Advertisment

ମହିଳାଙ୍କ ୫ଟି ସମସ୍ୟା ଦୂର କରେ କେଶର ପାଣି

ଭୁବନେଶ୍ୱର: ମହିଳାଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ କେଶର ଔଷଧ ଭାବରେ କାର୍ଯ୍ୟ କରିଥାଏ। କେଶର ଖାଇଲେ ମହିଳାଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କେଶରକୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇ ନ ଥାଏ, ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଶର ମହିଳାଙ୍କ ଶରୀରରେ କେଉଁସବୁ ସମସ୍ୟା ଦୂର କରିଥାଏ। ୧. ଋତୁସ୍ରାବ ସମୟରେ ହେଉଥିବା […]

ଅଦ୍ୟତନ ହୋଇଛି
ମହିଳାଙ୍କ ୫ଟି ସମସ୍ୟା ଦୂର କରେ କେଶର ପାଣି

k111

Advertisment

ଭୁବନେଶ୍ୱର: ମହିଳାଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ କେଶର ଔଷଧ ଭାବରେ କାର୍ଯ୍ୟ କରିଥାଏ। କେଶର ଖାଇଲେ ମହିଳାଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କେଶରକୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇ ନ ଥାଏ, ଏଥିରେ ଥିବା ପୋଷକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଶର ମହିଳାଙ୍କ ଶରୀରରେ କେଉଁସବୁ ସମସ୍ୟା ଦୂର କରିଥାଏ।

Advertisment

୧. ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ କେଶର ପାଣି ପିଅନ୍ତୁ। ଋତୁସ୍ରାବ ଆରମ୍ଭ ହେବାର କିଛିଦିନ ପରେ କେଶର ପାଣିକୁ ପିଅନ୍ତୁ।

୨. କେଶର ପାଣି ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ତ୍ୱଚାରେ ଚମକ ଆସିଥାଏ। ତା’ସହିତ କଳାଦାଗ ଓ ମୁଖବ୍ରଣ ସମସ୍ୟା ଦୂର ହୋଇଥାଏ।

Advertisment

୩. ଗର୍ଭାବସ୍ଥାରେ ଗୋଟିଏ ଗ୍ଲାସ କେଶର ପାଣି ପିଇଲେ ଗ୍ୟାସ ଓ ମୁଡ୍‌ ସ୍ୱିଙ୍ଗ ପରି ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, କେଶର ଗର୍ଭବତୀଙ୍କ ପାଚନ କ୍ରିୟାକୁ ଠିକ୍‌ ରଖିବା ସହ ଭଲ ନିଦ କରାଇଥାଏ।

publive-image

୪. ସାଧାରଣତଃ ଖାଇବା ପରେ ଆମର ମିଠା ଖାଇବା ଅଭ୍ୟାସ ରହିଥାଏ। କିନ୍ତୁ ମିଠା ଖାଇଲେ ଶରୀରର ଓଜନ ବଢ଼ିଥାଏ। ତେଣୁ ମିଠା ଖାଇବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ କେଶର ପାଣି ପିଅନ୍ତୁ। କେଶର ପାଣି ମିଠା ଖାଇବା ଅଭ୍ୟାସକୁ ଦୂର କରିଥାଏ।

୫. କେଶ ଅଧିକ ଝଡୁଥିଲେ ନିୟମିତ କେଶର ପାଣି ପିଅନ୍ତୁ। କେଶରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କେଶ ମୂଳକୁ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ।

କେଶର ପାଣି ପ୍ରସ୍ତୁତି ପ୍ରଣାଳୀ

କେଶର ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୮ରୁ ୯ଟି କେଶର ନିଅନ୍ତୁ। ଏହାପରେ ଗୋଟିଏ ଗ୍ଲାସ ପାଣିରେ ସେଗୁଡ଼ିକୁ ପକାଇ ଫୁଟାନ୍ତୁ। ଆପଣ ଚାହିଁଲେ ପାଣିର ସ୍ୱାଦ ବଢ଼ାଇବା ପାଇଁ ଏଥିରେ କିଛି ବୁନ୍ଦା ମହୁ ମଧ୍ୟ ପକାଇପାରିବେ। ପ୍ରତିଦିନ ସକାଳେ କିମ୍ୱା ସନ୍ଧ୍ୟାରେ କେଶର ପାଣି ପିଇଲେ ଶରୀରକୁ ଅନେକ ଲାଭ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe