Advertisment

ଡିପ୍ରେସନ୍‌ ଦୂର କରିବ 'ମ୍ୟାଜିକ ଛତୁ'

ନୂଆଦିଲ୍ଲୀ: ଜୀବନଶୈଳୀରେ ପରିବର୍ତ୍ତନ ଏବଂ କାମ ବୋଝ ସହ ଲୋକଙ୍କ ମଧ୍ୟରେ ଡିପ୍ରେସନ ତଥା ଅବସାଦ ସମସ୍ୟା ବି ଲଗାତାର ବଢ଼ି ଚାଲିଛି। କେବଳ ଏତିକି ନୁହେଁ, ଆମ ଦେଶର ଲୋକମାନେ ଡିପ୍ରେସନ ବିଷୟରେ କହିବାକୁ ବି ଲଜ୍ଜିତ ମନେକରନ୍ତି। ଅନେକ ଲୋକ ଅନୁଭବ କରନ୍ତି ଯେ ଡିପ୍ରେସନ ବିଷୟରେ କଥାବାର୍ତ୍ତା କରିବା ଅର୍ଥ ସାମ୍ନାରେ ଥିବା ବ୍ୟକ୍ତି ସେମାନଙ୍କୁ ପାଗଳ ବୋଲି ଭାବିବେ। ଏହି କାରଣରୁ ଡିପ୍ରେସନ ତଥା ଅବସାଦ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା […]

ଡିପ୍ରେସନ୍‌ ଦୂର କରିବ 'ମ୍ୟାଜିକ ଛତୁ'

magic mushroom

Advertisment

ନୂଆଦିଲ୍ଲୀ: ଜୀବନଶୈଳୀରେ ପରିବର୍ତ୍ତନ ଏବଂ କାମ ବୋଝ ସହ ଲୋକଙ୍କ ମଧ୍ୟରେ ଡିପ୍ରେସନ ତଥା ଅବସାଦ ସମସ୍ୟା ବି ଲଗାତାର ବଢ଼ି ଚାଲିଛି। କେବଳ ଏତିକି ନୁହେଁ, ଆମ ଦେଶର ଲୋକମାନେ ଡିପ୍ରେସନ ବିଷୟରେ କହିବାକୁ ବି ଲଜ୍ଜିତ ମନେକରନ୍ତି। ଅନେକ ଲୋକ ଅନୁଭବ କରନ୍ତି ଯେ ଡିପ୍ରେସନ ବିଷୟରେ କଥାବାର୍ତ୍ତା କରିବା ଅର୍ଥ ସାମ୍ନାରେ ଥିବା ବ୍ୟକ୍ତି ସେମାନଙ୍କୁ ପାଗଳ ବୋଲି ଭାବିବେ। ଏହି କାରଣରୁ ଡିପ୍ରେସନ ତଥା ଅବସାଦ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାକୁ ଲୋକେ ପଛଘୁଞ୍ଚା ଦିଅନ୍ତି।  କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏବେ ଡିପ୍ରେସନର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଅତି ସହଜରେ ହୋଇପାରିବ। କେବଳ ଗୋଟିଏ ଛତୁ ଖାଇବା ଦ୍ୱାରା ଆପଣ ଡିପ୍ରେସନ ମୁକ୍ତ ହୋଇପାରିବେ।

Advertisment

ଯଦି ଆପଣ ଡିପ୍ରେସନର ଶିକାର ହୋଇଛନ୍ତି ତେବେ ଛତୁ ଖାଇବା ଉଚିତ। ତେବେ ସାଧାରଣ ଛତୁ ନୁହେଁ, ଏଥିପାଇଁ ଆପଣଙ୍କୁ ଖାଇବାକୁ ପଡିବ ମ୍ୟାଜିକ୍‌ ଛତୁ। ଏହି ମ୍ୟାଜିକ୍‌ ଛତୁରେ ଏଭଳି କିଛି ଗୁଣ ରହିଛି ଯାହା ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ଏବଂ ଲୋକଙ୍କୁ ଡିପ୍ରେସନରୁ ବାହାରକୁ ବାହାରିବା ପାଇଁ ସହାଯ୍ୟ କରିଥାଏ। ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି।

ଇମ୍ପେରିଆଲ କଲେଜ ଲଣ୍ଡନ୍‌ର ବିଶେଷଜ୍ଞଙ୍କ ଏକ ଅଧ୍ୟୟନ ମୁତାବକ, ମ୍ୟାଜିକ ଛତୁ ଡିପ୍ରେସନ ଦୂର କରିବାରେ ସକ୍ଷମ। ଏଥିରେ ଯୌଗିକ ସିଲୋସାଇବିନ୍ ମିଳିଥାଏ, ଯାହା ମନୋବଳ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।  ଏହା ମଶରୁମ୍ ବା ଛତୁରେ ରେ ପ୍ରାକୃତିକ ଭାବେ ଥାଏ। ସିଲୋସାଇବିନ୍ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶକୁ ସକ୍ରିୟ କରିଥାଏ, ଯାହାର ମାନସିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପଡିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଛତୁ ମୁଖ୍ୟତଃ ମସ୍ତିଷ୍କର ସର୍କିଟ୍‌କୁ ପୁନଃ ନିର୍ମାଣ କରେ ଯାହା ପ୍ରଭାବିତ ଢ଼ଙ୍ଗରେ ଅବସାଦରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡିପ୍ରେସନ ଯୋଗୁଁ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶରେ ରକ୍ତର ପ୍ରଭାବ କମିଯାଏ, ଯେଉଁଥିପାଇଁ ଏହି ସମସ୍ୟା ଉପୁଜେ।

Advertisment

ନିକଟରେ ମ୍ୟାଜିକ ଛତୁକୁ ନେଇ ଏକ କ୍ଲିନିକାଲ ଟ୍ରାଏଲ ହୋଇଥିଲା, ଯେଉଁଥିରେ କୁହାଯାଇଛି ଯେ ଏହି ଛତୁରୁ ବାହାରୁଥିବା ହାଲୁସିନୋଜେନିକ୍ ପଦାର୍ଥ ମସ୍ତିଷ୍କକୁ ସକ୍ରିୟ କରିଥାଏ। ନକାରାତ୍ମକ ଚିନ୍ତାଧାରା ଆସିବା ମାତ୍ରେ, ଏହି ସ୍ୱୟଂଚାଳିତ ଭାବେ ସକ୍ରିୟ ହୁଏ। ଏହା ମଣିଷର ମନକୁ ନକାରାତ୍ମକ ଚିନ୍ତାଧାରାରୁ ରକ୍ଷା କରିଥାଏ ଏବଂ ମନକୁ ଶାନ୍ତ ରଖେ।  ସିଲୋସାଇବିନର ପ୍ରଭାବ ବୁଝିବା ପାଇଁ ବୈଜ୍ଞାନିକମାନେ ୬୦ ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରିଥିଲେ ଏବଂ ପ୍ରତ୍ୟେକ ରୋଗୀର ମସ୍ତିଷ୍କ ଉପରେ ଭିନ୍ନ ପ୍ରଭାବ ପଡିଥିଲା। ସିଲୋସାଇବିନ ନେବା ପରେ, ଏହି ସମସ୍ତ ରୋଗୀଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ଏକ ଛୋଟ ଅଧ୍ୟୟନ କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ମ୍ୟାଜିକ୍ ଛତୁରେ ମିଳୁଥିବା ରାସାୟନିକ ସିଲୋସାଇବିନ ଯେକୌଣସି ସାଧାରଣ ଆଣ୍ଟିଡିପ୍ରେସଣ୍ଟ ଏସସିଟେଲୋପ୍ରାମ (ଲେକ୍ସାପ୍ରୋ) ଭଳି କାମ କରେ।  କିନ୍ତୁ ଏହାର ଅଧିକ ତୀବ୍ରତା ଏବଂ କ୍ଷମତା ଅଛି। ଏହା ସେହି ଲୋକଙ୍କୁ ଆରାମ ପ୍ରଦାନ କରିବ ଯେଉଁମାନେ ମଧ୍ୟମରୁ ଘୋର ଅବସାଦର ଶିକାର ହୋଇଥାନ୍ତି। ମ୍ୟାଜିକ୍ ଛତୁରେ ଏପରି ହାଲୁସିନୋଜେନିକ୍ ପଦାର୍ଥ ଥାଏ, ଯାହା ମସ୍ତିଷ୍କକୁ ଏକ ହାଇପର୍‌ କେନକ୍ଟେଡ୍‌ ବ୍ରନ୍‌ କରିବାରେ କରିବାରେ ସାହାଯ୍ୟ କରିଥାଏ। ଏହା ଜରିଆରେ ଡିପ୍ରେସନର ଚିକିତ୍ସା ମଧ୍ୟ କରାଯାଇପାରେ। ଏକ ନୂତନ ଅଧ୍ୟୟନରେ, ଦାବି କରାଯାଇଛି ଯେ ଏହି ଛତୁ ମସ୍ତିଷ୍କର ବିଭିନ୍ନ ଅଂଶକୁ ସଂଯୋଗ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାର ସାଇକେଡେଲିକ୍ ପଦାର୍ଥ ଅବସାଦକୁ ରୋକିଥାଏ ଏବଂ ନକାରାତ୍ମକ ଚିନ୍ତାଧାରାରୁ ମଣିଷକୁ ଦୂରେଇ ରଖିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe