Advertisment

ଅଧିକ ଗରମ ପାଣି ପିଉଥିଲେ ସାବଧାନ୍‌, ହୋଇପାରେ ଘାତକ

ଚାରିଆଡେ ଜାରି ରହିଛି ଶୀତର ପ୍ରକୋପ। ଏଭଳି ସ୍ଥିତିରେ ଅଧିକାଂଶ ଲୋକେ ଥଣ୍ଡା ଯୋଗୁ ଗରମ ପାଣି ପିଇବା ପସନ୍ଦ କରନ୍ତି। କିଛି ଲୋକେ ତ ଲଗାତର ଗରମ ପାଣି ପିଅନ୍ତି, ତାଙ୍କୁ ଯେପରି ଥଣ୍ଡା ନହେବ। ତେବେ ଏଭଳି କରିବା ଦ୍ୱାରା ଆପଣ ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇପାରନ୍ତି। ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ପାଣି ପିଇବା ସ୍ୱାସ୍ଥ୍ୟପ୍ରତି ଘାତକ ହୋଇପାରେ। ଏହି କାରଣ ଯୋଗୁ ଅନେକ ସମସ୍ୟା ମଧ୍ୟ ଦେଖା ଦେଇପାରେ। ଅତ୍ୟଧିକ […]

ଅଦ୍ୟତନ ହୋଇଛି
ଅଧିକ ଗରମ ପାଣି ପିଉଥିଲେ ସାବଧାନ୍‌, ହୋଇପାରେ ଘାତକ

Hot water

Advertisment

ଚାରିଆଡେ ଜାରି ରହିଛି ଶୀତର ପ୍ରକୋପ। ଏଭଳି ସ୍ଥିତିରେ ଅଧିକାଂଶ ଲୋକେ ଥଣ୍ଡା ଯୋଗୁ ଗରମ ପାଣି ପିଇବା ପସନ୍ଦ କରନ୍ତି। କିଛି ଲୋକେ ତ ଲଗାତର ଗରମ ପାଣି ପିଅନ୍ତି, ତାଙ୍କୁ ଯେପରି ଥଣ୍ଡା ନହେବ। ତେବେ ଏଭଳି କରିବା ଦ୍ୱାରା ଆପଣ ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇପାରନ୍ତି। ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ପାଣି ପିଇବା ସ୍ୱାସ୍ଥ୍ୟପ୍ରତି ଘାତକ ହୋଇପାରେ। ଏହି କାରଣ ଯୋଗୁ ଅନେକ ସମସ୍ୟା ମଧ୍ୟ ଦେଖା ଦେଇପାରେ।

Advertisment

Does drinking warm water in summer help? | Lifestyle News,The Indian Express

  • ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ଇସୋଫେଗସ ତଥା ତଣ୍ଟିରୁ ପେଟ ଯାଏ ଯାଇଥିବା ନଳିକୁ କ୍ଷତି ପହଞ୍ଚିପାରେ। ଏଥିରେ ସଂକ୍ରମଣ ହୋଇପାରେ। ଫଳରେ ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିଙ୍କୁ ଯନ୍ତ୍ରଣା ଓ କଷ୍ଟ ହୋଇପାରେ।
  • ସେହିପରି ଗରମ ପାଣି ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଗରମ ପାଣି ପିଇବା ଦ୍ୱାରା ପେଟର ତାପମାତ୍ରା ବଢ଼ିଯାଏ ଓ ଏହା କୋଷ୍ଠକାଠିନ୍ୟର କାରଣ ସାଜିପାରେ।
  • ଗରମ ପାଣି ଶରୀରର ଜଳ ଅଭାବକୁ ଦୂର କରିପାରେ ନାହିଁ, ଯାହାଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ। ଏହି କାରଣରୁ, ଓଠ ଶୁଷ୍କ ହେବା ସହ ପାଦରେ ଯନ୍ତ୍ରଣା ହୋଇପାରେ।
  • ଗରମ ପାଣି ଅଳ୍ପ ମାତ୍ରାରେ ପିଇବା ସ୍ୱାସ୍ଥ୍ୟ ପାଇଁ ଓ ପାଚନ ତନ୍ତ୍ର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଯଦି ଏହାକୁ ଆପଣ ଅଧିକ ମାତ୍ରାରେ ପିଅନ୍ତି ତେବେ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ପ୍ରଭାବିତ କରେ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ। ଏଥିସହ ଏହା ପେଟର ପିଏଚ୍ ଓ ଭଲ ବ୍ୟାକ୍ଟେରିଆକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଦିନରେ ତିନି ଗ୍ଲାସ ଗରମ ପାଣି ପିଇବା ଉଚିତ। ଏହାଠାରୁ ଅଧିକ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପ୍ରତ୍ୟେକ ଭୋଜନର ୧ ଘଣ୍ଟା ପରେ ଏହି ଗରମ ପାଣି ପିଅନ୍ତୁ। ଅତ୍ୟଧିକ ଗରମ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe