Advertisment

ଲେମନଗ୍ରାସରୁ ମିଳେ ଏହି ସବୁ ଫାଇଦା

ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଏବେ ପ୍ରତ୍ୟେକ ବ୍ୟକ୍ତି ନିଜର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ ନିଜ ଡାଏଟରେ ପରିବର୍ତ୍ତନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆପଣ ନିଜ ଡାଏଟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି, ତା’ହେଲେ ଲେମନଗ୍ରାସ ଜରିଆରେ  ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରିବେ। ଲେମନଗ୍ରାସ ଏପରି ଏକ ଗଛ ଯାହାର ପତ୍ର […]

author-image
Puspanjali Panda
ଅଦ୍ୟତନ ହୋଇଛି
ଲେମନଗ୍ରାସରୁ ମିଳେ ଏହି ସବୁ ଫାଇଦା

tea

ହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଏବେ ପ୍ରତ୍ୟେକ ବ୍ୟକ୍ତି ନିଜର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ ନିଜ ଡାଏଟରେ ପରିବର୍ତ୍ତନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆପଣ ନିଜ ଡାଏଟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି, ତା’ହେଲେ ଲେମନଗ୍ରାସ ଜରିଆରେ  ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରିବେ।

ଲେମନଗ୍ରାସ ଏପରି ଏକ ଗଛ ଯାହାର ପତ୍ର ଓ ତେଲକୁ ଆୟୁର୍ବେଦରେ ମେଡିସିନ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ।

Advertisment

ଲେମନଗ୍ରାସକୁ ବିଶେଷ କରି ଖାଦ୍ୟରେ ବ୍ୟବହାର କରାଯାଇଥାଏ। ଆପଣ ଚାହିଁଲେ ଲେମନଗ୍ରାସର ସୁପ ଓ ଚା’ କରି ପିଇପାରିବେ।

ଆସନ୍ତୁ ଜାଣିବା ଲେମନଗ୍ରାସ ଖାଇଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ...

୧. ଯଦି ଆପଣଙ୍କ ପେଟ ଖରାପ ଅଛି, ଲେମନଗ୍ରାସ ଚାହା କରି ପିଅନ୍ତୁ। ଏହି ଚାହା ପାଚନ କ୍ରିୟାକୁ ଠିକ କରିଥାଏ।

୨. ଲେମନଗ୍ରାସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ।

୩. ପତଳା ହେବାକୁ ଚାହୁଁଥିଲେ, ଲେମନଗ୍ରାସ ବ୍ୟବହାର କରନ୍ତୁ। ଲେମନଗ୍ରାସକୁ ଚାହା କରି ପିଇଲେ ୟୁରିନ ଜରିଆରେ ଶରୀରରୁ ଟକ୍ସିନ ବାହାରି ଯାଇଥାଏ।

୪. ଏଥିରେ ଥିବା ଜୀବାଣୁନାଶକ ଗୁଣ ଆପଣଙ୍କୁ ଓରାଲ ଇନଫେକସନରୁ ରକ୍ଷା କରିଥାଏ।

୫. ଏପରିକି ଲେମନଗ୍ରାସ ଦାନ୍ତରେ ରହୁଥିବା କ୍ଷତିକାରକ ବ୍ୟାକ୍ଟେରିଆଙ୍କୁ ମଧ୍ୟ ନଷ୍ଟ କରିଥାଏ।

ମନେରଖନ୍ତୁ, କୌଣସି ଖାଦ୍ୟକୁ ଡାଏଟରେ ସାମିଲ କରିବା ପୂର୍ବରୁ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

Lifestyle News In Odia