Advertisment

ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ

ଏବେ ବର୍ଷା ଦିନ। ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା। ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମାକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ […]

ଅଦ୍ୟତନ ହୋଇଛି
ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ

corn

Advertisment

ଏବେ ବର୍ଷା ଦିନ। ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା। ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା। ମାକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ। ଏଥିସହ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ। ତେବେ ଏହାକୁ ଖାଇବା ଦ୍ୱାରା ଆଉ କେଉଁ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା।

Advertisment

- ସୁଇଟ୍‌ କର୍ଣ୍ଣ ବା ମକାରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ଆଖି ପାଇଁ ବେଶ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ମକାରେ କାରୋଟିନଏଡ୍ ଥାଏ, ଏହା ଦୃଷ୍ଟି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।

- ମକା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ନିଜ ଖାଦ୍ୟରେ ସାମିଲ କରି ଆପଣ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମୁକ୍ତି ପାଇପାରିବେ।

Advertisment

- ଓଜନ କମାଇବାରେ ବି ସାହାଯ୍ୟ କରେ ମକା। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରିଯାଏ ଏବଂ ସହଜରେ ଭୋକ ହୁଏନି। ମକାରେ ଫ୍ୟାଟ୍‌ ଅଂଶ ବହୁତ କମ୍‌ ଥାଏ, ତେଣୁ ଏହା ଓଜନ କମାଇବରେ ସହାୟକ ହୋଇଥାଏ।

- ସୁଇଟ୍‌ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତାର ଆଶଙ୍କା କମିଯାଏ। ମକରରେ ଭିଟାମିନ୍ B12, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ।

- ଭିଟାମିନ B6, ଆଇରନ୍‌, ଭିଟାମିନ-A, ଥିଆମିନ୍‌, ଜିଙ୍କ ଏବଂ ମାଗ୍ନିଶିଅମ ମକାରେ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏଥିରେ ଏହା ଇମ୍ୟୁନିଟି ପାୱାରକୁ ମଧ୍ୟ ମଜଭୁତ କରିଥାଏ।

- ସୁଇଟ୍‌ କର୍ଣ୍ଣରେ ଫାଇଭର ଥାଏ। ଏଥିରେ ଅନେକ ପରିମାଣର ଭିଟାମିନ୍ସ ମଧ୍ୟ ମିଳେ, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ। ମକା ଡାଇବେଟିସ କଣ୍ଟ୍ରୋଲ କରିବାରେ ମଧ୍ୟ ସହାଯ୍ୟ କରେ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe