Advertisment

ହାତରେ ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଅନେକ ରୋଗରୁ ମୁକ୍ତି ଦିଏ ମେହେନ୍ଦି

ଯେକୌଣସି ପର୍ବପର୍ବାଣୀ ହେଉ ଅବା ଉତ୍ସବରେ ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ପସନ୍ଦ କରନ୍ତି। ମେହେନ୍ଦି ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏହା ସହିତ ମେହେନ୍ଦି କଣ୍ଡିସନରର ବି କାମ କରେ। ତେବେ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ସ୍ୱାସ୍ଥ୍ୟ ପାଇଁ ବି ଲାଭକାରୀ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ମେହେନ୍ଦି କେମିତି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ମାଇଗ୍ରେନ୍‌ ପାଇଁ ଲାଭକାରୀ ମାଇଗ୍ରେନ୍ ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ମେହେନ୍ଦି ଆରାମ ଦିଏ। ଯଦି ଆପଣ ବି ଏହି […]

ଅଦ୍ୟତନ ହୋଇଛି
ହାତରେ ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଅନେକ ରୋଗରୁ ମୁକ୍ତି ଦିଏ ମେହେନ୍ଦି
Advertisment

ଯେକୌଣସି ପର୍ବପର୍ବାଣୀ ହେଉ ଅବା ଉତ୍ସବରେ ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ପସନ୍ଦ କରନ୍ତି। ମେହେନ୍ଦି ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏହା ସହିତ ମେହେନ୍ଦି କଣ୍ଡିସନରର ବି କାମ କରେ। ତେବେ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ସ୍ୱାସ୍ଥ୍ୟ ପାଇଁ ବି ଲାଭକାରୀ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ମେହେନ୍ଦି କେମିତି ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

Advertisment

publive-image

ମାଇଗ୍ରେନ୍‌ ପାଇଁ ଲାଭକାରୀ

ମାଇଗ୍ରେନ୍ ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ମେହେନ୍ଦି ଆରାମ ଦିଏ। ଯଦି ଆପଣ ବି ଏହି ଯନ୍ତ୍ରଣା ଭୋଗୁଛନ୍ତି, ୨୦୦ ଗ୍ରାମ ପାଣିରେ ୧୦୦ ଗ୍ରାମ ମେହେନ୍ଦି ପତ୍ରକୁ ଗୁଣ୍ଡ କରି ଭିଜାଇ ଦିଅନ୍ତୁ। ସକାଳେ ସେହି ପାଣିକୁ ଛାଣି ପିଅନ୍ତୁ। ଏଭଳି କଲେ ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ତ୍ୱଚା ସମ୍ୱଦ୍ଧୀୟ ରୋଗ ଭଲ କରେ

ଯଦି ଆପଣ ତ୍ୱଚା ସମ୍ୱନ୍ଧୀୟ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ମେହେନ୍ଦି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ମେହେନ୍ଦି ଗଛର ଛାଲିକୁ ବାଟି କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ାକୁ ମାସେ ପର୍ଯ୍ୟନ୍ତ ପ୍ରତିଦିନ ପିଅନ୍ତୁ। ତେବେ ଧ୍ୟାନ ରଖନ୍ତୁ ଯେ ଏହି କାଢ଼ାକୁ ଯେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରୁଥିବେ ସେତେ ଦିନ ପର୍ଯ୍ୟନ୍ତ ସାବୁନ ବ୍ୟବହାର କରନ୍ତୁ ନାହିଁ।

Advertisment

ବ୍ଲଡ ପ୍ରେସ କମ୍ କରାଏ

ମେହେନ୍ଦି ପତ୍ର ଉଚ୍ଚ ରକ୍ତଚାପ କମ୍ କରିବାରେ ସାହାଯ୍ୟ କରେ। ମେହେନ୍ଦି ପତ୍ରକୁ ବାଟି ହାତ ଓ ତଳିପାଦରେ ଲଗାନ୍ତୁ। ଏପରି କଲେ ଉଚ୍ଚ ରକ୍ତଚାପରୁ ଆରାମ ମିଳେ।

knee

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ଦେଇଥାଏ

ମେହେନ୍ଦି ଓ ଜଡ଼ାଗଛର ପତ୍ରକୁ ସମାନ ପରିମାଣରେ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ ଆଣ୍ଠୁଗଣ୍ଠିରେ ଲଗାନ୍ତୁ। ଆପଣ ଆରାମ ଅନୁଭବ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe