Advertisment

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା- Benefits of Bitter Gourd

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଦେହ ପାଇଁ ମହୌଷଧି ପରି କାର୍ଯ୍ୟ କରିଥାଏ। ମସ୍ତିଷ୍କ ଓ ପେଟ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ କଲରା ସୁସ୍ଥ ରଖିଥାଏ। କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି। ଏପରିକି ଏଥିରେ ଭିଟାମିନ ସି ଓ ଭିଟାମିନ ଏ ମଧ୍ୟ ରହିଛି। ଭିଟାମିନ ସି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ଏବଂ ଭିଟାମିନ ଏ ଆଖିକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା […]

ଅଦ୍ୟତନ ହୋଇଛି
ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା- Benefits of Bitter Gourd

bitter-guard1

Advertisment

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଦେହ ପାଇଁ ମହୌଷଧି ପରି କାର୍ଯ୍ୟ କରିଥାଏ। ମସ୍ତିଷ୍କ ଓ ପେଟ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ କଲରା ସୁସ୍ଥ ରଖିଥାଏ। କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି।

Advertisment

ଏପରିକି ଏଥିରେ ଭିଟାମିନ ସି ଓ ଭିଟାମିନ ଏ ମଧ୍ୟ ରହିଛି। ଭିଟାମିନ ସି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ଏବଂ ଭିଟାମିନ ଏ ଆଖିକୁ ସୁସ୍ଥ ରଖିଥାଏ।

ତେବେ ଆସନ୍ତୁ ଜାଣିବା କଲରା ଖାଇଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ।

୧. ମୁଣ୍ଡରେ ଯନ୍ତ୍ରଣା ଓ ମୁଣ୍ଡ ଭାରି ଲାଗୁଥିଲେ କଲରା ଖାଆନ୍ତୁ। ଯେଉଁମାନେ ନିଜ ଖାଦ୍ୟରେ କଲରା ସାମିଲ କରନ୍ତି, ସେମାନଙ୍କର ମୁଣ୍ଡ ଯନ୍ତ୍ରଣାର ସମସ୍ୟା ନଥାଏ।

Advertisment

୨. ଯଦି ଆପଣଙ୍କ ପରିବାରରେ କାହାର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ତେବେ ତାଙ୍କୁ କଲରାର ବ୍ୟଞ୍ଜନ ତିଆରି କରି ଖାଇବାକୁ ଦିଅନ୍ତୁ।

୩. ଖାଦ୍ୟ ହଜମ ନହେବା, ପେଟରେ ଗ୍ୟାସ ହେବା, ହେକୁଟି ହେବା, ବାନ୍ତି ଲାଗିବା ପରି ସମସ୍ୟା ଦେଖା ଦେଉଥିଲେ, କଲରାକୁ ଖାଦ୍ୟରେ ସାମିଲ କରନ୍ତୁ। ଗ୍ୟାସ ସମସ୍ୟାକୁ କଲରା ଭଲ କରିଥାଏ।

୪. ଖଣ୍ଡିଆ ଯୋଗୁଁ ଯଦି ଆପଣଙ୍କ ଶରୀରରେ ହୋଇଥିବା ଘା ଭଲ ହେଉନାହିଁ, ତେବେ କଲରା ଖାଆନ୍ତୁ। କଲରା ଶରୀରରେ ଇନଫେକସନ ହେବାକୁ ଦେଇନଥାଏ ଏବଂ ଘା’କୁ ଶୀଘ୍ର ଶୁଖାଇଥାଏ।

୫.ସେହିପରି କୋଷ୍ଠକାଠିନ୍ୟ ସମସ୍ୟା ପାଇଁ କଲରା ଖୁବ ଲାଭଦାୟୀ।

Lifestyle News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe