Advertisment

କଖାରୁ ମଞ୍ଜିର ୫ କରାମତି

କେବଳ କଖାରୁ ନୁହେଁ, ଏହାର ମଞ୍ଜିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଡି ବିଲ୍ଡିଂରେ ରୁଚି ରଖୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କଖାରୁ ମଞ୍ଜିକୁ ପାଉଡର କରି କ୍ଷୀରରେ ଗୋଳାଇ ପିଇଲେ ଅଧିକା ଫାଇଦା ମିଳିଥାଏ। ଏଥିପାଇଁ ଦୁଇ ଚାମଚ କଖାରୁ ମଞ୍ଜି ପାଉଡରକୁ କ୍ଷୀରରେ ଗୋଳାଇ ମହୁ ମିଶାଇ ପିଅନ୍ତୁ। ଏହି ଡ୍ରିଂକ୍ସକୁ ରାତିରେ ଶୋଇବା ପୂର୍ବରୁ ଓ ସକାଳେ ବ୍ୟାୟାମ ପରେ ପିଅନ୍ତୁ। ତା’ପରେ ଦେଖିବେ […]

ଅଦ୍ୟତନ ହୋଇଛି
କଖାରୁ ମଞ୍ଜିର ୫ କରାମତି

kakharu

Advertisment

କେବଳ କଖାରୁ ନୁହେଁ, ଏହାର ମଞ୍ଜିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଡି ବିଲ୍ଡିଂରେ ରୁଚି ରଖୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦେଇଥା’ନ୍ତି।

Advertisment

କଖାରୁ ମଞ୍ଜିକୁ ପାଉଡର କରି କ୍ଷୀରରେ ଗୋଳାଇ ପିଇଲେ ଅଧିକା ଫାଇଦା ମିଳିଥାଏ। ଏଥିପାଇଁ ଦୁଇ ଚାମଚ କଖାରୁ ମଞ୍ଜି ପାଉଡରକୁ କ୍ଷୀରରେ ଗୋଳାଇ ମହୁ ମିଶାଇ ପିଅନ୍ତୁ। ଏହି ଡ୍ରିଂକ୍ସକୁ ରାତିରେ ଶୋଇବା ପୂର୍ବରୁ ଓ ସକାଳେ ବ୍ୟାୟାମ ପରେ ପିଅନ୍ତୁ। ତା’ପରେ ଦେଖିବେ କ’ଣ ଫରକ ପଡ଼ୁଛି। ତେବେ ଆସନ୍ତୁ ଜାଣିବା, କଖାରୁ ମଞ୍ଜି ଖାଇଲେ ଶରୀରକୁ ଆଉ କେଉଁ ଲାଭ ମିଳିଥାଏ।

୧. କଖାରୁ ମଞ୍ଜି ପୁରୁଷଙ୍କ ଶରୀରରେ Testosterone ହର୍ମୋନକୁ ବୃଦ୍ଧି କରିଥାଏ।

୨. ଶରୀରରେ ବ୍ଲଡ ସୁଗାରର ମାତ୍ରା ଅସନ୍ତୁଳିତ ହେଲେ ଡାଇବେଟିସର ଆଶଙ୍କା ଦେଖାଦେଇଥାଏ। ଏଥିପାଇଁ ବ୍ଲଡ ସୁଗାର ସମସ୍ୟା ଥିବା ବ୍ୟକ୍ତି କଖାରୁ ମଞ୍ଜିକୁ ନିୟମିତ ଭାବରେ ଖାଆନ୍ତୁ। ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରିଥାଏ।

Advertisment

୩. ସେହିପରି କିଡନୀ ଜନିତ ସମସ୍ୟା ଥିଲେ କଖାରୁ ମଞ୍ଜି ଲାଭଦାୟୀ ହୋଇଥାଏ।

୪. କଖାରୁ ମଞ୍ଜିରେ କାର୍ଡିଓପ୍ରୋଟେକ୍ଟିଭ ଗୁଣ ରହିଛି, ଯାହା ହାର୍ଟକୁ ସୁସ୍ଥ ରଖିଥାଏ। ତେଣୁ ଏହାକୁ ଖାଇଲେ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

୫. ଅଧିକ ଚିନ୍ତାରେ ରହିଲେ ନିଦ୍ରାହୀନତା ଦେଖାଦେଇଥାଏ। କଖାରୁ ମଞ୍ଜି ଖାଇଲେ ନିଦ ଭଲ ହୋଇଥାଏ। କାରଣ ଏଥିରେ ସ୍ଲିପିଂ ହର୍ମୋନ ବୃଦ୍ଧି କରିବାର କ୍ଷମତା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe