କ୍ଷୀରରେ  ତୁଳସୀପତ୍ର ମିଶାଇ ପିଅନ୍ତୁ : ହେବ ନାହିଁ ଏହି ୫ଟି ରୋଗ

କ୍ଷୀର ଶରୀର ପାଇଁ ବହୁ ଲାଭଦାୟକ। କ୍ଷୀରରେ ଅନେକ ଭିଟାମିନ ଥାଏ। କ୍ଷୀର ସହ ଯଦି ଆଉ କୌଣସି ପୁଷ୍ଟିକର ଖାଦ୍ୟ ମିଶାଇ ପିଅନ୍ତି ତେବେ ଏହା ଶରୀର ପାଇଁ ଆହୁରି ଲାଭ ହୋଇଥାଏ। ଆମେ କହୁଛୁ ପ୍ରାକୃତିକ ଔଷଧିୟ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ର ବିଷୟରେ। ଆସନ୍ତୁ ଜାଣିବା କ୍ଷୀରରେ ମହୁ ମିଶାଇ ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ। ଭାଇରାଲ ଫ୍ଲୁ: ପାଣିପାଗ ବଦଳୁଥିବାରୁ ଅନେକ ଭାଇରାଲ ଫ୍ଲୁ  ଆକ୍ରାନ୍ତ କରିନ୍ତି। ତେଣୁ ଏହି […]

milk_tulsi

Rakesh Mallick
  • Published: Sunday, 05 November 2017
  • , Updated: 06 November 2017, 03:51 PM IST

କ୍ଷୀର ଶରୀର ପାଇଁ ବହୁ ଲାଭଦାୟକ। କ୍ଷୀରରେ ଅନେକ ଭିଟାମିନ ଥାଏ। କ୍ଷୀର ସହ ଯଦି ଆଉ କୌଣସି ପୁଷ୍ଟିକର ଖାଦ୍ୟ ମିଶାଇ ପିଅନ୍ତି ତେବେ ଏହା ଶରୀର ପାଇଁ ଆହୁରି ଲାଭ ହୋଇଥାଏ। ଆମେ କହୁଛୁ ପ୍ରାକୃତିକ ଔଷଧିୟ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ର ବିଷୟରେ। ଆସନ୍ତୁ ଜାଣିବା କ୍ଷୀରରେ ମହୁ ମିଶାଇ ପିଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ।

ଭାଇରାଲ ଫ୍ଲୁ: ପାଣିପାଗ ବଦଳୁଥିବାରୁ ଅନେକ ଭାଇରାଲ ଫ୍ଲୁ  ଆକ୍ରାନ୍ତ କରିନ୍ତି। ତେଣୁ ଏହି ସବୁ ରୋଗରୁ ମୁକ୍ତି ପାଇବାକୁ ହେଲେ କ୍ଷୀରରେ ତୁଳସୀ ମିଶାନ୍ତୁ ଓ ସେଥିରେ ଲବଙ୍ଗ ଓ ଗୋଲ ମରିଚ ମିଶାଇ ଗରମ କରି ଦିଅନ୍ତୁ। ଥଣ୍ଡା ହେବା ପରେ ତାକୁ ପିଅନ୍ତୁ। ସକାଳେ ଖାଲି ପେଟରେ ଏହାକୁ ପିଇଲେ ଭାଇରାଲ ଫ୍ଲୁ ହୋଇ ନଥାଏ। ଏହା ରୋଗ ପ୍ରତିରୋଧର ଶକ୍ତିକୁ ବୃଦ୍ଧି କରିଥାଏ।

ମାଇଗ୍ରେନରୁ ମୁକ୍ତି: ମାଇଗ୍ରେନ ପରି ସମସ୍ୟା ଦେଖାଗଲେ ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସଖାଳେ ଓ ସନ୍ଧ୍ୟାରେ କ୍ଷୀରରେ  ତୁଳସୀ ପତ୍ର ମିଶାଇ ପିଅନ୍ତୁ ଏହି ସମସ୍ୟାରୁ ମୁକ୍ତି ମିଳିବ।

ହାର୍ଟକୁ ସୁସ୍ଥ ରଖିଥାଏ: ତୁଳସୀ ସହ କ୍ଷୀର ମିଶାଇ ପିଇବା ହୃଦ ରୋଗୀଙ୍କ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ।

ଷ୍ଟୋନ: ପେଟରେ ଷ୍ଟୋନ ହୋଇଥିଲେ, ସେଥିରୁ ମୁକ୍ତି ପାଇବା ପାଇଁ କିଛିଦିନ କ୍ଷୀର ସହ ତୁଳସୀ ପତ୍ର ମିଶାଇ ପିଅନ୍ତୁ। ଏମିତି କରିବା ଦ୍ଵାରା ଷ୍ଟୋନ ଖସିଯାଇଥାଏ। ବିନା ଅପରେସନରେ ମଧ୍ୟ ଉପଶମ ମିଳି ପାରିବ।

ଆହୁରି ମଧ୍ୟ ପଢନ୍ତୁ: ଠିଆହୋଇ ପାଣି ପିଉଛନ୍ତି କି? ସାବଧାନ ହୋଇଯାଆନ୍ତୁ

କ୍ୟାନସର ସହ ଲଢିବାରେ ସାହାଯ୍ୟ କରିଥାଏ: କ୍ଷୀରରେ ‘ଭିଟାମିନ ସି’ ଛଡ଼ା ଅନେକ ପୁଷ୍ଟିକର ଖଣିଜ ତତ୍ତ୍ୱ ମିଳିଥାଏ। ତୁଳସୀ ପତ୍ରରେ ଆଣ୍ଟି ବାୟଟିକ ଗୁଣଥାଏ। ଯାହାକି କ୍ୟାନସର ସହ ଲଢିବାର ସକ୍ଷମ ରଖିଥାଏ।  ପ୍ରିତିଦିନ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ କ୍ୟାନ୍‌ସର ଭଳି ରୋଗ ହେବାର ଆଶଙ୍କା କମିଯାଇଥାଏ।

Related story