ତୁଳସୀ ପତ୍ର ଚୋବେଇକି ଖାଉଛନ୍ତି କି, ହୋଇପାରେ କ୍ଷତିକାରକ

ତୁଳସୀ ଗଛରେ ଏଭଳି ଔଷଧୀୟ ଗୁଣ ଅଛି, ଯାହା ଆମକୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ ଏହାକୁ ଚା’ରେ ମିଶାଇ ପିଇବା ଦ୍ୱାରା କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ପବିତ୍ର ବୋଲି ମାନନ୍ତି। ସାଧାରଣତଃ ଆମେ ସମସ୍ତେ […]

tulsi-leaves

tulsi-leaves

Ranjit Kumar Jena
  • Published: Sunday, 16 May 2021
  • Updated: 16 May 2021, 05:26 PM IST

Sports

Latest News

ତୁଳସୀ ଗଛରେ ଏଭଳି ଔଷଧୀୟ ଗୁଣ ଅଛି, ଯାହା ଆମକୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ ଏହାକୁ ଚା’ରେ ମିଶାଇ ପିଇବା ଦ୍ୱାରା କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ପବିତ୍ର ବୋଲି ମାନନ୍ତି।

ସାଧାରଣତଃ ଆମେ ସମସ୍ତେ ଘରେ ତୁଳସୀ ଗଛ ଲଗାଇଥାଉ, ଯାହାର ପୂଜା ମଧ୍ୟ କରାଯାଏ। ଅନେକ ଲୋକ ତୁଳସୀ ପତ୍ର ଚୋବେଇକି ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ତୁଳସୀ ପତ୍ର ଚୋବେଇକି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ତୁଳସୀ ପତ୍ର ଚୋବେଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଏବଂ ଏହାକୁ କିପରି ବ୍ୟବହାର କରାଯିବ।

ତୁଳସୀ ପତ୍ର ଚୋବେଇ ଖାଇଲେ ହୋଇପାରେ କ୍ଷତିକାରକ:  ଅନେକ ଲୋକ ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବେଇ ଖାଆନ୍ତି। ତେବେ ଏହି ଅଭ୍ୟାସ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଏହା ଆପଣଙ୍କ ଦାନ୍ତ ଜନିତ ସମସ୍ୟା ଉପୁଜିପାରେ।

ବାସ୍ତବରେ, ତୁଳସୀ ପତ୍ରରେ ଅଧିକ ପରିମାଣର ମର୍କୁରୀ ଏବଂ ଆଇରନ୍ ଥାଏ। ଏହା ବ୍ୟତୀତ ସେଥିରେ କିଛି ପରିମାଣର ଆର୍ସେନିକ୍ ମଧ୍ୟ ଥାଏ। ଆମ ପାଟି ପାଇଁ ମର୍କ୍ୟୁରୀ ଓ ଆର୍ସେନିକ୍ କ୍ଷତିକାରକ ହୋଇଥାଏ। ଏହା ଆମ ଦାନ୍ତକୁ ଅଧିକ ଖରାପ କରିଥାଏ। ତୁଳସୀ ପତ୍ରକୁ ଚୋବେଇ ଖାଇବା ଦ୍ୱାରା ପାଟି ଭିତରେ ଦୁଇଟି (ମର୍କ୍ୟୁରୀ ଓ ଆର୍ସେନିକ୍) ଯାକ ଜିନିଷ ରହିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ତୁଳସୀ ପତ୍ରକୁ ଚୋବେଇ ଖାଆନ୍ତୁ ନାହିଁ।

କେମିତି କରିବେ ବ୍ୟବହାର: ତୁଳସୀ ପତ୍ରକୁ ଭଲଭାବେ ବାଟିକି ତାକୁ ପାଣିରେ ମିଶାଇ ପିଇପାରିବେ। ଏହା ବ୍ୟତୀତ, ଯଦି ଆପଣ ଚାହିଁବେ, ତାହେଲେ ତୁଳସୀ ପତ୍ରକୁ ଚା’ରେ ମଧ୍ୟ ମିଶାଇ ସେବନ କରି ପାରିବେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣକୁ ରୋକାଯାଇ ପାରିବ। ଆପଣ ତୁଳସୀ ପତ୍ରକୁ ମିଶାଇ ତା’ର ଏକ ଟାବଲେଟ୍‌ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ତୁଳସୀ ପତ୍ରକୁ ଶୁଖାଇ ଏହାକ ଗ୍ରାଇଣ୍ଡିଂ କରି ପାଉଡର୍ ମଧ୍ୟ ତିଆରି କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos