ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳେ ଏଇ ସବୁ ଲାଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଏ। ଅନେକ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। କୁହାଯାଏ, ଗର୍ଭବତୀଙ୍କ ପାଇଁ ତୁଳସୀ ବରଦାନ ସଦୃଶ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି, ତୁଳସୀ ପତ୍ର ଖାଇବା ସମୂର୍ଣ୍ଣ ସୁରକ୍ଷିତ ହୋଇଥାଏ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇଲେ ସଂକ୍ରମଣର ଭୟ ନଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ କେଉଁ ସବୁ ଲାଭ […]

tulasi

Ordigital Desk
  • Published: Friday, 10 August 2018
  • , Updated: 10 August 2018, 01:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଏ। ଅନେକ ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। କୁହାଯାଏ, ଗର୍ଭବତୀଙ୍କ ପାଇଁ ତୁଳସୀ ବରଦାନ ସଦୃଶ ହୋଇଥାଏ।

ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି, ତୁଳସୀ ପତ୍ର ଖାଇବା ସମୂର୍ଣ୍ଣ ସୁରକ୍ଷିତ ହୋଇଥାଏ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇଲେ ସଂକ୍ରମଣର ଭୟ ନଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ କେଉଁ ସବୁ ଲାଭ ମିଳିଥାଏ।

୧. ଅନେକ ରିପୋର୍ଟ ଅନୁସାରେ, ତୁଳସୀରେ ହିଲିଙ୍ଗ୍‌ କ୍ୱାଲିଟି ରହିଛି। ଏହାର ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଭାଇରାଲ୍‌ ଏବଂ ଆଣ୍ଟି-ଫଙ୍ଗଲ୍‌ ଗୁଣ ରହିଛି। ଫଳରେ ଗର୍ଭାବସ୍ଥାରେ ସଂକ୍ରମଣ ଜନିତ ଡର ରହେ ନାହିଁ।

୨. ତୁଳସୀ ପତ୍ରରେ ମ୍ୟାଗ୍ନେସିୟମ୍‌ ରହିଛି। ଏହା ଗର୍ଭରେ ଥିବା ଶିଶୁର ହାଡ଼ର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ସହିତ ମ୍ୟାଗ୍ନେସିୟମ୍‌ ଟେନ୍‌ସନ୍‌ ମଧ୍ୟ କମ୍‌ କରିଥାଏ।
୩. ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଶିଶୁକୁ ସଂକ୍ରମଣ ବିପଦରୁ ରକ୍ଷା କରିଥାଏ।

୪.ତୁଳସୀ ପତ୍ରରେ ଭିଟାମିନ୍‌ ‘ଏ’ ରହିଛି। ଏହା ଗର୍ଭରେ ଥିବା ଶିଶୁର ବିକାଶରେ ସହାୟକ ହୋଇଥାଏ।
୫. ପ୍ରତିଦିନ ତୁଳସୀ ପତ୍ର ଖାଇଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ୬. ଗର୍ଭାବସ୍ଥାରେ ଅଧିକାଂଶ ମହିଳା ଏନିମିଆ ରୋଗର ଶିକାର ହୋଇଥାଆନ୍ତି। ଏହି ସମୟରେ ସେମାନେ ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଉଚିତ୍‌।

 

 

Related story