milk
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତିରେ ଶୋଇବା ପୂର୍ବରୁ ଅନେକ ହେଲଥ୍ ଡ୍ରିଙ୍କସ୍ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ହଳଦୀ କ୍ଷୀର ଓ ଡାଲଚିନି କ୍ଷୀର ଆଦି ସାମିଲ ରହିଛି। ହେଲେ କ’ଣ ଆପଣ ଜାଣିଛନ୍ତି କି କ୍ଷୀରରେ ଗୁଡ଼ ମିଶାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଗୁଡ଼ରେ କ୍ୟାଲସିୟମ, ଫସଫରସ୍, ଆଇରନ୍, ପୋଟାସିୟମ୍, ଜିଙ୍କ୍, ପ୍ରୋଟିନ୍, ଲ୍ୟାକ୍ଟିକ୍ ଏସିଡ୍ ଓ ଭିଟାମିନ୍ ବି ପରି ପୋଷକ ତତ୍ତ୍ୱ ରହିଛି। ତେଣୁ ଗୁଡ଼ ଶରୀରରେ ରକ୍ତ ସଞ୍ଚାଳନରୁ ଠିକ୍ ରଖିଥାଏ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଗୁଡ଼ ମିଶା କ୍ଷୀର ପିଇଲେ କ’ଣସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।
୧. ଶୋଇବା ପୂର୍ବରୁ ଉଷୁମ କ୍ଷୀର ସହ ଗୁଡ଼ ଖାଇଲେ ପେଟଜନିତ ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କର ପାଚନ ସମ୍ୱନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ଉଷୁମ କ୍ଷୀର ସହ ଗୁଡ଼ ମିଶାଇ ପିଇବା ଅଭ୍ୟାସ କରନ୍ତୁ।
୨. ସେହିପରି କ୍ଷୀରରେ ଗୁଡ଼ ମିଶାଇ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ଏହା ସହ ତ୍ୱଚା ସମସ୍ୟା ମଧ୍ୟ ଦୂର ହୋଇଥାଏ।
/odisha-reporter/media/post_attachments/wp-content/uploads/2020/08/guda.jpg)
୩. କ୍ଷୀରରେ ଚିନି ପରିବର୍ତ୍ତେ ଗୁଡ଼ର ବ୍ୟବହାର କରନ୍ତୁ। ଚିନି ଶରୀରରେ ଓଜନ ବୃଦ୍ଧି କରୁଥିବାରୁ ଗୁଡ଼ ଓଜନ ହ୍ରାସ କରିଥାଏ। ଗୁଡ଼ରେ ଏପରି ତତ୍ତ୍ୱ ରହିଛି, ଯାହା ଶରୀରର ଫ୍ୟାଟ୍କୁ ନଷ୍ଟ କରିଦିଏ। ତେଣୁ ଶରୀରରେ ମେଟାବୋଲିଜିମ୍ର ବୃଦ୍ଧି ଘଟିଥାଏ।
୪. ପ୍ରତିଦିନ ଉଷୁମ କ୍ଷୀର ସହ ଗୁଡ଼ ଖାଇଲେ ଶରୀରରୁ ସମସ୍ତ ବିଷାକ୍ତ ଜିନିଷ ବାହାରିଯାଏ।
୫. ଆହୁରି ମଧ୍ୟ ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ ଉଷୁମ କ୍ଷୀରରେ ଗୁଡ଼ ମିଶାଇ ପିଅନ୍ତୁ। ଦେଖିବେ ଯନ୍ତ୍ରଣା କମ୍ ହୋଇଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/milk.jpg)