Advertisment

'ଡେଙ୍ଗୁ' ପାଇଁ ଅବ୍ୟର୍ଥ ଉପଚାର ଅମୃତଭଣ୍ଡା ପତ୍ରର ରସ

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡା ଶରୀର ପାଇଁ ଯେମିତି ଉପକାରୀ, ସେହିପରି ଏହାର ପତ୍ର ମଧ୍ୟ ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଅମୃତଭଣ୍ଡା ପତ୍ରର ରସ ଶରୀରର ପ୍ଲେଟ୍‌ଲେଟ୍‌ କାଉଣ୍ଟ୍‌କୁ ବୃଦ୍ଧି କରିଥାଏ। ଏହି କାରଣରୁ ରକ୍ତ ଜମାଟ ବାନ୍ଧି ‘ଡେଙ୍ଗୁ’ ଭଳି ରୋଗ ଦ୍ୱାରା ହେଉଥିବା ଶରୀର ଭିତରର ରକ୍ତ କ୍ଷୟକୁ ରୋକିବାରେ ସକ୍ଷମ ହୋଇଥାଏ। ଅମୃତଭଣ୍ଡା ପତ୍ର ରସରେ ପ୍ରଚୁର ପରିମାଣର ମ୍ୟାଲେରିଆ ପ୍ରତିରୋଧକ ଶକ୍ତି ଥିବାରୁ ଏହା ‘ଡେଙ୍ଗୁ’ ଜ୍ୱର ଏବଂ […]

'ଡେଙ୍ଗୁ' ପାଇଁ ଅବ୍ୟର୍ଥ ଉପଚାର ଅମୃତଭଣ୍ଡା ପତ୍ରର ରସ

leaf

Advertisment

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡା ଶରୀର ପାଇଁ ଯେମିତି ଉପକାରୀ, ସେହିପରି ଏହାର ପତ୍ର ମଧ୍ୟ ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଅମୃତଭଣ୍ଡା ପତ୍ରର ରସ ଶରୀରର ପ୍ଲେଟ୍‌ଲେଟ୍‌ କାଉଣ୍ଟ୍‌କୁ ବୃଦ୍ଧି କରିଥାଏ। ଏହି କାରଣରୁ ରକ୍ତ ଜମାଟ ବାନ୍ଧି 'ଡେଙ୍ଗୁ' ଭଳି ରୋଗ ଦ୍ୱାରା ହେଉଥିବା ଶରୀର ଭିତରର ରକ୍ତ କ୍ଷୟକୁ ରୋକିବାରେ ସକ୍ଷମ ହୋଇଥାଏ।

Advertisment

ଅମୃତଭଣ୍ଡା ପତ୍ର ରସରେ ପ୍ରଚୁର ପରିମାଣର ମ୍ୟାଲେରିଆ ପ୍ରତିରୋଧକ ଶକ୍ତି ଥିବାରୁ ଏହା 'ଡେଙ୍ଗୁ' ଜ୍ୱର ଏବଂ ଅନ୍ୟ ରୋଗର ଦାଉରୁ ଶରୀରକୁ ରକ୍ଷା କରେ।

ଅମୃତଭଣ୍ଡା ପତ୍ରରେ ଥିବା ପାପେନ୍‌ ଓ ଆଲ୍‌କାଲଏଡ୍‌ସ ଭଳି ଫିନୋଲିକ୍ କମ୍ପାଉଣ୍ଡ୍‌ସ ଆଣ୍ଟିଅକ୍ସିଡାଣ୍ଟ୍‌ସରୁ ଅଧିକ ଶକ୍ତିସମ୍ପନ୍ନ ହୋଇଥିବାରୁ, ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ଏହି କାରଣରୁ ଶରୀରକୁ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ମିଳିଥାଏ। ଏପରିକି, ଅମୃତଭଣ୍ଡା ରସ ଯୋଗୁ ଶରୀରର ହଜମଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Advertisment

Aedes(ଏଡିସ୍‌) ମଶା କାମୁଡିବା ଦ୍ୱାରା 'ଡେଙ୍ଗୁ' ଭଳି ମାରାତ୍ମକ ଜ୍ୱର ଶରୀରକୁ ସଂକ୍ରମିତ ହୋଇଥାଏ ଏବଂ ଶରୀରରେ ଉଚ୍ଚ ତାପମାତ୍ରା ଓ ଚର୍ମ ରୋଗ ସହ ରକ୍ତର ପ୍ଲେଟ୍‌ଲେଟ୍‌ କାଉଣ୍ଟ୍‌ ହ୍ରାସ ପାଇଥାଏ।  ଅମୃତଭଣ୍ଡା ପତ୍ରର ରସ ଏହିସବୁ ଲକ୍ଷଣକୁ ଦୂର କରିବା ସହ 'ଡେଙ୍ଗୁ'ରୁ ଶରୀରକୁ ସମ୍ପୂର୍ଣ୍ଣ ଆରୋଗ୍ୟ ଦିଏ।

