Advertisment

ଅଧିକ ଆଚାର ଖାଉଥିବା ଲୋକେ ସାବଧାନ!

ଖରା ଦିନ ଆସିବା ମାତ୍ରେ ଘରେ ମହିଳା ମାନେ ଆଚାର ତିଆରି ଆରମ୍ଭ କରି ଦିଅନ୍ତି। ପୁଅ ହୁଅନ୍ତୁ କି ଝିଅ, ସମସ୍ତେ ଆଚାର ଟାକରା ଫୁଟାଇ ଖାଆନ୍ତି। ଆପଣ ବି ଖାଇଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ଆଚାର ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ? ଅଧିକ ପରିମାଣର ଆଚାର ଖାଇଲେ ଶରୀର ଉପରେ ତା’ର ଅନେକ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ଆଚାର ଖାଇଲେ ଶରୀର କେମିତି କ୍ଷତିଗ୍ରସ୍ତ ହେବାର ଆଶଙ୍କା […]

ଅଧିକ ଆଚାର ଖାଉଥିବା ଲୋକେ ସାବଧାନ!
Advertisment

ଖରା ଦିନ ଆସିବା ମାତ୍ରେ ଘରେ ମହିଳା ମାନେ ଆଚାର ତିଆରି ଆରମ୍ଭ କରି ଦିଅନ୍ତି। ପୁଅ ହୁଅନ୍ତୁ କି ଝିଅ, ସମସ୍ତେ ଆଚାର ଟାକରା ଫୁଟାଇ ଖାଆନ୍ତି। ଆପଣ ବି ଖାଇଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ଆଚାର ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ? ଅଧିକ ପରିମାଣର ଆଚାର ଖାଇଲେ ଶରୀର ଉପରେ ତା’ର ଅନେକ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ଆଚାର ଖାଇଲେ ଶରୀର କେମିତି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ।

Advertisment

mangoes

  • ଆଚାରରେ ଅଧିକ ମାତ୍ରାରେ ଲୁଣ ପଡ଼େ। ଏହାକୁ ଅଧିକ ଦିନ ଧରି ସଂରକ୍ଷିତ କରି ରଖିବା ପାଇଁ ଏଥିରେ ଟିକେ ଅଧିକ ଲୁଣ ପକାଯାଏ। ଆମେ ସମସ୍ତେ ଜାଣନ୍ତି ଲୁଣ ଶରୀରକୁ କ୍ଷତି ପହଞ୍ଚାଏ। ଏହା ହାଇପରଟେନସନ୍‌ ଓ ହୃଦ୍‌ରୋଗ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ।
  • ଗବେଷଣାରୁ ଜଣାପଡିଛି ଅଧିକ ଆଚାର ଖାଇବା ଯୋଗୁ ଗ୍ୟାଷ୍ଟ୍ରିକ ଓ କ୍ୟାନସର ପରି ବିପଦ ରହିଥାଏ। ଅବଶ୍ୟ ଏହି କଥାର କୌଣସି ଯଥାର୍ଥ ପ୍ରମାଣ ମିଳିନି।
  • ଆଚାରରେ ତେଲର ବ୍ୟବହାର ଅଧିକ ହୋଇଥାଏ। ତେଲ ହିଁ ଆଚାରକୁ ଆର୍ଦ୍ରତାରୁ ରକ୍ଷା କରେ। କିନ୍ତୁ ଆଚାରରେ ତେଲ ଅଧିକ ପରିମାଣରେ ଥିବାରୁ ଏହାକୁ ଖାଇଲେ ଶରୀରରେ କୋଲେଷ୍ଟ୍ରଲ ବଢିବାର ଆଶଙ୍କା ରହିଥାଏ। ଏହା ହୃଦ ସମସ୍ୟା ବଢାଇବା ସହ ଲିଭର ପ୍ରତି ବିପଦ ସୃଷ୍ଟି କରେ।

ଆଚାର ଖାଇବା ସମୟରେ ଧ୍ୟାନ ରଖନ୍ତୁ

ସନ୍ତୁଳିତ ମାତ୍ରାରେ ଆଚାର ଖାଇବା ଦ୍ୱାରା ଉପରଲିଖିତ ସମସ୍ୟାଗୁଡ଼ିକୁ ଏଡ଼ାଇ ଦିଆଯାଇପାରେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe