Advertisment

ସ୍ମୃତିଶକ୍ତି ବୃଦ୍ଧି କରେ ଅଖରୋଟ

ଭୁବନେଶ୍ୱର : ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ସେହିପରି ଏକ ଡ୍ରାଏ ଫ୍ରୁଟସ୍‌ ହେଉଛି ଅଖରୋଟ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଦୈନନ୍ଦିନ ଡାଏଟ୍‌ରେ ଅଖରୋଟକୁ ସାମିଲ କଲେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଖରୋଟ […]

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ମୃତିଶକ୍ତି ବୃଦ୍ଧି କରେ ଅଖରୋଟ

akkk

ଭୁବନେଶ୍ୱର : ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି।

Advertisment

ସେହିପରି ଏକ ଡ୍ରାଏ ଫ୍ରୁଟସ୍‌ ହେଉଛି ଅଖରୋଟ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଦୈନନ୍ଦିନ ଡାଏଟ୍‌ରେ ଅଖରୋଟକୁ ସାମିଲ କଲେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଅଖରୋଟ ଖାଇଲେ, ଶରୀରକୁ ଅନ୍ୟ କେଉଁସବୁ ଫାଇଦା ମିଳିଥାଏ।

୧. ଅଖରୋଟ ଶରୀରରେ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଏହା ସହ ପ୍ରତିଦିନ ଅଖରୋଟ ଖାଇଲେ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇଥାଏ।

Advertisment

publive-image

୨. ଏଥିରେ ଅଲ୍‌ଫା ଲିନୋଲେନିକ ନାମରେ ଏସିଡ୍‌ ରହିଛି, ଯାହା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ତେଣୁ ହାର୍ଟ ରୋଗର ଆଶଙ୍କା କମ୍‌ ରହିଥାଏ।

୩. କ୍ୟାନସର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଅଖରୋଟ ଏକ ବରଦାନ ସଦୃଶ।

୪. ଅଖରୋଟରେ ଭିଟାମିନ୍‌ ଓ ପ୍ରୋଟିନ୍ ସହିତ ଫ୍ୟାଟ୍‌ ମଧ୍ୟ ରହିଛି। ତେଣୁ ମୋଟା ହେବାକୁ ଚାହୁଁଥିଲେ ନିୟମିତ ଅଖରୋଟ ଖାଆନ୍ତୁ।

୫. ଅଖରୋଟରେ ଓମେଗା ୩ ଫ୍ୟାଟି ଏସିଡ୍‌, ଜିଙ୍କ୍‌ ଓ ମ୍ୟାଗ୍ନେସିୟମ୍‌ ରହିଛି। ଯାହା ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ।

publive-image

୬. ଯେଉଁ ବ୍ୟକ୍ତିଙ୍କର ସ୍ମୃତିଶକ୍ତି ଦୁର୍ବଳ, ସେମାନେ ନିୟମିତ ଭାବରେ ଅଖରୋଟ ଖାଆନ୍ତୁ। କାରଣ ଏଥିରେ ଥିବା ଭିଟାମିନ୍‌ ବି ଓ ଫୋଲେଟସ୍‌ ସ୍ମୃତିଶକ୍ତିକୁ ବୃଦ୍ଧି କରିଥାଏ।

୭. ସେହିପରି ଅଖରୋଟର ତେଲ କେଶ ପାଇଁ ମଧ୍ୟ ବହୁତ ଭଲ। ଯଦି ଆପଣଙ୍କର କେଶ ଝଡ଼ିବା ଓ ଦୁର୍ବଳ ହେବା ପରି ସମସ୍ୟା ରହିଛି, ତେବେ ଏହାକୁ ବ୍ୟବହାର କରନ୍ତୁ।

ମନେରଖନ୍ତୁ ବଜାରରେ ମିଳୁଥିବା ଚୋପା ଛଡ଼ା ଅଖରୋଟ କିଣନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଭଲ ଭାବରେ ପ୍ୟାକ୍‌ ହୋଇଥିବା ଅଖରୋଟ କିଣନ୍ତୁ।