Advertisment

ଛଣା ତେଲକୁ ପୁଣି ବ୍ୟବହାର କରୁଛନ୍ତି କି? ହୋଇପାରେ ଭୟଙ୍କର

ଘରେ ଅଧିକାଂଶ ସମୟରେ ପକୁଡି, ପୁରୀ ହେଉ ଅବା କୌଣସି ଛଣାଛଣି ଜିନିଷ, ଏସବୁ ତିଆରି କଲା ବେଳେ ସେଥିରୁ ବଳିଯାଉଥିବା ତେଲକୁ ସାଇତି କରି ରଖାଯାଏ। ତେଲ ନଷ୍ଟ ନକରିବାକୁ ଯାଇ ଏହି ତେଲକୁ ପୁଣି ଥରେ ଅନ୍ୟ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। ତେବେ ଛଣା ତେଲକୁ ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଘୋର ଭୟଙ୍କର। ରିୟୁଜ୍ ତେଲକୁ ପୁଣି ଥରେ ବ୍ୟବହାର କରିବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଛଣା ତେଲକୁ ପୁଣି ବ୍ୟବହାର କରୁଛନ୍ତି କି? ହୋଇପାରେ ଭୟଙ୍କର

Reuse Oil

ଘରେ ଅଧିକାଂଶ ସମୟରେ ପକୁଡି, ପୁରୀ ହେଉ ଅବା କୌଣସି ଛଣାଛଣି ଜିନିଷ, ଏସବୁ ତିଆରି କଲା ବେଳେ ସେଥିରୁ ବଳିଯାଉଥିବା ତେଲକୁ ସାଇତି କରି ରଖାଯାଏ। ତେଲ ନଷ୍ଟ ନକରିବାକୁ ଯାଇ ଏହି ତେଲକୁ ପୁଣି ଥରେ ଅନ୍ୟ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। ତେବେ ଛଣା ତେଲକୁ ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଘୋର ଭୟଙ୍କର। ରିୟୁଜ୍ ତେଲକୁ ପୁଣି ଥରେ ବ୍ୟବହାର କରିବା ଗୁରୁତର ରୋଗକୁ ଡାକି ଆଣିପାରେ।

Advertisment

ଏକ ଅଧ୍ୟୟନ ଅନୁଯାୟୀ, ରନ୍ଧନ ତେଲକୁ ପୁଣି ଥରେ ଗରମ କରିବା ଦ୍ୱାରା ସେଥିରୁ ବିଷାକ୍ତ ପଦାର୍ଥ ବାହାରିଥାଏ। ଏହି ରିୟୁଜ୍‌ ତେଲକୁ ଖାଇବା ଫଳରେ ଶରୀରରେ ଫ୍ରିରେଡିକାଲ ବଢ଼ିଥାଏ। ରୋଗ ଆଶଙ୍କା ବଢ଼ିବା ସହ ଶରୀରର ଅନକ ଅଂଶରେ ଯନ୍ତ୍ରଣା ତଥା ହାତଗୋଡ ଫୁଲିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(FSSAI)ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଛଣା ତେଲକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ। ଟ୍ରାନ୍ସ ଫ୍ୟାଟ ଏଡାଇବା ପାଇଁ ଆପଣ ଚାହିଁଲେ ଏହାକୁ ମାତ୍ର ତିନିଥର ବ୍ୟବହାର କରିପାରିବେ। ଯଥାସମ୍ଭବ ତେଲକୁ ବାରମ୍ବାର ଗରମ କରିବା ଏବଂ ପୁନଃ ବ୍ୟବହାର କରିବା ଠାରୁ ବଞ୍ଚିବା ଉଚିତ।

[caption id="attachment_667919" align="aligncenter" width="650"]Reuse Oil- ଛଣା ତେଲକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ[/caption]

Advertisment

ବିଶେଷଜ୍ଞଙ୍କ ଅନୁସାରେ ଉଚ୍ଚ ତାପମାତ୍ରାରେ ଗରମ କରାଯାଇଥିବା ତେଲରୁ ବିଷାକ୍ତ ଧୂଆଁ ନିର୍ଗତ ହୁଏ। ତେଣୁ ଏହାକୁ ସ୍ମୋକ ପଏଣ୍ଟ ଯାଏଁ ହିଁ ଗରମ କରିବା ଉଚିତ। ବାରମ୍ବାର ତେଲକୁ ଗରମ କରିବା ଦ୍ୱାରା ଏଥିରେ ଥିବା ଫ୍ୟାଟ୍‌ ପାର୍ଟିକ୍ଲସ ନଷ୍ଟ ହୋଇଯାଇଥାଏ। ଫଳରେ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏହା ଦ୍ୱାରା ତେଲରୁ ରୋଗ ସୃଷ୍ଟି କରୁଥିବା ପଦାର୍ଥ ସବୁ ବାହାରି ଖାଦ୍ୟ ଭିତରକୁ ପ୍ରବେଶ କରିଥାଏ।

ଉଚ୍ଚ ତାପମାତ୍ରାରେ ତେଲକୁ ଗରମ କରିବା ଦ୍ୱାରା ସେଥିରେ ଥିବା କିଛି ଫ୍ୟାଟ୍‌ ଟ୍ରନ୍ସ ଫ୍ୟାଟ୍‌ରେ ପରିଣତ ହୋଇଯାଏ। ଏହି ଟ୍ରାନ୍ସ ଫ୍ୟାଟ୍‌ ଶରୀର ପାଇଁ ବିପଦ ସୃଷ୍ଟି କରେ। ଏହା ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ବଢ଼ାଇଥାଏ। ଏଥିସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବଢ଼ାଇବାରେ ଏହା ଦାୟୀ ହୋଇଥାଏ।

ବାରମ୍ବାର ଛଣା ହୋଇଥିବା ଗୋଟିଏ ତେଲରୁ ତିଆରି ଖାଦ୍ୟରୁ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ। ଏହା ଡିପ୍ରେସନ, ଉଚ୍ଚ ରକ୍ତଚାପ, ଅକ୍ସିଡେଟିଭ୍ ଏବଂ ଆଥେରୋସ୍କ୍ଲେରୋସିସ୍ ଇତ୍ୟାଦି ସୃଷ୍ଟି କରିଥାଏ। ତେଣୁ ବାରମ୍ବାର ତେଲକୁ ଗରମ କରିବା ଏବଂ ତେଲକୁ ରିୟୁଜ କରିବା ଠାରୁ ଦୂରେଇ ରହିବା ଉଚିତ। ଅଧିକାଂଶ ଫାଷ୍ଟଫୁଡ ଦୋକାନ ଗୁଡିକରେ ବ୍ୟବହାର ହୋଇଥିବା ତେଲକୁ ବାରମ୍ବାର ବ୍ୟବହାର କରାଯାଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାର।

Odia Health Tips