ନଟ୍ଟିଂହାମ୍‌ ୟୁନଭର୍ସିଟିର ମ୍ୟାଲେସିଆ କ୍ୟାମ୍ପସ୍‌ ପକ୍ଷରୁ ହୋଇଥିବା ଗବେଷଣା ପରେ ଅମୃତଭଣ୍ଡା ପତ୍ରର ରସରୁ ମାରାତ୍ମକ 'ଡେଙ୍ଗୁ' ଜ୍ୱରର ଘରୋଇ ଉପଚାର ସ୍ପଷ୍ଟ ପ୍ରମାଣିତ ହୋଇଛି।

[caption id="attachment_271897" align="aligncenter" width="1276"]2w photo-thehansindia.com[/caption]

ଏମିତି ପ୍ରସ୍ତୁତ କରିବେ ଅମୃତଭଣ୍ଡା ପତ୍ରର ରସ:

୧.ମଧ୍ୟମଧରଣର କିଛି ଅମୃତଭଣ୍ଡା ପତ୍ର ପ୍ରଥମେ ଭଲ ଭାବେ ଧୋଇ ଏହାକୁ ଶୁଖାଇ ଦିଅନ୍ତୁ। ପରେ ଏହାକୁ ଛୋଟ ଛୋଟ କରି କାଟି ଏକ ସସ୍‌ପ୍ୟାନ୍‌ରେ ରଖିବା ପରେ ସେଥିରେ ୨ ଲିଟର୍‌ ଯାଏ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ଗରମ କରନ୍ତୁ। ଗ୍ୟାସ୍‌କୁ ସିମ୍‌ କରି( ଅଳ୍ପ ଜାଳରେ) ମିଶ୍ରଣର ପରିମାଣ ଅଧା ହେବା ଯାଏ ଏହାକୁ ଫୁଟାନ୍ତୁ। ପରେ ଏହାକୁ କାଢ଼ି  ଗ୍ଲାସ୍‌ରେ ରଖନ୍ତୁ ଏବଂ ରୋଗୀଙ୍କୁ ପିଇବାକୁ ଦିଅନ୍ତୁ।

୨.ଅମୃତଭଣ୍ଡା ଗଛର କିଛି ପତ୍ର ଆଣି ଏହାକୁ ବାଟି ଦିଅନ୍ତୁ ବା ଏହାକୁ ଶକ୍ତଭାବେ ଚିପୁଡ଼ି ଦିଅନ୍ତୁ। ଏଥିରୁ ବାହାରିଥିବା ରସ(ପାଟିକୁ ପିତା ଲାଗିପାରେ)କୁ ଏକ ଛୋଟ ଚାମଚରେ ଦିନକୁ ଦୁଇ ଥର ଲେଖାଏ ରୋଗୀଙ୍କୁ ଖାଇବାକୁ ଦି‌ଅନ୍ତୁ। ଦେଖିବେ, ଖୁବ୍‌ଶୀଘ୍ର ଆକ୍ରାନ୍ତଙ୍କୁ 'ଡେଙ୍ଗୁ' ଜ୍ୱରରୁ ଆରୋଗ୍ୟ ମିଳିବ।

[caption id="attachment_271898" align="aligncenter" width="1070"]publive-image photo-toi[/caption]

'ଡେଙ୍ଗୁ'ରୁ ଆରୋଗ୍ୟଲାଭ ପାଇଁ ପାଚିଲା ଅମୃତଭଣ୍ଡା ମଧ୍ୟ ପ୍ରତିଦିନ ଖା'ନ୍ତୁ। ଏପରିକି ପାଚିଲା ଅମୃତ ଭଣ୍ଡାର ରସରେ କିଛି ଲେମ୍ବୁ ରସ ମିଶାଇ ଦିନକୁ ଅନ୍ତତଃପକ୍ଷେ ଦୁଇରୁ ତିନି ଥର ପିଇଲେ, ରୋଗୀଙ୍କୁ ଖୁବ୍‌ଶୀଘ୍ର ଡେଙ୍ଗୁ ଜ୍ୱରରୁ ଆରୋଗ୍ୟ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe