥାନ୍ତି ତ ଆଉ କେତେଜଣ ମୋଟାପଣରୁ ମୁକ୍ତି ପାଇବା ଲାଗି ଆବଶ୍ୟକ ଡାଏଟ୍ ପ୍ଲାନ୍ ପାଇଁ ଶାକାହାରୀ ହୋଇଥାନ୍ତି। ଶାକାହାରୀ କିମ୍ବା ଶୁଦ୍ଧ ଶାକାହାରୀ ଖାଦ୍ୟସୂଚୀ ନିଶ୍ଚିତ ଭାବରେ ଶରୀର ପାଇଁ ସୁସ୍ଥକର। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହାର କ୍ଷତିକାରକ ଦିଗ ମଧ୍ୟ ରହିଛି। ଶାକାହାରରେ ମାଂସଜାତୀୟ ପ୍ରୋଟିନ୍ ମିଳି ନ ଥାଏ। ଏଥିରେ […]

author-image
Pragnya Choudhury
ଆମିଷ ଖାଉ ନାହାନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା

veg

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିନ୍ନ ଭିନ୍ନ କାରଣରୁ ଲୋକମାନେ ଶାକାହାରୀ ହୋଇଥାନ୍ତି। କେତେଜଣ ଧାର୍ମିକ ମନୋଭାବକୁ ଆପଣାଇ ଶାକାହାରୀ ହୋଇଥାନ୍ତି ତ ଆଉ କେତେଜଣ ମୋଟାପଣରୁ ମୁକ୍ତି ପାଇବା ଲାଗି ଆବଶ୍ୟକ ଡାଏଟ୍ ପ୍ଲାନ୍ ପାଇଁ ଶାକାହାରୀ ହୋଇଥାନ୍ତି। ଶାକାହାରୀ କିମ୍ବା ଶୁଦ୍ଧ ଶାକାହାରୀ ଖାଦ୍ୟସୂଚୀ ନିଶ୍ଚିତ ଭାବରେ ଶରୀର ପାଇଁ ସୁସ୍ଥକର। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହାର କ୍ଷତିକାରକ ଦିଗ ମଧ୍ୟ ରହିଛି।

Advertisment

Should You Be Feeding Your Dog Vegetables? To Veg Or Not To Veg Blog

ଶାକାହାରରେ ମାଂସଜାତୀୟ ପ୍ରୋଟିନ୍ ମିଳି ନ ଥାଏ। ଏଥିରେ କେବଳ ଉଦ୍ଭିଦଜାତୀୟ ଖାଦ୍ୟ ପଦାର୍ଥରୁ ମିଳୁଥିବା ପ୍ରୋଟିନ୍ ସାମିଲ ହୋଇଥାଏ। ଶାକାହାରରେ ଶରୀର ପାଇଁ ଉପଯୋଗୀ ଅନେକ ପ୍ରକାରର ପୋଷକତତ୍ୱ ଭରି ରହିଥାଏ। ହେଲେ ଏଥିରେ ଥିଲା ଲ୍ୟାକ୍ଟିନ୍ ଏବଂ ଫାଇଟେଟ୍ସ ମାନକ ତତ୍ୱ ଶରୀରର ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ।

आंतों में दिक्कत

ଶୁଦ୍ଧ ଶାକାହାର ଖାଦ୍ୟକୁ ପ୍ରୋଟିନର ସ୍ଥାୟୀ ଉତ୍ସ ଭାବେ ବିବେଚନା କରାଯାଏ ନାହିଁ। ଶୁଦ୍ଧ ଶାକାହାରୀ ବା ଭିଗନ୍ ଡାଏଟ ଖାଉଥିବା ବ୍ୟକ୍ତିମାନଙ୍କୁ ଶରୀରକୁ ପ୍ରୋଟିନ୍ ଯୋଗାଇବାକୁ ସୋୟା ପନିର୍ ବା ସୋୟା ମିଲକ୍ ଭଳି ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏଠାରେ ଜାଣି ରଖନ୍ତୁ ଯେ, ସୋୟାରେ ଫାଇଟୋଏଷ୍ଟ୍ରୋଜେନ୍ସ ନାମକ ତତ୍ୱ ରହିଥାଏ, ଯାହା ଶରୀରରେ ଏଷ୍ଟ୍ରୋଜେନ୍ ସ୍ତରକୁ ବଢ଼ାଇଥାଏ। ମହିଳାଙ୍କ ମେନୋପୋଜ ସମସ୍ୟା ବେଳେ ଏହାକୁ ସପ୍ଲିମେଣ୍ଟ ଭାବରେ ଦିଆଯାଇଥାଏ। ତେବେ ଏହା ଶରୀରରେ ହର୍ମୋନଗୁଡ଼ିକୁ ଅସନ୍ତୁଳିତ କରିବା ଭଳ ସମସ୍ୟା ସୃଷ୍ଟି କରିପାରେ।

Advertisment

How much meat is healthy to eat? - Healthy Food Guide

'ରେଡ୍ ମିଟ୍'କୁ ହିମୋଗ୍ଲୋଭିନର ସବୁଠାରୁ ବଡ଼ ଉତ୍ସ ଭାବରେ ଗଣାଯାଏ। ହେଲେ ଶୁଦ୍ଧ ଶାକାହାର ଖାଦ୍ୟ ସୂଚୀରେ ଏହାର ଖୁବ୍ କମ୍ ବିକଳ୍ପ ରହିଛି। ହିମୋ ଆଇରନ ନ ମିଳିବା କାରଣରୁ ଶରୀରରେ ନାନା ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ଭାରତୀୟ ମହିଳାମାନଙ୍କଠାରେ ଏନିମିଆ ସମସ୍ୟା ଦେଖିବାକୁ ମିଳିଥାଏ। ଭିଗନ୍ ବା ଭେଜିଟାରିୟନ୍ ଅର୍ଥତ୍ ଶୁଦ୍ଧ ଶାକାହାର କିମ୍ବା ଶାକାହାର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏଭଳି ସମସ୍ୟା ଭୋଗିପାରନ୍ତି।

आयरन की कमी

ଖାଦ୍ୟସୂଚୀରୁ ପଶୁମାନଙ୍କଠାରୁ ମିଳୁଥିବା ପଦାର୍ଥକୁ ସମ୍ପୂର୍ଣ୍ଣ ବାହାର କରିଦିଆଗଲେ ଶରୀରରେ ଅନେକ ପ୍ରକାର ଅଭାବ ଦେଖିବାକୁ ମିଳିଥାଏ। ଆପଣଙ୍କ ଶରୀରକୁ କ୍ୟାଲସିୟମ୍ ଏବେ ଓମେଗା-3 ଭଳି ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ। ଆଉ ଏହା ମାଂସ ଏବଂ ଦୁଗ୍ଧଜାତୀୟ ଖାଦ୍ୟରୁ ମିଳିଥାଏ। ଶରୀରରେ ଓମେଗା-3 ଫ୍ୟାଟି ଏସିଡ୍ କମ୍ ହେବା ଦ୍ୱାରା ମାନସିକ ଅବସାଦ ଭଳି ସମସ୍ୟା ସୃଷ୍ଟି ହୋଇପାରେ।

ओमेगा-3 फैटी एसिड

ମୁଖ୍ୟତଃ ମାଂସାହାରରୁ ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ବି-12 ମିଳିଥାଏ। ସାଧାରଣତଃ ଶୁଦ୍ଧ ଶାକାହାରୀମାନଙ୍କ ଶରୀରରେ ବି-12 କମ୍ ଥିବା ଦେଖିବାକୁ ମିଳିଥାଏ। ଭିଟାମିନ୍ ବି-12 କମିଲେ ଶରୀରରେ ଦୁର୍ବଳତା, ଥକାପଣ, ଏନିମିଆ ତଥା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ।

Fruit and Vegetable Storage

ଶୁଦ୍ଧ ଶାକାହାର ଖାଦ୍ୟ ଖାଇଲେ ଶରୀରରେ ଅଧିକ କାର୍ବୋହାଇଡ୍ରେଟ୍ ବଢ଼ିବାର ସମ୍ଭାବନା ରହିଛି। ଶରୀରରେ କାର୍ବୋହାଇଡ୍ରେଟ୍ସ ମାତ୍ରା ବଢ଼ିଗଲେ ଏହା ମେଟାବୋଲିଜମକୁ ବିଗାଡ଼ିଥାଏ। ଏହାସହ ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର, ବ୍ଲଡ୍ ସୁଗାର ଏବଂ ଡିରେଗୁଲେସନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।

कार्बोहाइड्रेट बढ़ने से खतरा

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଶୁଦ୍ଧ ଶାକାହାର ଇଟିଂ ଡିସଅର୍ଡରର ମଧ୍ୟ କାରଣ ହୋଇପାରେ। ଏହାଦ୍ୱାରା ବ୍ୟକ୍ତିଙ୍କୁ ଆର୍ଥୋରିକ୍ସିୟା ନାମକ ଏକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ରୋଗ ହେଲେ ଆପଣଙ୍କ ଖାଦ୍ୟଭ୍ୟାସ ସୀମିତ ତଥା ଆବଦ୍ଧ ହୋଇ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ ଅଟେ।

Health