Advertisment

ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର […]

ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ

fruits

Advertisment

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ, ତେଣୁ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ। ତେଣୁ ଡାଏଟିଂ କରିବା ବେଳେ କେଉଁ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା

Advertisment

କଦଳୀ: କଦଳୀକୁ ଏକ ସୁପରଫୁଡ୍ ବୋଲି କୁହାଯାଏ । କିନ୍ତୁ ଏହା ଏକ ଏଭଳି ଫଳ, ଯାହାକୁ ଆପଣ ଅଧିକ ମାତ୍ରାରେ ଖାଇପାରିବେ ନାହିଁ। କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ  ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ। ଡାଏଟିଂ କରୁଥିବା ବ୍ୟକ୍ତି ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଉଚିତ।

ଅଙ୍ଗୁର: ସ୍ୱାସ୍ଥ୍ୟ ପାଇଁ ଭଲ ଅଙ୍ଗୁର। କିନ୍ତୁ ଏଥିରେ ଅଧିକମାତ୍ରାରେ ସର୍କରା ଜାତୀୟ ପଦାର୍ଥ ରହିଛି, ଯାହା ଓଜନ ବଢ଼ାଇବା କାମ କରେ। ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଏବଂ ୧୬ ଗ୍ରାମ ଚିନି ଅଛି।  ଯଦି ଆପଣ ଏହାକୁ ନିୟମିତ ରୂପେ ଖାଉଛନ୍ତି ତେବେ ଓଜନ ବଢ଼ିପାରେ। ତେଣୁ ଆପଣ ଯଦି ଡାଏଟିଂରେ ଅଛନ୍ତି ତା’ହେଲେ ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ।

Advertisment

କିସମିସ: ଡ୍ରାଏ ଫ୍ରୁଟସ ବା କିସମିସରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଛି । ଅଙ୍ଗୁର ତୁଳନାରେ ଏକ ଗ୍ରାମ କିସମିସରେ ଅଧିକ କ୍ୟାଲୋରୀ ଥାଏ ବୋଲି କୁହାଯାଉଛି। ଏକ କପ କିସମିସରେ ପାଖାପାଖି ୫୦୦ କ୍ୟାଲୋରୀ ଅଛି। ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି କିସମିସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ଆଭୋକାଡୋ: ଅଧିକ କ୍ୟାଲୋରୀ ଯୁକ୍ତ ଫଳ ମଧ୍ୟରୁ ଗୋଟିଏ ହେଉଛି ଆଭୋକାଡୋ। ୧୦୦ ଗ୍ରାମ ଆଭୋକାଡୋରେ ପ୍ରାୟ ୧୬୦ କ୍ୟାଲୋରୀ ଥାଏ। ଏହାକୁ ଅଧିକ ଖାଇଲେ ଓଜନ ବଢ଼ିପାରେ। ଆପଣ ଚାହିଁଲେ ଏହି ଫଳକୁ କମ ମାତ୍ରାରେ ନିଜ ଡାଏଟରେ ସାମିଲ କରିପାରବେ।

ଆମ୍ବ: ଆମ୍ବକୁ ଫଳମାନଙ୍କ ରାଜା କୁହାଯାଏ। କାରଣ ଅନ୍ୟ ଫଳ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେଉଛି ଆମ୍ବ। ଗୋଟିଏ ଖଣ୍ଡ ଆମ୍ୱରେ ୯୯ କ୍ୟାଲୋରୀ ରହିଛି, ୨୩ ଗ୍ରାମ ଚିନି ଏବଂ ୩ ଗ୍ରାମ ଫାଇବର ରହିଛି। ଯଦି ଆପଣ ଡାଏଟିଂରେ ରହି ଓଜନ ହ୍ରାସ କାରିବାକୁ ଚାହୁଁଛନ୍ତି, ତେବେ ସୀମିତ ପରିମାଣରେ ଆମ୍ବ ଖାଇବା ଭଲ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe