Advertisment

ଏମ୍ସର ଷ୍ଟଡି ରିପୋର୍ଟ: ଓଡ଼ିଶାରେ ପ୍ରତି ୩ ଜଣରୁ ଜଣେ କରୋନା ରୋଗୀ ‘ଲଙ୍ଗ୍ କୋଭିଡ୍‌’ର ଶିକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଷ୍ମୀଧର ବେହେରା। ପ୍ରଥମ ଲହରରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଲକ୍ଷ୍ମୀଧରଙ୍କୁ କରୋନା ପରେ ମାଡ଼ି ବସିଛି ପୁଳାଏ ରୋଗ। ଦୁର୍ବଳ ତ ହୋଇଛନ୍ତି,  ତା’ସହ ଆଖି ଖରାପ ହୋଇଛି। ସ୍ନାୟୁ ରୋଗ ବି ଦେଖାଦେଇଛି। ଯଦିଓ ଏବେ ଏସବୁ ରୋଗ ସାମାନ୍ୟ କମିଲାଣି, ତଥାପି ପ୍ରଭାବ ରହିଛି। କେବଳ ଲକ୍ଷ୍ମୀଧର ନୁହନ୍ତି, ଭୁବନେଶ୍ୱର ଏମ୍ସର ଷ୍ଟଡି କହୁଛି, ରାଜ୍ୟରେ ପ୍ରତି ତିନି ଜଣରୁ ଜଣେ କରୋନା ରୋଗୀ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୧୦,୪୮୯ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୨,୯୩୪

Corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଷ୍ମୀଧର ବେହେରା। ପ୍ରଥମ ଲହରରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଲକ୍ଷ୍ମୀଧରଙ୍କୁ କରୋନା ପରେ ମାଡ଼ି ବସିଛି ପୁଳାଏ ରୋଗ। ଦୁର୍ବଳ ତ ହୋଇଛନ୍ତି,  ତା’ସହ ଆଖି ଖରାପ ହୋଇଛି। ସ୍ନାୟୁ ରୋଗ ବି ଦେଖାଦେଇଛି। ଯଦିଓ ଏବେ ଏସବୁ ରୋଗ ସାମାନ୍ୟ କମିଲାଣି, ତଥାପି ପ୍ରଭାବ ରହିଛି। କେବଳ ଲକ୍ଷ୍ମୀଧର ନୁହନ୍ତି, ଭୁବନେଶ୍ୱର ଏମ୍ସର ଷ୍ଟଡି କହୁଛି, ରାଜ୍ୟରେ ପ୍ରତି ତିନି ଜଣରୁ ଜଣେ କରୋନା ରୋଗୀ ଲଙ୍ଗ୍ କୋଡିଭ୍ ବା କୋଭିଡ୍ ପରବର୍ତ୍ତୀ ଜଟିଳତା ଦେଇ ଗତି କରୁଛନ୍ତି।

Advertisment

୨୦୨୧ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କୋଭିଡ୍ ପଜିଟିଭ ହୋଇଥିବା ପ୍ରାୟ ୫୦୦ ରୋଗୀଙ୍କୁ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିଲା ଏହି ସର୍ଭେ। ଏହି ରିପୋର୍ଟ କହୁଛି, ୨୯.୨ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେବା ପରେ ଲଙ୍ଗ୍ କୋଭିଡ୍‌ର ଶିକାର ହେଉଛନ୍ତି। ଅର୍ଥାତ୍ ସେମାନଙ୍କୁ ହାଲିଆ ଲାଗିବା, କାଶ ହେବା, ଶ୍ୱାସ ସମସ୍ୟା, ଛାତି ଯନ୍ତ୍ରଣା, ସ୍ୱାଦ ବା ଗନ୍ଧ ବାରି ନ ପାରିବା, ଚିଡ଼ିଚିଡ଼ା ଲାଗିବା ଓ ବ୍ରେନ୍ ଫଗ୍ ଭଳି ରୋଗ ହେଉଛି। କିନ୍ତୁ କୋଭିଡ୍‌ରେ ଗୁରୁତର ହେଉଥିବା ୬୨.୫% ଲୋକ ସୁସ୍ଥ ହୋଇ ଫେରିବା ପରେ ଲଙ୍ଗ୍ କୋଭିଡ୍‌ର ସମ୍ମୁଖୀନ ହେଉଛନ୍ତି। ଲଙ୍ଗ୍ କୋଭିଡ୍‌ରେ ସର୍ବାଧିକ ୬୪.୮ % କ୍ଳାନ୍ତଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଥିବା ବେଳେ ୩୨.୪ ପ୍ରତିଶତଙ୍କୁ କାଶ ହେଉଛି। ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟ ବେଳେ ଅନେକଙ୍କଠାରେ ଲଙ୍ଗ୍ କୋଭିଡ୍ ଲକ୍ଷଣ ଦେଖିବାକୁ ମିଳୁଥିଲା। କୋଭିଡ୍‌ରୁ ଆରୋଗ୍ୟ ପରେ ଅନେକଙ୍କୁ ମୁଖ୍ୟତଃ ହାଲିଆ ଲାଗିବା ସହ କାଶ ଲାଗି ରହୁଥିଲା। ତେବେ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କଠାରେ ଏଯାଏଁ ଲଙ୍ଗ୍ କୋଭିଡ୍ ଲକ୍ଷଣ ଦେଖାଦେଇନି। ତେଣୁ ବର୍ତ୍ତମାନ ସ୍ଥିତିରେ ଲଙ୍ଗ୍ କୋଭିଡ୍‌ ନେଇ ଆତଙ୍କିତ ହେବାର କାରଣ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe