'ଓମିକ୍ରନ୍‌'ରୁ ବର୍ତ୍ତିବା ପାଇଁ କ'ଣ ଖାଇବେ? WHO ଦେଲା ପରାମର୍ଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ପରିସ୍ଥିତି। ତାଣ୍ଡବ ରଚିଛି କରୋନା ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଗୁଳି ବେଗରେ ବଢ଼ି ଚାଲିଛି। ଲକ୍ଷ ଲକ୍ଷ ଲୋକେ ଓମିକ୍ରନ୍‌ ଭୂତାଣୁରେ ସଂକ୍ରମିତ ହେଲେଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ବ୍ୟକ୍ତିଙ୍କୁ ନିଜ ଇମ୍ୟୁନ୍‌ ସିଷ୍ଟମକୁ ଆହୁରି ମଜଭୁତ କରିବା ଆବଶ୍ୟକ। ଏହି ଭାଇରସ୍‌ରୁ ବଞ୍ଚିବା ପାଇଁ ଏକ ଉପଯୁକ୍ତ ଡାଏଟ୍ ପ୍ଲାନ୍‌ ଆପଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓମିକ୍ରନ୍ ଜୀବାଣୁକୁ ଏଡାଇବା […]

Omicron diet plan

Madhupriya Mistry
  • Published: Saturday, 15 January 2022
  • , Updated: 15 January 2022, 02:28 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ପରିସ୍ଥିତି। ତାଣ୍ଡବ ରଚିଛି କରୋନା ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଗୁଳି ବେଗରେ ବଢ଼ି ଚାଲିଛି। ଲକ୍ଷ ଲକ୍ଷ ଲୋକେ ଓମିକ୍ରନ୍‌ ଭୂତାଣୁରେ ସଂକ୍ରମିତ ହେଲେଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ବ୍ୟକ୍ତିଙ୍କୁ ନିଜ ଇମ୍ୟୁନ୍‌ ସିଷ୍ଟମକୁ ଆହୁରି ମଜଭୁତ କରିବା ଆବଶ୍ୟକ। ଏହି ଭାଇରସ୍‌ରୁ ବଞ୍ଚିବା ପାଇଁ ଏକ ଉପଯୁକ୍ତ ଡାଏଟ୍ ପ୍ଲାନ୍‌ ଆପଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓମିକ୍ରନ୍ ଜୀବାଣୁକୁ ଏଡାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପରାମର୍ଶ ଦେଇଛି। କେଉଁ ସବୁ ଖାଦ୍ୟକୁ ନିଜ ଡାଏଟ୍‌ ପ୍ଲାନ୍‌ରେ ସାମିଲ କରିବା ଉଚିତ ସେ ନେଇ ଏକ ତାଲିକା ମଧ୍ୟ ଜାରି କିରଛି WHO।

- ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ।  ଏହା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ରକ୍ତ ସହିତ ମିଶାଇଥାଏ ଏବଂ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏଥିସହ ଶରୀରର ଆବର୍ଜନାକୁ ବାହାର କରି ସୁସ୍ଥ ରଖିଥାଏ।

- ଦିନରେ ଅତି କମ୍‌ରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଇବା ଉଚିତ।

- ପାଣି ବ୍ୟତୀତ ହାଇଡ୍ରେସନ୍‌ ପାଇଁ ଫଳ ଏବଂ ସବୁଜ ପନିପରିବା ଖାଇପାରିବେ। ଫଳ, ପରିବା, ଡାଲି, ଛେନା ଏବଂ ଓଟସ୍‌, ଗହମ ଓ ବ୍ରାଉନ୍‌ ରାଇସ୍‌ ଖାଇବା ଉଚିତ।

- ମାଂସ, ଅଣ୍ଡା, କ୍ଷୀରକୁ ନିଜ ଖାଦ୍ୟପେୟରେ ନିଶ୍ଚିତ ରୂପେ ସାମିଲ କରନ୍ତୁ।

- ଜଳଖିଆରେ କଞ୍ଚା ପରିବାର ଏବଂ ଫଳ ଖାଆନ୍ତୁ। ଯେଉଁ ଖାଦ୍ୟରେ ଅଧିକ ମାତ୍ରାରେ ଚିନି, ଲୁଣ ଏବଂ ଫ୍ୟାଟ୍‌ ରହିଛି ସେଗୁଡିକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

- ପ୍ରତିଦିନ ଦୁଇ କପ୍‌ ଫଳ, ଅଢ଼େଇ କପ୍‌ ପରିବା, ୧୮୦ ଗ୍ରାମ ରୁଟି ବା ଭାତ, ୧୬୦ ଗ୍ରାମ ମାଂସ ଏବଂ ବିନ୍‌ସ ନିଶ୍ଚିତ ରୂପେ ଖାଆନ୍ତୁ।

- ପରିବାଗୁଡିକୁ ଅଧିକ ସିଝାଇ ଖାଆନ୍ତି ନାହିଁ। ଏଭଳି କରିବା ଦ୍ୱାରାରେ ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ।

-ଆଭୋକାଡୋ, ଖୁଆ, ଅଲିଭ ଅଏଲ୍‌ ଏବଂ ସୋଆବିନ୍‌ ଆଦି ଖାଆନ୍ତୁ। ଲୁଣ ଏବଂ ଚିନିକୁ ଅତ୍ୟନ୍ତ କମ୍‌ ମାତ୍ରାରେ ସେବନ କରନ୍ତୁ।

- ପ୍ରଚୁର ସସୋଡିଅମ୍‌ ଯୁକ୍ତ ଯେପରି ଫିସ୍‌ ସସ୍‌ ଏବଂ ସୋଆ ସସ୍‌ ଖାଇବା ଠାରୁ ଦୂରେଇ ରୁହନ୍ତୁ।  ପୂରା ଦିନକ ମଧ୍ୟରେ ୫ ଗ୍ରାମ ଠାରୁ ବି କମ୍‌ ଲୁଣ ଖାଆନ୍ତୁ।

- ବିସ୍କୁଟ ବା କୁକିଜ୍‌ ବଦଳରେ ତାଜା ଫଳ ଖାଆନ୍ତୁ। ବାହାର ଫାଷ୍ଟ ଫୁଡ୍‌ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

ଏଭଳି ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନ୍‌ ସିଷ୍ଟମ ମଜଭୁତ ହୋଇଥାଏ। ଏହା ଓମିକ୍ରନ୍‌ ଠାରୁ ଦୂରେଇ ରଖିବାରେ କିଛି ମାତ୍ରାରେ ସାହାୟତା କରେ।  ଯଦି କୌଣସି ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏ ସବୁ ଡାଏଟ୍‌ ପ୍ଲାନ୍‌ ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ମଧ୍ୟ ଖାଇବା ଉଚିତ ବୋଲି ହୁ' କହିଛି।

Related story