Advertisment

କଞ୍ଚା ପିଆଜ ଖାଉଥିଲେ ସାବଧାନ, ବଦଳାଇ ଦିଅନ୍ତୁ ଅଭ୍ୟାସ

ପିଆଜ। ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ। ପିଆଜ ନଥିଲେ କୌଣସି ବି ଖାଦ୍ୟ ପାଟିକୁ ସୁଆଦିଆ ଲାଗେନି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜର ବ୍ୟବହାର କରାଯାଏ। ତେବେ ଅନେକ ଲୋକେ କଞ୍ଚା ପିଆଜ ମଧ୍ୟ ଖାଆନ୍ତି। ଏହାକୁ ଅଧିକାଂଶ ସାଲାଡ ରୂପେ ବ୍ୟବହାର କରନ୍ତି। କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ଥଣ୍ଡା ରୁହେ ବୋଲି ବିଶ୍ୱାସ ରହିଛି। ଏହା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ୟ। କଞ୍ଚା ପିଆଜ ଖାଇଲେ କ’ଣ ସବୁ […]

କଞ୍ଚା ପିଆଜ ଖାଉଥିଲେ ସାବଧାନ, ବଦଳାଇ ଦିଅନ୍ତୁ ଅଭ୍ୟାସ

Onion

Advertisment

ପିଆଜ। ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ। ପିଆଜ ନଥିଲେ କୌଣସି ବି ଖାଦ୍ୟ ପାଟିକୁ ସୁଆଦିଆ ଲାଗେନି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜର ବ୍ୟବହାର କରାଯାଏ। ତେବେ ଅନେକ ଲୋକେ କଞ୍ଚା ପିଆଜ ମଧ୍ୟ ଖାଆନ୍ତି। ଏହାକୁ ଅଧିକାଂଶ ସାଲାଡ ରୂପେ ବ୍ୟବହାର କରନ୍ତି। କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ଥଣ୍ଡା ରୁହେ ବୋଲି ବିଶ୍ୱାସ ରହିଛି। ଏହା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ୟ। କଞ୍ଚା ପିଆଜ ଖାଇଲେ କ'ଣ ସବୁ କ୍ଷତି ହୁଏ ଆସନ୍ତୁ ଜାଣିବା

Advertisment
  • କଞ୍ଚା ପିଆଜରେ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଅଧିକ ମାତ୍ରାରେ ଥାଏ। ଏଥିସହ ଏଥିରେ ଫାଇଭର ମଧ୍ୟ ଭରପୂର ମାତ୍ରାରେ ଥାଏ, ଯହାକୁ ଲୋକେ ଭଲରେ ହଜମ କରିପାରନ୍ତି ନାହିଁ। ଏଥିଯୋଗୁଁ ଏସିଡିଟି ସମସ୍ୟା ଉତ୍ପନ୍ନ ହୁଏ।
  • କଞ୍ଚା ପିଆଜରେ ଗ୍ଲୁକୋଜର ମାତ୍ରା ଅଧିକ ଥିବା ଯୋଗୁଁ ଡାଇବେଟିସ ରୋଗୀଙ୍କ ପାଇଁ ଏହା କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ମଧୂମେହ ରୋଗୀଙ୍କୁ ସନ୍ତୁଳିତ ମାତ୍ରାରେ ହିଁ ପିଆଜ ଖାଇବା ଉଚିତ।
  • ପିଆଜରେ ଥିବା ପୋଟାସିଅମ କାର୍ଡିଓ ଭାସ୍କୁଲର ସିଷ୍ଟମ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଅଧିକ କଞ୍ଚା ପିଆଜ ଖାଇବା ଦ୍ୱାରା ହୃଦ୍‌ଘାତର ବିପଦ ବଢ଼ି ଥାଏ।
  • ଅଧିକାଂଶ ସାଲାଡରେ କଞ୍ଚା ପିଆଜ ବ୍ୟବହାର କରାଯାଏ। ଏହାକୁ ଅଧିକ ଖାଇବା ଦ୍ୱାରା ମୁହଁରୁ ର୍ଦୁଗନ୍ଧ ବାହାରେ। ଏଥିଯୋଗୁଁ ଲୋକଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡିପାରେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe